ଭୁବନେଶ୍ୱର: ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ହେବାକୁ ଥିବାବେଳେ ପୂର୍ବ ସରକାରକୁ ଜଣ ଜଣ କରି ସମସ୍ତେ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ନେତା ନବୀନ ପଟନାୟକଙ୍କୁ ସମାଲୋଚନା କରୁଥିବାବେଳେ ଏଥିରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଥିରୁ ବାଦ୍ ପଡ଼ି ନାହାନ୍ତି ।
ଆଇନ ମନ୍ତ୍ରୀ କହିଛନ୍ତି, ଖୁବ୍ଶୀଘ୍ର ରାଜ୍ୟ ସରକାର ରାଜ୍ୟରେ ବିଏସ୍କେୱାଇ ଦୁର୍ନୀତିର ତଦନ୍ତ ଆରମ୍ଭ ହେବ । ଡାକ୍ତଖାନାଗୁଡ଼ିକ ମନଇଚ୍ଛା ବିଲ୍ କରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରୁଥିବା କହିଛନ୍ତି ଆଇନ ମନ୍ତ୍ରୀ ।
ଗତକାଲି ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି । ଖୁବ୍ଶୀଘ୍ର ଏହି କେନ୍ଦ୍ରୀୟ ଯୋଜନା ଦ୍ୱାରା ଲାଭବାନ ହେବେ ଓଡ଼ିଶାବାସୀ । ଉଭୟ ଗରିବ ଏବଂ ଧନୀକ ଶ୍ରେଣୀର ଲୋକ ଏହାଦ୍ୱାରା ଉପକୃତ ହେବେ । ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିବ ।