fbpx

ହଲିଉଡ ଅଭିନେତା ମାଇକେଲ ଡଗଲାସଙ୍କୁ ମିଳିବ ସତ୍ୟଜିତ୍ ରାୟ ଏକ୍ସିଲେନ୍ସ ପୁରଷ୍କାର, ଟ୍ୱିଟରରେ ଘୋଷଣା କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ହଲିଉଡ ଅଭିନେତା ଏବଂ ନିର୍ମାତା ମାଇକେଲ ଇଗଲସଙ୍କୁ ଗୋଆରେ ଭାରତ ପକ୍ଷରୁ ସମ୍ମାନିତ କରାଯିବ । ମାଇକେଲଙ୍କୁ ୫୪ତମ ଆନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଗୋଆରେ ‘ସତ୍ୟଜୀତ ରାୟ ଲାଇଫଟାଇମ ଆର୍ଚିଭମେଣ୍ଟ ପୁରଷ୍କାର’ରେ ସମ୍ମାନୀତ କରାଯିବ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ନିଜେ ଟ୍ୱିଟ କରି ଏହି ସୂଚନା ଘୋଷଣା କରିଛନ୍ତି ।

କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, ‘ ଏହି ଘୋଷଣା କରି ମୋତେ ଅଧିକ ଖୁସି ଲାଗୁଛି ଯେ, ମହାନ ହଲିଉଡ ଅଭିନେତା ଏବଂ ନିର୍ମାତା ମାଇକେଲ ଡଗଲାସଙ୍କୁ ୫୪ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହତ୍ସୋବ ଗୋଆରେ ପ୍ରତିଷ୍ଠିତ ସତ୍ୟଜୀତ ରାୟ ଏକ୍ସଲେନ୍ସରେ ଏହି ଫିଲ୍ମକୁ ଲାଇଫଟାଇମ ପୁରଷ୍କାରରେ ସମ୍ମାନିତ କରାଯିବ ।’

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଆମ ଦେଶ (ଭାରତ) ପ୍ରତି ତାଙ୍କର ଗଭୀର ପ୍ରେମ ରହିଛି। ତାଙ୍କ ପତ୍ନୀ କ୍ୟାଥରିନ୍ ଜେଟା ଜୋନ୍ସ ଏବଂ ତାଙ୍କ ପୁଅଙ୍କ ସହ ଦକ୍ଷିଣ ଏସିଆର ପ୍ରମୁଖ ଚଳଚ୍ଚିତ୍ର ମହୋତ୍ସବରେ ତାଙ୍କୁ ସ୍ୱାଗତ କରିବାକୁ ଆମେ ଉତ୍ସାହିତ। ‘ ଏହା ହେଉଛି ଫିଲ୍ମ ଫେଷ୍ଟିଭାଲର ୫୪ ତମ ସଂସ୍କରଣ। ନଭେମ୍ବର ୨୦ ରୁ ନଭେମ୍ବର ୨୮ ମଧ୍ୟରେ ଗୋଆରେ ଏହା ଆୟୋଜିତ ହେବ।

Get real time updates directly on you device, subscribe now.