fbpx

(Video) ଲେବାନନରେ ପୁଣି ବିସ୍ଫୋରଣ; ପେଜର, ୱାକି-ଟକି ପରେ ଏବେ ଘରର ସୋଲାର ଏନର୍ଜୀ ସିଷ୍ଟମକୁ ଟାର୍ଗେଟ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଲେବାନନରେ ପେଜରରେ ହୋଇଥିବା ବିସ୍ଫୋରଣ ପରେ ୧୮ ସେପ୍ଟେମ୍ବରରେ ମଧ୍ୟ ଦେଶର ଅନେକ ଭାଗରେ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣରେ ବିସ୍ଫୋରଣ ଘଟିଛି, ଯେଉଁଥିରେ ୧୪ ଜଣଙ୍କୁ ମୃତ୍ୟୁ ଘଟିଥିବା ବେଳେ ୪୫୦ ଅନ୍ୟ ଆହତ ହୋଇଛି। ହିଜବୁଲ୍ଲାର ଯୋଗାଯୋଗ ନେଟୱାର୍କକୁ ଟାର୍ଗେଟ କରଯାଇଥିଲା। ଇସ୍ରାଏଲ ଦ୍ୱାରା କରାଯାଇଥିବା ଆକ୍ରମଣ ଅନୁଯାୟୀ, ଲେବାନନ ଏବଂ ସିରିଆରେ ଯେଉଁ ପେଜରେ ବିସ୍ଫୋରଣ ଘଟିଥିଲା ତାହା ହଙ୍ଗରୀର ଏକ କମ୍ପାନୀ ତିଆରି କରିଥିଲା। କମ୍ପାନୀର ମୁଖ୍ୟାଳୟ ହଙ୍ଗରୀର ରାଜଧାନୀ ବୁଡାପେଷ୍ଟରେ ଅଛି।

ତାଇବାନ କାମ୍ପନୀ ଗୋଲ୍ଡ ଅପୋଲୋ ଦ୍ୱାରା ବୁଧବାର ଦିନ ଜାରି ହୋଇଥିବା ଏକ ବିବୃତ୍ତି ଅନୁଯାୟୀ, ଏଆର-୯୨୪ ପେଜରର ନିର୍ମାଣ ବିଏସି କଂସଲ୍ଟିଙ୍ଗ କେଏଫଟି କରିଥିଲା, ଯାହା ହଙ୍ଗରୀର ରାଜଦାନୀରେ ଅବସ୍ଥିତ। ବିବୃତ୍ତିରେ ଆହୁରି କୁହାଯାଇଛି ଯେ, ସହଯୋଗ ଚୁକ୍ତି ଅନୁଯାୟୀ; ଆମେ ନିର୍ଦ୍ଦିଷ୍ଟ ଅଞ୍ଚଳରେ(ଲେବାନନ୍ ଏବଂ ସିରିଆ) ଉତ୍ପାଦ ବିକ୍ରୟ ପାଇଁ ଆମର ବ୍ରାଣ୍ଡର ଟ୍ରେଡ୍ ମାର୍କ ବ୍ୟବହାର କରିବାର ଅଧିକାର ବିଏସିକୁ ଦେଇଥିଲୁ, ତେଣୁ ଉତ୍ପାଦର ଉତ୍ପାଦନ ପାଇଁ କେବଳ ବିଏସି ଦାୟୀ।

ହିଜବୁଲ୍ଲା ଅଧିକାରୀମାନେ କହିଛନ୍ତି ଯେ, ୱାକି-ଟକି ଏବଂ ସୌର ଉପକରଣ ଉପରେ ଟାର୍ଗେଟ କରାଯାଇଛି। ଯେଉଁଥିରେ ୧୪ରୁ ଅଧିକ ଜଣ ମୃତ୍ୟୁବରଣ କରିଛନ୍ତି। ୪୫୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ କାରଣରୁ ଏକ କାର ଏବଂ ଏକ ମୋବାଇଲ ଫୋନର ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଏହା ବ୍ୟତୀତ ବେରୁତ ଏବଂ ଦକ୍ଷିଣ ଲେବାନନର ଅନେକ ଅଞ୍ଚଳର ଘରେ ସୌର ଶକ୍ତି ପ୍ରଣାଳିରେ ବିସ୍ଫୋରଣ କରାଯାଇଛି। ଏଥିରେ ଅନେକ ଆହତ ହୋଇଥିବା ଜଣାପଡିଛି।

Get real time updates directly on you device, subscribe now.