fbpx

ହଲିଉଡ୍ ଷ୍ଟାରଙ୍କ ୨୯ ବର୍ଷୀୟା ଗାର୍ଲଫ୍ରେଣ୍ଡ ଅଛନ୍ତି ୮ ମାସର ଗର୍ଭବତୀ

Advertisement

ଦି ଗଡ୍ ଫାଦର ଷ୍ଟାର ଅଲ୍ ପଚିନୋ ୮୩ ବର୍ଷ ବୟସରେ ୪ର୍ଥ ଥର ପିତା ହେବାକୁ ଯାଉଛନ୍ତି । ଅଲ୍ ପଚିନୋଙ୍କ ୨୯ ବର୍ଷୀୟା ଗାର୍ଲଫ୍ରେଣ୍ଡ ନୁର୍ ଅଲଫଲାହ ଏବେ ପ୍ରେଗନାଣ୍ଟ ଅଛନ୍ତି । ଏହି କପଲ ନ୍ୟୁ ବେବୀକୁ ଏବେ ୱେଲକମ୍ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ।

ହଲିଉଡ୍ ର ଭେଟେରାନ୍ ଆକ୍ଟର ହେଉଛନ୍ତି ଅଲ୍ ପଚିନୋ । ତାଙ୍କ ପତ୍ନୀ ନୁର୍ ୮ମାସର ଗର୍ଭବତୀ ଅଛନ୍ତି । ତେବେ ଅଲ୍ ପଚିନୋଙ୍କ ଗାର୍ଲଫ୍ରେଣ୍ଡ ପ୍ରେଗନାଣ୍ଟ ଥିବାର ଖବର ପ୍ରଥମେ ଟିଏମ୍ ଜେଡ୍ ଦ୍ୱାରା ସେୟାର କରାଯାଇଥିଲା । ଏହି ଅଭିନେତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଡେଲିଭରୀ ଡେଟ୍ ଆଉ ମାତ୍ର ଏକ ମାସ ବାକି ଅଛି । ୨୯ ବର୍ଷୀୟା ନୁର୍ ଏପ୍ରିଲ୍ ୨୦୨୨ରୁ ଗଡଫାଦର ଷ୍ଟାରଙ୍କୁ ଡେଟ୍ କରି ଆସୁଛନ୍ତି । ତେବେ ଏମାନଙ୍କ ମଧ୍ୟରେ ରୋମାନ୍ସ ଚାଲିଥôବା ନେଇ ଖବର ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଏମାନଙ୍କୁ ଏକତ୍ର ଡିନର କରୁଥିବାର କ୍ଲିକ୍ କରାଯାଇଥିଲା ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଅଲ୍ ପଚିନୋଙ୍କର ପୂର୍ବରୁ ୩ ଟି ସନ୍ତାନ ରହିଛନ୍ତି । ଏଣୁ ସେ ଏଥର ୪ର୍ଥ ଥର ଲାଗି ପିତା ହେବେ । ଏହା ପୂର୍ବରୁ ସେ ନିଜର ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଆକ୍ଟିଂ କୋଚ୍ ଜନ୍ ଟେରେଣ୍ଟଙ୍କ ସହିତ ସଂପର୍କରେ ରହି ୩୩ ବର୍ଷୀୟା କନ୍ୟା ଜୁଲି ମେରୀଙ୍କ ପିତା ଅଟନ୍ତି । ସେହିପରି ଅନ୍ୟତମ ଏକ୍ସ ଗାର୍ଲଫ୍ରେଣ୍ଡ ବେବର୍ଲି ଡି ଏଞ୍ଜେଲୋଙ୍କ ଠାରୁ ତାଙ୍କର ୨୨ ବର୍ଷୀୟା ଦୁଇ ଯମଜ କନ୍ୟା ରହିଛନ୍ତି ।

ତେବେ ଫିଲ୍ମ ମେକର ନୁର୍ ଅଲଫଲାହ ପ୍ରଥମେ ଭେଟେରାନ୍ ସିଙ୍ଗର ମିକ୍ ଜାଗର ଓ ମିଲେନିୟର ନିକୋଲସ୍ ବର୍ଗଗ୍ରେନଙ୍କୁୁୁ ଡେଟ୍ କରୁଥିଲେ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଅଲ୍ ପଚିନୋ ବହୁ ଆଇକନିକ୍ ଫିଲ୍ମରେ କାମ କରିଛନ୍ତି । ସେଥିମଧ୍ୟରେ ରହିଛି ଦି ଗଡଫାଦର ସିରିଜ୍ , ସ୍କାରଫେସ୍, ସେଣ୍ଟ ଅଫ୍ ଏ ୱିମେନ୍, ହିଟ୍, ସର୍ପିକୋ,ଡାନୀ ବ୍ରାସ୍କୋ,ଓସନ୍ସ ଥାର୍ଟିନ୍ ଇତ୍ୟାଦି । ନିକଟରେ ସେ ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ହଲିଉଡ୍, ଦି ଆୟରିଶମ୍ୟାନ୍, ହାଉସ୍ ଅଫ୍ ଗୁଚି, ଦି ପାଇରେଟସ୍ ଅଫ୍ ସୋମାଲିଆ , ଡେନି କଲିନ୍ସ୍ସ ପରି କିଛି ଫିଲ୍ମରେ ଆକ୍ଟିଂ କରିଛନ୍ତି ।

 

Get real time updates directly on you device, subscribe now.