fbpx

ରାଶିଫଳ (ଗୁରୁବାର ,୨୫ ମାର୍ଚ୍ଚ,୨୦୨୧)

ମେଷ : ଅଶୁଭ ଗ୍ରହ ପ୍ରଭାବ ରହିବ । ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ । ଗଛିତ ଅର୍ଥବ୍ୟୟ ବଢିବ । ମନ ଅଶାନ୍ତ ରହିବା ହେତୁ ସଠିକ ନିଷ୍ପତ୍ତି ନେଇପାରିବେ ନାହିଁ । ଜୀବନସାଥିର ଅସହଯୋଗ କିମ୍ବା ସ୍ୱାସ୍ଥ୍ୟ ହାନି ଚିନ୍ତାର କାରଣ ହେବ ।

ବୃଷ : ଭାଗ୍ୟ ଆଜି ଆପଣଙ୍କର ସପକ୍ଷରେ ରହିବେ । ଆଶାତୀତ ମାନ ସମ୍ମାନ, ଟଙ୍କାପଇସା, ସମସ୍ତଙ୍କ ସହିତ ସୁସମ୍ପର୍କ ବୃଦ୍ଧି ହେବ । ଆଶା ପୂରଣ ହେବ । ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆଶୀର୍ବାଦ ନିଆନ୍ତୁ ଶୁଭରେ ଶୁଭରେ ଦିନ କଟିବ ।

ମିଥୁନ : କର୍ମ ଏବଂ ଅର୍ଥ ଚିନ୍ତା ଦୂର ହେବ, ବ୍ୟବସାୟ, କଳକାରଖାନା କର୍ମଜୀବୀମାନେ ଅଧିକ ଲାଭ ପାଇବେ । ଅଚାନକ ଖୁସିଖବର ମିଳିବ ଏବଂ ଧାର୍ମିକ ଭାବନା ବୃଦ୍ଧି ହେବ ।

କର୍କଟ : ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ । ଆୟ କରିବାର ସୁଯୋଗ ସୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ । ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ଷୃଷ୍ଟି ହେବ । ଛାତ୍ରଛାତ୍ରୀଙ୍କର ପାଠପଢାରେ ଉନ୍ନତି ହେବ ।

ସିଂହ : କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ । ନୂଆକିଛି ଯୋଜନା କରି ସଫଳ ହେବେ । ସୁଖଶାନ୍ତି ଭରା ପରିବେଶ ମଧ୍ୟରେ ଦିନ କଟିବ । କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା : ଟଙ୍କପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ । ମନର ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । କୌଣସି ପ୍ରକାରେ ଆଜି ଅର୍ଥ ଉପାର୍ଜନ ବଢିବ ।ମନ ଉତ୍ସାହିତ ରହିବ ।

ତୁଳା : କୌଣସି ବନ୍ଧୁ ଆଜି ସହଯୋଗ କରିବେ ଏବଂ ଯୋଜନା ମୁତାବକ ସଫଳ ହେବେ । ପାରିବାରିକ ଶାନ୍ତି ମିଳିବ । ମା’ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

ବିଛା : ମନର ଆଶା ପୂରଣ ହେବ ନାହିଁ । ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ । ମାତ୍ର ଚାକିରିରେ ପ୍ରଶଂସିତ ହେବେ । ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପଶମ ମିଳିବ । ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ।

ଧନୁ : ନିଜର ସମ୍ପର୍କୀୟ ଏବଂ ପରିବାର ସହିତ ସମୟ କାଟନ୍ତୁ । କିଛି ଜନହିତକର ବା ନିଃସ୍ୱାର୍ଥ କାମ କରି ପ୍ରଶଂସିତ ହେବେ । କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ କଲ୍ୟାଣ ହେବ । ବନ୍ଧୁପରିଜନରେ ସାହାଯ୍ୟ ମିଳିବ । ଯାହା ଉଦ୍ୟମ କରିବେ ପୂରଣ ହେବ ।

ମକର: ଆଜି ଦୁର୍ବଳ ଅନୁଭବ କରିବେ । ଉଚ୍ଚ ରକ୍ତଚାପ, ସଂକ୍ରମିତ ରୋଗ କିଛି ହେବ । ମାତ୍ର ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ । ରକ୍ତଦାନ କରନ୍ତୁ କଲ୍ୟାଣ ହେବ ।

କୁମ୍ଭ : ଆଜି ଦିନଟି ଶୁଭରେ ଶୁଭରେ କଟିବ । ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ । ଚେଷ୍ଟା ଅନୁଯାୟୀ ଫଳ ମିଳିବ । ବୈବାହିକ ଜୀବନରେ ସୁଖଶାନ୍ତି ବଢିବ । କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୂରଣ ହେବ ।

ମୀନ : ପାରିବାରିକ ପରିବେଶରେ ଖୁସି ମିଳିବ । ପିଲାଙ୍କର ଚାକିରିର ସୁଯୋଗ ଆସିବ । କର୍ମ କ୍ଷେତ୍ରରେ ସୁଧାର ଆସିବ । କୌଣସି ପ୍ରକାର ସହାୟତା ମିଳିବ । ବ୍ୟବସାୟରେ ଦାୟିତ୍ୱ ବୃଦ୍ଧି ହେବ । ପାରିବାରିକ ଏବଂ ବ୍ୟବସାୟିକ ସମ୍ପର୍କରେ ବୃଦ୍ଧି ଘଟିବ ।

Get real time updates directly on you device, subscribe now.