fbpx
BJD SKY
BJD SKY

‘WHO’ର ବଡ ଖୁଲାସା: ଡାଇବେଟିସ୍ ରୋଗୀଙ୍କୁ ମନା ଗରମ ପାଣିରେ ଗୋଧେଇବା

BJD

ନୂଆଦିଲ୍ଲୀ: ବର୍ତ୍ତମାନ ଶୀତ ଋତୁ ଚାଲିଥିବା ବେଳେ ଅଧିକାଂଶ ଲୋକେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି । ଖାସ କରି କୌଣସି ରୋଗରେ ପିଡିତ ଥିବା ବ୍ୟକ୍ତିମାନେ ଶୀତ ଦିନରେ ଗରମପାଣିର ବ୍ୟବହାର ଅଧିକ ମାତ୍ରାରରେ କରିଥାନ୍ତି ।ଯାହାଫଳରେ ସେମାନେ ସୁସ୍ଥ ରହିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅନ୍ୟ ରୋଗୀମାନେ ଗରମ ପାଣିର ବୟବହାର କରିପାରୁଥିବା ବେଳେ ମଧୁମେହ ରୋଗୀମାନଙ୍କ ପାଇଁ ଏହାକୁ ବାରଣ କରାଯାଇଥାଏ । କାରଣ ସେମାନେ ଗରମପାଣି ବ୍ୟବହାର କରିବା କିମ୍ବା ଗରମ ପାଣିରେ ଗାଧୋଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦର କାରଣ ହୋଇପାରେ । ତେବେ ଏନେଇ ହୁ ମଧ୍ୟ ସୂଚନା ଦେଇଛି । ବର୍ତ୍ତମାନ ଆସନ୍ତୁ ଜାଣିବା ମଧୁମେହ ବ୍ୟକ୍ତିଙ୍କ ପାଇଁ କାହିଁକି ବିପଦ ଗରମ ପାଣି ।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର କହିବା ଅନୁଯାୟୀ, ମଧୁମେହ ଏପରି ଏକ ରୋଗ, ଯାହାକି ଅନେକ ରୋଗର ମୂଳ କାରଣ ହୋଇଥାଏ । ତେବେ ଦୃଷ୍ଟି ଶକ୍ତି ହ୍ରାସ , ହୃଦଘାତ, କୀଡନୀ ଫେଲ ଆଦି ସମସ୍ୟା ଏହି ଡାଇବେଟିସ୍ କାରଣରୁ ହିଁ ହୋଇଥାଏ । ଏତତ୍ ବ୍ୟତୀତ ଏହି ରୋଗର କୌଣସି ସଠିକ୍ ଚିକିତ୍ସା ମଧ୍ୟ ବାହାରି ପାରି ନାହିଁ । ଫଳରେ ଅନେକ ଲୋକେ ଏହି ରୋଗର ଶିକାର ହୋଇଥାନ୍ତି । କିନ୍ତୁ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ଖାଦ୍ୟପେୟରେ ସତର୍କତା ଏବଂ ସଠିକ୍ ଡାଇଟ୍ ପ୍ଲାନ କାରଣରୁ ଏହି ରୋଗରୁ ମୁକ୍ତି ପାଇ ପାରନ୍ତି । ତଥାପି ମଧୁମେହର ଅଧିକାଂଶ ରୋଗୀ ସେମାନଙ୍କର ଚର୍ମର ଯତ୍ନ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ । ଯାହାଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଖାସ କରି ଶୀତ ଦିନେ ମଧୁମେହ ରୋଗୀମାନଙ୍କ ମନରେ ଏକ ବଡ ପ୍ରଶ୍ନ ଥାଏ କି ସେମାନେ ଗରମପାଣିରେ ଗାଧୋଇବେ କି ନାହିଁ । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସମ୍ପୂର୍ଣ୍ଣ ରୂପେ ବାରଣ କରିଛି । ତେବେ ଆସନ୍ତୁ ଜାଣିବା ମଧୁମେହ ରୋଗୀଙ୍କୁ ଗରମପାଣି କାହିଁକି ବାରଣ ।

ଗରମ ପାଣି ଦ୍ୱାରା ଚର୍ମ ଖରାପ ହୁଏ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁସନ୍ଧାନ ଅନୁଯାୟୀ, ଯଦି କୌଣସି ଣଦୁମେହ ରାଗୀଙଅକ ଚର୍ମରେ କିଛି ସମସ୍ୟା ଥାଏ ଯେପରି କି ଚର୍ମ ଫାଟିବା , ଲାଲ, ହଳଦିଆ, ବାଦାମୀରଙ୍ଗର ଦେଖା ଦେବା କିମ୍ବା ଫଳିଯିବା ପରି ସମସ୍ୟା ଦେଖାଦିଏ , ତେବେ ସେମାନେ ଗରମ ପାଣିଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ । କାରଣ ଏହା ଆପଣଙ୍କ ଚର୍ମ ଏବଂ ସ୍ୱାସ୍ଥ୍ୟକୁ ଅଧିକ କ୍ଷତି ପହଞ୍ଚାଇବ ।

ଗରମ ପାଣି ଦ୍ୱାରା ତ୍ୱଚା ଫୁଲିଯାଏ: ଗରମ ପାଣିରେ ଗାଧୋଇବା କିମ୍ବା ଶୀତଦିନେ ଗରମପାଣିରେ ଧୋଇଧାଇ ହେବା ଦ୍ୱାରା ମଧୁମେହ ରୋଗୀଙ୍କ ତ୍ୱଚା ଫୁଲିଯାଏ । ଏହି କାରଣରୁ ସେମାନଙ୍କର ଚର୍ମ ଲାଲ ହୋଇଯାଏ ଏବଂ ତ୍ୱଚା କୁଣ୍ଡାଇ ହେବା ଆରମ୍ଭ ହୋଇଥାଏ । ଯଦି ସେମାନେ କୁଣ୍ଡାଇ ଦିଅନ୍ତି ତାହାଲେ ଚର୍ମ ଛିଡିଯିବାର ସମ୍ଭାବନା ମଧ୍ୟ ରହିଥାଏ । ଏଥିସହିତ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଚର୍ମର ଆର୍ଦ୍ରତାର ପ୍ରାକୃତିକ ସନ୍ତୁଳନ ବ୍ୟାହତ ହୋଇପାରେ । ତେଣୁ ମଧୁମେହ ରୋଗୀମାନେ ଗରମ ପାଣିରେ ଗାଧୋଇବା ଠାରୁ ଦୂରେଇ ରହିବା ଉଚିତ୍ । ସେମାନେ କେବଳ ଥଣ୍ଡା ପାଣିରେ ଗାଧୋଇଲେ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ ।

ସ୍ନାୟୁରେ କ୍ଷତି ହେବାର ଆଶଙ୍କା ଥାଏ: ଯଦି ଆପଣ ଜଣେ ମଧୁମେହ ରୋଗୀ ଏବଂ ଶୀତଦିନେ ଗରମ ପାଣିରେ ଗାଧଉଛନ୍ତି ତେବେ ଏହାକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ । ନଚେତ୍ ଏହା ଆପଣଙ୍କ ସ୍ନାୟୁ ଉପରେ ଅନେକ ଖରାପ ପ୍ରବାବ ପକାଇବ । ଯାହାଫଳରେ ଆପଣ ସ୍ନାୟୁ ନଷ୍ଟ ହେବାର ଆଶଙ୍କା ମଧ୍ୟ ଦେଖାଦେବ । ଏହାପରେ ଆପଣଙ୍କ ପାଦର ଚର୍ମ ଗରମ ଏବଂ ଥଣ୍ଡା କମ୍ ଅନୁଭବ କରିବା ଆରମ୍ଭ କରିବ । ଏତତ୍ ବ୍ୟତୀତ ଏହି ସମୟରେ ଯଦି ମଧୁମେହ ରୋଗୀମାନେ ଗରମ ପାଣିରେ ସେମାନଙ୍କ ପାଦ ଧୋଇଥାନ୍ତି ତେବେ ପାଦ ମଧ୍ୟ ଫୁଲିପାରେ । ତେବେ ହୁ ର ଅଧ୍ୟୟନ ଅନୁଯାୟୀ, ଚର୍ମ ସମସ୍ୟା ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଉଦାସୀନତା ଏବଂ ଚାପ ପରି ପରିସ୍ଥିତି ସୃଷ୍ଟି କରିପାରେ । ତେଣୁ ମଧୁମେହ ରୋଗୀମାନେ ଗରପାଣିରେ ଗାଧୋଇବା କିମ୍ବା ଧୁଆଗୁଇ ହେବାଠାରୁ ନିଜକୁ ଦୂରେଇ ରଖନ୍ତୁ ।

Get real time updates directly on you device, subscribe now.