fbpx

କଲବଲ କଲା କଳଙ୍କ ଭୟ; ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ମିଶି ମାରିଦେଲେ ମା’-ଭାଇ ଓ ମାମୁଁ

ମା' ରଚିଲା ପୁରା ଷଡ଼ଯନ୍ତ୍ର, ମାମୁଁ କଲା ଗୁଳି ମାଡ଼, ଭାଇ ଦେଲା ସାଥ୍

ସମ୍ଭଲ: ୟୁପିର ସମ୍ଭଲ ଜିଲ୍ଲାରେ ‘ଅନର କିଲିଂ’ର ଏକ ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହରେ ଜଣେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ଅଭିଯୁକ୍ତ ମାନେ ଗୁଳି କରି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। ସେହି ସମୟରେ ୧୭ ବର୍ଷୀୟା ନାବାଳିକା ଜଣକ ତାଙ୍କ ଭାଇ ଓ ମା’ଙ୍କ ସହ ବାଇକ୍ ରେ ଯାଉଥିଲେ। ତେବେ ଏହି ହତ୍ୟାକାଣ୍ଡ ତାଙ୍କ ପରିବାର ଲୋକେ କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ନାବାଳିକାର ମା’, ଭାଇ ଓ ମାମୁଁ ପୂରା ଷଡ଼ଯନ୍ତ୍ର କରିଥିଲେ।

ସମ୍ଭଲ ଏସପି କୃଷ୍ଣ କୁମାର ବିଷ୍ଣୋଇଙ୍କ କହିବା ନୁଯାୟୀ, ସେପ୍ଟେମ୍ବର ୧୮ ତାରିଖ ରାତିରେ କୈଳାସ ଦେବୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପରିବାର ଲୋକେ ପାଖ ଗାଁରେ ରହୁଥିବା ରିଙ୍କୁ ଓ ପପୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ରିଙ୍କୁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ତେବେ ହତ୍ୟାକାଣ୍ଡ ସମୟରେ ରିଙ୍କୁ ତାଙ୍କ ମୃତ ବାପାଙ୍କ ସହ ଡାକ୍ତରଖାନାରେ ଉପସ୍ଥିତ ଥିଲା। ସେଠାରୁ ପୋଲିସର ସନ୍ଦେହ ବଢ଼ିଥିଲା।

ପଚରାଉଚରା ବେଳେ ଜଣାପଡିଛି ଯେ ରିଙ୍କୁ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଏବଂ ଅତୀତରେ ତାଙ୍କୁ ପ୍ରଲୋଭନ ଦେଖାଇ ନିଜ ସହ କେଉଁଠି ନେଇଯାଇଥିଲେ । ନାବାଳିକା ହୋଇଥିବାରୁ ଦୁଷ୍କର୍ମ ମାମଲା ରୁଜୁ ହେବା ସହ ରିଙ୍କୁ ମଧ୍ୟ ଜେଲ୍ ଯାଇଥିଲା। ପରିବାରର ବଦନାମ ଭୟରେ ହତ୍ୟା କାଣ୍ଡ ଦିନ ମା’ ଜଣେ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ବାହାନା କରିଥିଲେ। ଝିଅକୁ ମଧ୍ୟ ତାଙ୍କ ସହ ଯିବାକୁ ରାଜି କରାଯାଇଥିଲା।

ନାବାଳିକାର ଭାଇ ବାଇକ୍ ଚଳାଉଥିଲେ, ମା’ ମଧ୍ୟ ତାଙ୍କ ସହ ବସିଥିଲେ। ନାବାଳକ ଜଣକ ଜାଣି ନଥିଲେ ଯେ ତାଙ୍କ ପ୍ରକୃତ ମାମୁଁ ବନ୍ଧୁକ ଧରି ବସିଛନ୍ତି। ମାମୁଁ ତାଙ୍କ ଭାଣିଜି ଛାତିରେ ତିନୋଟି ଗୁଳି ପକାଇଥିଲେ। ପରିବାର ଲୋକେ ରିଙ୍କୁଙ୍କ ନାମ ନେଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରିବା ପରେ ଜାଣିବାକୁ ପାଇଥିଲା ଯେ ଘଟଣାର କିଛି ସମୟ ପରେ ରିଙ୍କୁଙ୍କ ବାପାଙ୍କର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି।

ଘଟଣା ସମୟରେ ସେ ହସ୍ପିଟାଲରେ ଉପସ୍ଥିତ ଥିଲେ ବୋଲି ସିସିଟିଭିରୁ ସ୍ପଷ୍ଟ ହୋଇଥିଲା। ନାବାଳିକାଙ୍କ ଉପରେ ହୋଇଥିବା ଆକ୍ରମଣରେ ଭାଇ ଓ ମା’ଙ୍କୁ କୌଣସି ଝଟକା ଲାଗିନଥିବା ପୋଲିସ ସନ୍ଦେହ କରିଥିଲା। ମୋବାଇଲ ସର୍ଭିଲାନ୍ସ ଓ ଅନ୍ୟାନ୍ୟ ସୁରାକ ମିଳିବା ପରେ ପୋଲିସ ମା’ ଓ ଭାଇଙ୍କୁ ଅଟକ ରଖିଛି। ପଚରାଉଚରା ବେଳେ ସେମାନେ ନାବାଳିକାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଅଭିଯୁକ୍ତ ମାମୁଁ ଫେରାର ଅଛି।

Get real time updates directly on you device, subscribe now.