fbpx

ବାନସୁରୀ ସ୍ୱରାଜଙ୍କୁ ଗୃହ ମନ୍ତ୍ରଣାଳୟ ଦେଲା ଗୁରୁ ଦାୟିତ୍ୱ, NDMCର ସଦସ୍ୟ ଭାବେ ହେଲେ ନିଯୁକ୍ତ

Advertisement

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଂସଦ ବାନସୁରୀ ସ୍ୱରାଜଙ୍କୁ ନୂଆ ଦିଲ୍ଲୀର ପୌର ପରିଷଦ(NDMC)ର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ବାନସୁରୀ ସ୍ୱରାଜ ହେଉଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ମିଜୋରାମର ପୂର୍ବର୍ତ୍ତନ ଜିଲ୍ଲାପାଳ ସ୍ୱରାଜ କୌଶଳଙ୍କ ଝିଅ । ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ସେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।

ଜୁଲାଇ ୩ରେ ବାନସୁରୀ ସ୍ୱରାଜଙ୍କୁ NDMC ସଦସ୍ୟ ଭାବେ ନିଯୁକ୍ତ କରାଯିବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହା ପରେ ବାନସୁରୀ ସ୍ୱରାଜ ଶପଥ ଗ୍ରହଣ କରିଥିଲେ ।

 

 

Get real time updates directly on you device, subscribe now.