fbpx

କୋଲେଷ୍ଟ୍ରୋଲ କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ, ଡାଏଟରେ କରିପାରିବେ ସାମିଲ୍

କୋଲେଷ୍ଟ୍ରୋଲ ବଢ଼ିବା ଯୋଗୁଁ ହାର୍ଟ ଆଟାକର ଅଧିକ ସମ୍ଭାବନା ରହିଥାଏ । ଏମିତିରେ ଶରୀରରେ କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରିବା ପାଇଁ ଅନେକ ଉପାୟ ମଧ୍ୟ କରିଥାନ୍ତି, ଆଉ ଏମିତିରେ ଏହି ଲୋକଙ୍କୁ ନିଜ ସ୍ୱାସ୍ଥ୍ୟର ଖାସ୍ ଧ୍ୟାନ ଦେବା ଜରୁରୀ, ନହେଲେ ଅସୁବିଧା ହୋଇପାରେ । କିଛି ଲୋକ ଘରୋଇ ଉପାୟରେ ମଧ୍ୟ ଶରୀରେ କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ କିଛି ଲୋକ ଏଭଳି ଡ୍ରିଙ୍କସର ସେବନ କରିଥାନ୍ତି ଯେଉଁଥିରେ ସହଜରେ କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରାଯାଇପାରେ । ତେବେ ଆସନ୍ତୁ ଜାଣିବା ଏଭଳି କେଉଁ ଡ୍ରିଙ୍କ୍ସ ରହିଛି ଯାହାଦ୍ୱାରା କଣ୍ଟ୍ରୋଲ କରାଯାଇପାରିବ ।

ଗ୍ରୀନ ଟି:

ଅନେକ ଲୋକ ଓଜନ କମାଇବା ପାଇଁ ଗ୍ରୀନ ଟି ପିଇଥାନ୍ତି । କ’ଣ ଆପଣ ଜାଣନ୍ତି ଯେ ଗ୍ରୀନ ଟୀ ପିଇବା ଦ୍ୱାରା କେବଳ ଓଜନ କମିନଥାଏ ବରଂ ଏହାଦ୍ୱାରା କୋଲେଷ୍ଟ୍ରୋଲ ମଧ୍ୟ କମ୍ ହୋଇଥାଏ । ଏମିତିରେ ଆପଣଙ୍କୁ ଏହାକୁ ପ୍ରତିଦିନ ସେବନ କରିବା ଦରକାର, ଫଳରେ ଏହାର ଉଚିତ୍ ଫଳାଫଳ ମିଳିବ ।

ଟମାଟୋ ଜୁସ୍:

ଟମାଟୋ ଜୁସ୍ ରେ ମଧ୍ୟ ଶରୀରରେ କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରାଯାଇପାରେ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଟମାଟୋ ଜୁସ୍ ପିଇବାକୁ ହେବ । ଅବଶ୍ୟ ଗମ୍ଭୀର ରୋଗରେ ପୀଡ଼ିତ ବ୍ୟକ୍ତି ଏହାକୁ ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।

ଓଟ୍ସ ମିଲ୍କ:

ଏହା ଛଡ଼ା ଓଟ୍ସ ମିଲ୍କରେ ମଧ୍ୟ କୋଲେଷ୍ଟ୍ରୋଲ କଣ୍ଟ୍ରୋଲ ହୋଇପାରିବ । ପ୍ରକୃତରେ ଏଥିରେ ଭିଟା-ଗ୍ଲୁକନ ନାମକ ଏକ ପଦାର୍ଥ ରହିଛି ଯାହା କୋଲେଷ୍ଟ୍ରୋଲ କମାଇବାରେ ସହାୟକ ହୋଇଥାଏ ।

ସୂଚନା ଯୋଗ୍ୟ, ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରୋଲ ରହିଥାଏ । ଗୋଟିଏ ହେଉଛି ଗୁଡ଼୍ କୋଲେଷ୍ଟ୍ରୋଲ ଏବଂ ଅନ୍ୟଟି ବ୍ୟାଡ୍ କୋଲେଷ୍ଟ୍ରୋଲ । ଶରୀରରେ ବ୍ୟାଡ କୋଲେଷ୍ଟ୍ରୋଲ ବଢ଼ିଲେ ହାର୍ଟ ଆଟାକ୍ ର ଆଶଙ୍କା ଅଧିକ ରହିଥାଏ, ଏମିତିରେ ଅପାଣଙ୍କୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିବା ଆବଶ୍ୟକ ଏବଂ ନିୟମିତ ବ୍ୟାୟାମ ମଧ୍ୟ କରିବା ଆବଶ୍ୟକ ।

Get real time updates directly on you device, subscribe now.