fbpx
BJD SKY
BJD SKY

ବିଶ୍ୱର ସବୁଠୁ ଉଜ୍ଜ୍ୱଳ ଜୈବ ପଦାର୍ଥ ମାର୍ବଲ କୋଳି: କରିଥାଏ ଆକୃଷ୍ଟ ଜାଣନ୍ତୁ ଏହାର ବିଶେଷତ୍ୱ

BJD

ସାଧାରଣତଃ କୌଣସି ବସ୍ତୁ ଉପରେ ଆଲୋକ ପ୍ରତିଫଳିତ ହୋଇ ଆମ ଆଖିରେ ପଡ଼ିଲେ ଆମେ ସେହି ବସ୍ତୁକୁ ଦେଖିପାରୁ । ସେହିରି ଯେଉଁ ବସ୍ତୁ ଯେତେ ମସୃଣ ବା ଚିକ୍କଣ, ତାହା ସେତେ ଉଜ୍ଜ୍ୱଳ ଜଣାପଡ଼ିଥାଏ । ତେବେ କେନ୍ଦ୍ରୀୟ ଆଫ୍ରିକାରେ ଏକ ପ୍ରକାର ବଣୁଆ କୋଳି ପୃଥିବୀର ସବୁଠୁ ଉଜ୍ଜ୍ୱଳ ବସ୍ତୁ ଭାବେ ପରିଗଣିତ ହେବା ଘଟଣା ଆଶ୍ଚର୍ୟ୍ୟ ଲାଗିଲେ ବି ସତ । ଇଥିଓପିଆ, ମୋଜାମ୍ବିକ୍ ଓ ତାଞ୍ଜାନିଆ ଆଦି ଦେଶରେ ‘ପଲ୍ଲିଆ କଣ୍ଡେନସେଟା’ ବା ମାର୍ବଲ୍ କୋଳି ଭାବେ ଜଣାଶୁଣା ନୀଳରଙ୍ଗର କୋଳି ତାହାର ଜାଜୁଲ୍ୟମାନ ବହିର୍ଭାଗ ପାଇଁ ଲୋକପ୍ରିୟ ।

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ୧୯୭୪ ମସିହାରେ ତାଞ୍ଜାନିଆରେ ଆଲୋକର ବିହାରର ଖାନ୍ ସାରଙ୍କୁ ଆଜି ଅଧିକାଂଶ ଲୋକ ଜାଣନ୍ତି । ଖାନ୍ ସାର ରାଜଧାନୀ ପାଟଣାରେ କୋଚିଂ ସେଣ୍ଟର ଚଲାଉଛନ୍ତି । ତାଙ୍କର ୟୁଟ୍ୟୁବ୍ରେ ଆସୁଥିବା ଭିଡ଼ିଓକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀ ବହୁତ ପସନ୍ଦ କରିଥାନ୍ତି । ଖାନ୍ ସାର ସାଧାରଣ ଅ୍ମୟନ (ଜିଏମ୍) ସବଜେକ୍ଟକୁ ସରଳ ଶବ୍ଦରେ ବୁଝାଇଥାନ୍ତି । ଏଥିରେ ଖାନଙ୍କର ଲୋକପ୍ରିୟତା ଖୁବ୍ ଜୋରରେ ବଢ଼ି ଚାଲିଛି । ଏହି ମ୍ମରେ ପାଟଣାରୁ ଆଉ ଜଣେ ଖାନ୍ ସାର ସାମନାକୁ ଆସିଛନ୍ତି, ଯିଏ ୧୦ମ କ୍ଲାସ୍ର ପିଲାଙ୍କୁ ଗଣିତ ପଢ଼ାଉଛନ୍ତି । ହେଲେ ନିଜେ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ପରୀକ୍ଷାନିରୀକ୍ଷା ଚଳାଇଥିବା ବେଳେ ଏହି ମାର୍ବଲ୍ କୋଳି ସଂସ୍ପର୍ଶରେ ଆସି ଅଭିଭୂତ ହୋଇଯାଇଥିଲେ । ଏପରିକି ସେମାନେ ତାହାକୁ ତୋଳି ନିଜ ଦେଶକୁ ନେଇଥିବା ବେଳେ ଦୀର୍ଘ ଦିନ ଧରି ତାହାର ଔଜ୍ଜ୍ୱଲ୍ୟ ଅକ୍ଷୁଣ୍ଣ ରହିଥିଲା । ନାନା ଉପାୟରେ ତନଖିବା ପରେ ମାର୍ବଲ କୋଳି ବିଶ୍ୱର ସବୁଠୁ ଉଜ୍ଜ୍ୱଳ ଜୈବ ପଦାର୍ଥ ତଥା ଯେ କୌଣସି ବସ୍ତୁଠାରୁ ଉଜ୍ଜ୍ୱଳତର ବୋଲି ସେମାନେ ଜାଣିାରିଥିଲେ ।

ସୂଚନାଯୋଗ୍ୟ, ଅତି ଉଜ୍ଜ୍ୱଳ ଦେଖାଯାଉଥିବା ଲତା ବା ଫୁଲ ଅବା ଫଳରେ କୋଷୀୟ ବିଘଟନ ଆରମ୍ଭ ହେଲା ପରେ ସେମାନଙ୍କର ଉଜ୍ଜ୍ୱଳତା କମି ଆସିଥାଏ । ମାତ୍ର ମାର୍ବଲ କୋଳିରେ ସେପରି ଘଟିନଥାଏ, ଏପରିକି ଦଶ ବର୍ଷରୁ ଅଧିକ ସମୟ ଧରି ମଧ୍ୟ ତାହାର ଔଜ୍ଜଲ୍ୟ କାଏମ୍ ରହିଥାଏ । ଏହା ପଛର କାରଣ ହେଲା ଅନ୍ୟ ଜୈବ ପଦାର୍ଥ ପରି ଏହାର କୋଷରେ ଥିବା ରଙ୍ଗୀନ ପିଗ୍ମେଣ୍ଟ୍ ଯୋଗୁଁ ଏହା ଏପରି ରଙ୍ଗଯୁକ୍ତ ହୋଇନଥାଏ । ବରଂ ଏହାର କୋଷୀୟ ସଂରଚନା ତାହା ଉପରେ ପଡୁଥିବା ଆଲୋକରଶ୍ମିକୁ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ପ୍ରତିଫଳିତ କରି ତାହାକୁ ଏପରି ଉଜ୍ଜ୍ୱଳ କରିଥାଏ ।

Get real time updates directly on you device, subscribe now.