fbpx

Hope Foundation Trust: ହୋପ ସେବା ସମ୍ମାନ-୨୦୨୪, ନୃତ୍ୟ-ଗୀତରେ ଝୁମିଲା ଭଞ୍ଜ କଳାମଣ୍ଡପ, ଜମିଲା ରକ୍ଷାବନ୍ଧନ ଆସର

ଓଡିଶା ଭାସ୍କର: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହୋପ ଫାଉଣ୍ଡେସନ’ ପକ୍ଷରୁ ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ‘ହୋପ ସେବା ସମ୍ମାନ-୨୦୨୪’ ପ୍ରଦାନ କରାଯାଇଛି । ଉତ୍ସବର ପ୍ରଥମ ପର୍ଯ୍ୟାୟରେ ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ଭଞ୍ଜ କଳାମଣ୍ଡପ ମଧ୍ୟ ଝୁମିଥିଲା । କାର୍ଯ୍ୟକ୍ରମରେ ଅନେକ ପ୍ରତିଯୋଗୀ ନିଜର ପ୍ରତିଭାର ନିଦର୍ଶନ ଛାଡି ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ । ଲାଗୁଥିଲା ଭଞ୍ଜ କଳାମଣ୍ଡପ ରକ୍ଷାବନ୍ଧନକୁ ରଙ୍ଗୀନ କରୁଛି ।

ସେପଟେ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ସଭାରେ ଜଗନ୍ନାଥ ପ୍ରଧାନ, ନରୋତ୍ତମ ଦାସ ତଥା ମହିଳା କମିଶନର ପୂର୍ବତନ ସଦସ୍ୟା ନମ୍ରତା ଚଢା ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ । ଏହାବାଦ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଅନେକ କର୍ମଯୋଗୀଙ୍କୁ ‘ହୋପ ସେବା ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା । ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ଏହି ଅବସରରେ ରକ୍ଷାବନ୍ଧନ ଉତ୍ସବ ପାଳନ କରି ଅତିଥି ଓ ପରସ୍ପରଙ୍କୁ ରାକ୍ଷୀ ବାନ୍ଧି ମାନ ରକ୍ଷା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅର୍ପିତା ଜେନା ସ୍ୱାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ । ଫାଉଣ୍ଡେସନର ସଭାପତି ବିକ୍ରମ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଯୁଗ୍ମ ସମ୍ପାଦକ ସଞ୍ଜୟ ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ‘ହୋପ ଫାଉଣ୍ଡେସନ’ ସଭାପତିଙ୍କ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Get real time updates directly on you device, subscribe now.