fbpx
BJD SKY
BJD SKY

ଏହି ରାଶିଙ୍କ ପାଇଁ ବିପଦ ଦୀପାବଳୀ ଏବଂ ଦେବ ଦୀପାବଳି: ଜାଣନ୍ତୁ ଆପଣଙ୍କ ଭାଗ୍ୟ

BJD

ହିନ୍ଦୁ ଧର୍ମରେ ପ୍ରତ୍ୟୋକ ପର୍ବ ପର୍ବାଣିର ଏକ ବିଶେଷ ମହତ୍ୱ ଏବଂ ଗୁରୁତ୍ୱ ରହିଥାଏ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ କିଛି ଲୋକଙ୍କ ପାଇଁ ଶୁଭ ହୋଇଥିବା ବେଳେ କିଛି ଲୋକଙ୍କ ପାଇଁ କିଛି ସମସ୍ୟା ହୋଇଥାଏ । ତେବେ କାର୍ତ୍ତିକ ଅମାବାସ୍ୟାରେ ଦୀପାବଳି ପର୍ବ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ଏହା ୨୪ ଅକ୍ଟୋବରକୁ ପଡୁଛି । କିନ୍ତୁ ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ ୨୫ ଅକ୍ଟୋବରକୁ ସୂର୍ଯ୍ୟ ପରାଗ ମଧ୍ୟ ପଡୁଛି ଯାହାକି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ । ସେହିପରି ଦୀପୀବଳି ଏବଂ ସୂର୍ଯ୍ୟ ପରାଗର କିଛିଦିନ ପରେ ୮ ନଭେମ୍ବରକୁ ଦେବ ଦୀପାବଳି ପଡୁଛି ଏବଂ ଏହି ଦିନ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଥିବା ଜଣା ପଡିଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦୁଇ ପବିତ୍ର ଦିନରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ହେଉଥିବାରୁ ଏହା ମୋଟ ୧୨ ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଖାସ କରି ଏହା ୫ ରାଶି ଉପରେ ଅଧିକ ପ୍ରଭାବ ପକାଇବ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ଯେଉଁମାନଙ୍କ ଉପରେ ପଡିବ ଏହି ଗ୍ରହଣ ଏବଂ ପରାଗର କୁ ପ୍ରଭାବ ।

ବୃଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ଅନେକ ଅଶୁଭ ଫଳ ପ୍ରଦାନ କରିବ । ଏହି ସମୟରେ ବୃଷ ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ତେଣୁ ଏହି ସମୟରେ ସେମାନେ ଜଗିରଖି ଚଳିବା ଆବଶ୍ୟକ । ଏହି ଗ୍ରହଣ ଏବଂ ପରାଗ ସମୟ ଅବଧି ମଧ୍ୟରେ କୌଣସି ନୂଆ କାମ ଆରମ୍ଭ କରିବା ଉଚିତ୍ ନୁହେଁ ।

ମିଥୁନ: ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ସମୟରେ ଏହି ରାଶିର ବ୍ୟକ୍ତିମାନେ ଦେଖି ଚାହିଁ ଚଳିବା ଆବଶ୍ୟକ । ଏହି ସମୟ ଅବଧି ମଧ୍ୟରେ ମିଥୁନ ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ । ଏଥି ସହିତ କୌଣସି କାର୍ଯ୍ୟରେ ସଫଳତା ପାଇଁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ଏବଂ ରୋଜଗାର ଠାରୁ ଖର୍ଚ୍ଚ ଅଧିକ ହେବ । ଏତତ୍ ବ୍ୟତୀତ ଏହି ସମୟ ମଧ୍ୟରେ ମିଥୁନ ରାଶିର ବ୍ୟକ୍ତିମାନେ ଚିନ୍ତାରେ ରହିବେ ।

କନ୍ୟା: ୨୫ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ବହୁତ ଅଶୁଭ ରହିବ । ଏହି ସମୟ ମଧ୍ୟରେ ଅନାବଶ୍ୟକ ଖର୍ଚ୍ଚ ବଢିବା ସହିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେବ । ଯାହାଫଳରେ ଆର୍ଥିକ ସମସ୍ୟା ସୃଷ୍ଟି ହେବ । ତେବେ ଏହି ସମୟରେ ଭୁବରେ କାହା ନିକଟରୁ ଟଙ୍କା ଧାର ଆଣନ୍ତୁ ନାହିଁ ।

ତୁଳା: ସୂର୍ଯ୍ୟ ପରାଗ ଠାରୁ ଆରମ୍ଭ କରି ଚନ୍ଦ୍ର ଗ୍ରହଣ ପର୍ଯ୍ୟନ୍ତ ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ସମୟ ଶୁଭଙ୍କ ରହିବ ନାହିଁ । ଏହିସମୟ ମଧ୍ୟରେ ଟଙ୍କା ପଇସାରେ କ୍ଷତି ହେବା ସହ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଲାଗି ରହିବ । ଏତତ୍ ବ୍ୟତୀତ ଗାଡି ଚଳାଇବା ସମୟରେ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ସତର୍କତା ସହିତ ଗାଡି ଚଳାଇବେ ।ନଚେତ୍ ଆପଣ ବଡ ଦୁର୍ଘଟଣାର ଶିକାର ହୋଇ ପାରନ୍ତି ।

ବିଚ୍ଛା: ଗ୍ରହଣ କାଳ ଅବଧି ମଧ୍ୟରେ ବିଚ୍ଛା ରାଶିର ବ୍ୟକ୍ତିମାନେ ଜଗି ରଖି ଚଳିବା ଆବଶ୍ୟକ । ଏହି ସମୟ ଅବଧି ମଧ୍ୟରେ ଏହି ରାଶିର ବ୍ୟକ୍ତିମାନଙ୍କ ଅର୍ଥିକ ସମସ୍ୟା ଦେଖାଦେଇପାରେ । ଏତତ୍ ବ୍ୟତୀତ କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ଭାବି ଚିନ୍ତି ପଦକ୍ଷେପ ନେବା ଉଚିତ୍ ରହିବ ।

Get real time updates directly on you device, subscribe now.