fbpx

ମଦ ପିଇ ନିଶାରେ ଏମିତି କରି ଦେଲେ ମହିଳା: ଏକା ସାଙ୍ଗରେ ହରାଇ ଦେଲେ ୧୭ ଲକ୍ଷ ଟଙ୍କା

ନିଶା ମଣିଷକୁ ତା ଅଙ୍ଗୁଳି ନିର୍ଦ୍ଦେଶରେ ନଚାଇଥାଏ । ଥରେ ନିଶାର ବଶବର୍ତ୍ତୀ ହେଲେ ମଣିଷ କ’ଣ କରେ ସେ ନିଜେ ବି ଜାଣି ନଥାଏ । ଠି ଯେମିତି ବ୍ରିଟେନର ଜଣେ ମହିଳା । ଯିଏକି ମଦ ନିଶାରେ ଏମିତି କାମ କରି ବସିଲେ, ଯେବେ ତାଙ୍କୁ ହୋସ୍ ଆସିଲା ସେ ଆଶ୍ଚର୍ୟ୍ୟ ହୋଇଗଲେ । ନିଜେ କରିଥିବା କାମକୁ ନେଇ ବିଶ୍ୱାସ କରି ପାରୁ ନଥିଲେ । ସେ ୧୭ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରି ଦେଇଥିଲେ । କିନ୍ତୁ ଏତେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାରେ ସେ କେବେ ବି ଦୁଃଖିତ ନଥିଲେ, କାରଣ ମହିଳା ଜଣଙ୍କ ନିଶାସକ୍ତରେ ଥାଇ ଏକ ଘର କିଣି ନେଇଥିଲେ । ନିଜେ ସେ ଏହି କାହାଣୀ ବିଷୟରେ କହିଛନ୍ତି । ବ୍ରିଟେନରେ ରହୁଥିବା ଏହି ମହିଳାଙ୍କ ନାମ ଲୁଆନା ରେବିରିଆ ।

ସେ କହିଛନ୍ତି, ଏକ ନାଇଟ୍ କ୍ଲବରେ ସେ କାମ କରୁଥିଲେ । ଏହି ସମୟରେ ସେ ନିଜ ବନ୍ଧୁଙ୍କ ସହ ଲିଡ୍ସରେ ଏକ ଘର ଦେଖିବାକୁ ଯାଇଥିଲେ । ତାଙ୍କୁ ସେହି ପ୍ରପର୍ଟି ପସନ୍ଦ ବି ଆସିଲା, ହେଲେ ତାଙ୍କର ବନ୍ଧୁଙ୍କୁ ସେହି ସ୍ଥାନ ପସନ୍ଦ ଆସି ନଥିଲା । ବନ୍ଧୁଙ୍କ ହିସାବରେ ସେ ସେହି ଅଞ୍ଚଳ ସହରି ନଥିଲା । ଏଥିପାଇଁ ଡିଲ୍ ପାଖାପାଖି କ୍ୟାନସେଲ୍ ଥିଲା । କିନ୍ତୁ ରାତିରେ ଲୁଆନା ମଦ ପିଇ ଦେଇଥିଲେ, ଏହାପରେ ପୂରା ମାମଲା ହିଁ ବଦଳିଗଲା । ଘର ଦେଖିବା ପରେ ଲୁଆନା ନାଇଟ୍ କ୍ଲବ ଫେରି ଆସିଲେ । ଏଠାରେ ସେ ମଦ୍ୟପାନ କରିଥିଲେ ଏବଂ ରାତିରେ ସେଠାରେ ରହିଗଲେ । ଏହାପରେ ଆଗାମୀ ଦିନ ଯେବେ ସେ ନିଜ ଘରେ ପହଞ୍ଚିଲେ ଓ ତାଙ୍କର ନିଶା ଛାଡ଼ି ଥିଲା, ସେତେବେଳେ ଜାଣିବାକୁ ପାଇଲେ କି ଯେଉଁ ଘରକୁ ସେ ଦେଖିକି ଆସିଥିଲେ, ଏହି ଘରର ମାଲିକାଣୀ ସେ ହୋଇ ସାରିଛନ୍ତି । ଘଟଣା ବି ଏମିତି ଘଟିଥିଲା କି ସେହି ଘର ନିଲାମୀ ହେଉଥିଲା । ଲୋକେ ବିଡ୍ ଲଗାଉଥିଲେ । ଲୁଆନା ଯେବେ ନିଶାରେ ଥିଲେ, ସେତେବେଳେ ସେ ଏକ ରିୟଲ ଇଷ୍ଟେଟ ଏଜେଣ୍ଟଙ୍କୁ ଫୋନ୍ ଲଗେଇ ଥିଲେ । ଫୋନରେ ସେ ଘର ପାଇଁ ୧୭ ଲକ୍ଷ ଟଙ୍କାର ବିଡ୍ ଲଗେଇ ଦେଲେ ।

ଏଜେଣ୍ଟ ଲୁଆନାଙ୍କର ବିଡ୍ ଫାଇନାଲ କରିଦେଲେ ଏବଂ ଏହିପରି ସେହି ଘର ତାଙ୍କ ନାମରେ ହୋଇଗଲା । ଯେବେ ଲୁଆନାଙ୍କୁ ଏହି କଥା ଜଣାପଡ଼ିଲା ତ ତାଙ୍କର ହୋସ୍ ଉଡ଼ିଗଲା । ତାଙ୍କର ପାର୍ଟନର ଯେବେ ଏହି କଥା ଜାଣିଲେ ସେ ଅସନ୍ତୁଷ୍ଟ ହୋଇଥିଲେ । କିନ୍ତୁ ପରେ ଯେବେ ପାର୍ଟନରଙ୍କୁ ଅନୁଭବ ହେଲା କି ଡିଲ୍ ଭଲ ଥିଲା, ତ ସେ ଲୁଆନାଙ୍କୁ ପ୍ରଶଂସା ମଧ୍ୟ କଲେ । ଲୁଆନା କହିଛନ୍ତି ସେ ଏହି ଘରକୁ ଗୋଟେ ବର୍ଷ ଯାଏ ନିଜ ପାଖରେ ରଖିଥିଲେ ଏବଂ ପ୍ରଫିଟ୍ ଡବଲ କରିବା ପରେ ଏହାକୁ ସେ ବିକ୍ରି କରି ଦେଇଥିଲେ ।

Get real time updates directly on you device, subscribe now.