fbpx

ଇତ୍ସାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନା ଦରରେ ପରିବର୍ତ୍ତନ : ଜାଣନ୍ତୁ କେତେ ରହିଛି ଆଜିର ଦର

ଭୁବନେଶ୍ୱର : ଇତ୍ସାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନାରରେ ନିଆଁ ଲାଗିଛି । ପାର୍ବଣ ଋତୁରେ ଗ୍ରାହକ ସୁନା କିଣିବାକୁ ଇଚ୍ଛୁକ ଥିବା ବେଳେ ଏବେ ସେମାନଙ୍କ ମନରେ ଚିନ୍ତାର ଝଡ ସୃଷ୍ଟି ହୋଇଛି । ଆଗକୁ ଧନତେରସ ଆସୁଥିବା ଯୋଗୁଁ ଲୋକେ ଅନେକ କିଛି କିଣିବା ପାଇଁ ମନବଳାଇଥିଲେ । କିନ୍ତୁ ବର୍ତ୍ତମାନ ସୁନା ଦର ଉପରେ ଇତ୍ସାଏଲ ଓ ହମାସ୍ ମଧ୍ୟ ଚାଲିଥିବା ଯୁଦ୍ଧର ପ୍ରଭାବ ପଡିଛି । ତେବେ ସୁନା କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ଥିବା ସତ୍ତ୍ୱେ, ସେମାନେ ସୁନା କିଣିବା ପାଇଁ ଏବେ ପଛଘୁଞ୍ଚା ଦେଉଛନ୍ତି ।

ଆଜି ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୪,୦୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୮,୯୧୦ଟଙ୍କା ହୋଇଛି । ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବି ଆଜି ୨୨କ୍ୟାରେଟ ସୁନାର ମୂଲ୍ୟ ୫୪,୪୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୮,୯୨୦ ଟଙ୍କା ରହିଛି । ସେହିଭଳି ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୪,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୯,୦୭୦ ଟଙ୍କା ହୋଇଥିବାର ରେକର୍ଡ କରାଯାଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ବି ୨୨ କ୍ୟାରେଟ ସୁନାର ମୂଲ୍ୟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଯଥାକ୍ରମେ ୫୪,୦୦୦ ଟଙ୍କା ଓ ୫୯,୯୧୦ ଟଙ୍କା ରହିଛି । ଭାରତର ପ୍ରମୁଖ ସହର ମୁମ୍ବାଇରେ ବି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୪,୪୦୦ ଟଙ୍କା ଓ ୫୮,୯୧୦ ଟଙ୍କା ଥିବାର ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଯଥାକ୍ରମେ ୫୪,୧୫୦ ଟଙ୍କା ଓ ୫୯,୦୬୦ ଟଙ୍କା ଥିବାର ଆକଳନ କରାଯାଇଛି । ସୁନା ଭଳି ରୁପାର ମୂଲ୍ୟ ବି ୧ କିଲୋଗ୍ରାମ ପ୍ରତି ୭୨,୬୦୦ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।

 

Get real time updates directly on you device, subscribe now.