fbpx

Home Loanର EMI ହେବ ଶସ୍ତା, ଚଳିତ ବର୍ଷ ଏତିକି କମିବ ସୁଧହାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମନିଟାରୀ ପଲିସିରେ ଏଥର ବି କୌଣସି ପରିବର୍ତ୍ତନ କରାଯାଇନାହିଁ । ଫଳରେ ହୋମ୍ ଲୋନ୍‌, କାର୍ ଲୋନ୍ ସହିତ ବିଭିନ୍ନ ପ୍ରକାର ଲୋନ୍ କରୁଥିବା ଲୋକଙ୍କ ପାଇଁ ଆଶାର ସଞ୍ଚାର ହୋଇଛି । ଆରବିଆଇ କହିଛି କି ଦେଶରେ ମୁଦ୍ରାସ୍ଫୀତି କମ୍ ହେବାରେ ଲାଗିଛି । ଏଣୁ ଏଥିରୁ ସଂକେତ ମିଳୁଛି କି ଆଗାମୀ ଦିନରେ ମୁଦ୍ରାନୀତିରେ ସୁଧହାର ହ୍ରାସ ପାଇବ । ଏକ ରିପୋର୍ଟ ଅନୁସାରେ ଆଗାମୀ ଦିନରେ ଆର୍‌ବିଆଇ ରେପୋ ରେଟ ୫୦ରୁ ୭୦ ପଏଣ୍ଟ ହ୍ରାସ କରିବ । ଏହାଦ୍ୱାରା ୧୮ ମାସ ଭିତରେ ମୁଦ୍ରାସ୍ଫୀତି ହାର ୫.୭୫%ରେ ପହଞ୍ଚିଯିବ । ଏହାଦ୍ୱାରା ହୋମ୍ ଲୋନ୍‌ର ଇଏମ୍‌ଆଇ ବୋଝ କମ୍ ହେବ । ଏକ ଅନୁମାନ ଅନୁଯାୟୀ ଚଳିତ ବର୍ଷ ହୋମ୍ ଲୋନ୍ ଇଏମ୍‌ଆଇ ୩.୫%ରେ ପହଞ୍ଚିବ ।

ଯଦି ଆପଣ ୫୦ ଲକ୍ଷ ଟଙ୍କାର ହୋମ୍ ଲୋନ୍ ୨୦ ବର୍ଷ ପାଇଁ କରିଛନ୍ତି ଓ ଏହା ଉପରେ ସୁଧହାର ୯% ରୁ ୮.୫% ହୋଇଯାଉଛି ତେବେ ଆପଣଙ୍କୁ ହୋମ୍ ଲୋନ୍‌ରେ ସୁଧହାରରେ ୦.୫% ହ୍ରାସ ସହିତ ଆପଣ ମୋଟ ୩.୮୩ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ । ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ସୁଧ ହାର କମିବା ନେଇ ପୁରା ଆଶା ରହିଛି । ଏହାର ଲାଭ ନେବା ପାଇଁ ଆପଣଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ କି ଆପଣଙ୍କ ଋଣ ବ୍ୟବସ୍ଥା ବର୍ହି ବେଞ୍ଚମାର୍କ ରେଟ୍ (ଇବିଏଲ୍‌ଆର୍‌)ସହ ଲିଙ୍କ ରହିଛି । ଏହା ଜାଣିବା ପାଇଁ ଆପଣଙ୍କୁ ନିଜ ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ହେବ କି ଆପଣଙ୍କ ଋଣ ବ୍ୟବସ୍ଥା ବିପିଏଲ୍‌ଆର୍‌, ବେସ୍ ରେଟ୍ କିମ୍ବା ଏମସିଏଲ୍‌ଆର୍ ପରି କୌଣସି ପୁରୁଣା ବ୍ୟବସ୍ଥା ସହ ଜଡିତ କି? ଯଦି ହଁ ତେବେ ଆପଣଙ୍କୁ ଇବିଏଲ୍‌ଆର୍‌ରେ ଋଣ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଆବେଦନ କରିବାକୁ ହେବ ।

ଯଦି ଆପଣ କୌଣସି ଏନବିଏଫ୍‌ସି କିମ୍ବା ହାଉସିଂ ଫାଇନାନ୍ସ କମ୍ପାନୀରୁ ହୋମ୍ ଲୋନ୍ ନେଇଛନ୍ତି ତେବେ ଆପଣଙ୍କୁ ଇବିଏଲ୍‌ଆର୍‌କୁ ପରିବର୍ତ୍ତିତ ହେବା ପାଇଁ ବିକଳ୍ପ ମିଳିବ ନାହିଁ । ଏଥିପାଇଁ ଆପଣଙ୍କୁ ଏପରି ଋଣଦାତାଙ୍କ ସହ ଲିଙ୍କରେ ରହିବାକୁ ପଡିବ ଯେଉଁମାନେ ନିଜର ଋଣଗ୍ରହୀତାଙ୍କ ହୋମ୍ ଲୋନ୍ ଉପରେ ସବୁଠାରୁ ଅଧିକ ପ୍ରତିସ୍ପର୍ଦ୍ଧା ଦର ପ୍ରଦାନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଯଦି ସେମାନେ ଏପରି ନ କରନ୍ତି ତେବେ ଆପଣ ହୋମ୍ ଲୋନ୍ ଟ୍ରାନ୍ସଫର କରିବାର ବିକଳ୍ପ ଚୟନ କରିପାରିବେ ।

Get real time updates directly on you device, subscribe now.