fbpx

ବାଣ ଫୁଟାଉଥିଲେ ଥିଲେ ସ୍ୱାସ୍ଥ୍ୟକର୍ମୀ, ଚାଲିଗଲା ପ୍ରସୂତି ବିଭାଗରେ ଚିକିତ୍ସାଧୀନ ଥିବା ମହିଳାଙ୍କ ଜୀବନ

ଭୋପାଳ: ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳାର ଖବର ଅନେକ ସମୟରେ ଆସିଥାଏ । ଦ୍ୱିତୀୟ ଭଗବାନ କୁହାଯାଉଥିବା ଏହି ସ୍ୱାସ୍ଥ୍ୟକର୍ମୀଙ୍କ ସାଂଘାତିକ ଅବହେଳା ଯୋଗୁଁ ଅନେକ ସମୟରେ ରୋଗୀଙ୍କ ଜୀବନ ସଙ୍କଟରେ ପଡ଼ିଥାଏ । ତେବେ ସେହିଭଳି ଏକ ସଂଘାତିକ ଅବହେଳାର ଖବର ଆସିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଏକ ସରକାରୀ ହସ୍ପିଟାଲରୁ । ଏଠାରେ ମାଟର୍ନିଟି ୱାର୍ଡର ଷ୍ଟାଫ୍ ଙ୍କ ଅବହେଳା କାରଣରୁ ଜଣେ ୨୬ ବର୍ଷୀୟା ମହିଳାଙ୍କ ପ୍ରାଣ ଚାଲିଯାଇଛି । ତେବେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ସମୟରେ ମେଡିକାଲ ଷ୍ଟାଫ୍ ମାନେ ଦୀପାବଳୀରେ ବାଣ ଫୁଟାଅଇବାରେ ବ୍ୟସ୍ତ ଥିଲେ ।

ସୂଚନା ଅନୁସାରେ, ବୁନ୍ଦେଲଖଣ୍ଡ ମେଡିକାଲ୍ କଲେଜ୍ ଏବହ ହସ୍ପିଟାଲରେ ଗୁରୁବାର ରାତିରେ ଏହି ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବାଣ ଫୁଟାଉଥିବା ମେଡିକାଲ କର୍ମଚାରୀଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ବୁନ୍ଦେଲଖଣ୍ଡ ମେଡିକାଲ କଲେଜ୍ ର ପ୍ରବକ୍ତା ଡ. ଉମେଶ ପଟେଲ ଶନିବାର ଦିନ କହିଛନ୍ତି ଯେ, ମିଡିଆ ରିପୋର୍ଟ ଓ ଭିଡିଓ ଆଧାରରେ ମେଡିକାଲର ଜଣେ ନର୍ସଙ୍କୁ ଚାକିରୀରୁ ନିଲମ୍ବିତ କରିଦିଆଯାଇଛି । ସେହିପରି ଜଣେ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଏଥିସହିତ ୫ ଜଣ ଇଣ୍ଟର୍ନଙ୍କୁ ଚେତାବନୀ ନୋଟିସ୍ ଜାରି କରାଯାଇଛି ।

ଡ. ଉମେଶ ଆହୁରି ମଧ୍ୟ କହିଛନ୍ତି, ସ୍ତ୍ରୀ ରୋଗ ବିଭାଗର ପ୍ରସୂତି କକ୍ଷ ଓ ଅପରେସନ୍ ରୁମ୍ ରେ ଡ୍ୟୁଟି କରୁଥିବା ଏହି ୫ ଜଣ ଇଣ୍ଟର୍ନିଙ୍କୁ ହଟାଇ ଦିଆଯାଇଛି । ଚେତାବନୀ ନୋଟିସ୍ ରେ ଦାବି କରାଯାଇଛି ଯେ, ସେମାନଙ୍କ ଅବହେଳା କାରଣରୁ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ପୋଲିସ୍ କହିଛି ଯେ, ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ଡେଲିଭେରୀ ପରେ କିଛି ଇଞ୍ଜେକ୍ସନ୍ ଦିଆଯିବା ପରେ ତାଙ୍କର ମୃତ୍ୟୁ ହୋଇଛି । ମହିଳା ଗୋଟିଏ ଛୁଆକୁ ଜନ୍ମ ଦେଇଥିଲେ । ତେବେ ତାଙ୍କ ଭିସେରା ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି । ହେଲେ ଏବେ ପର୍ଯ୍ୟନ୍ତ ମାମଲା ରୁଜୁ କରାଯାଇନାହିଁ । ରିପୋର୍ଟ ଆସିବା ପରେ ଯାଇ କୌଣସି ପଦକ୍ଷେପ ଗ୍ରହଣ କରାଯିବ ।

Get real time updates directly on you device, subscribe now.