fbpx

ଗୋଟିଏରୁ ଅଧିକ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ହେବ ବଡ଼ କ୍ଷତି: RBI ଜାରି କଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ବ୍ୟାଙ୍କରେ ଆକାଉଣ୍ଟ ରହିବା ଆଜିର ଦିନରେ ଅତି ସାଧାରଣ କଥା । ଦେଶରେ କୋଟି କୋଟି ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଛି । କିନ୍ତୁ ଯଦି ଆପଣ ଗୋଟିଏରୁ ଅଧିକ ବ୍ୟାଙ୍କରେ ନିଜର ଆକାଉଣ୍ଟ ଖୋଲିଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବଡ଼ ସମସ୍ୟା ହୋଇପାରେ । ଆରବିଆଇ ପକ୍ଷରୁ ଗ୍ରାହକମାନଙ୍କୁ ଏବିଷୟରେ ଅନେକ ସୂଚନା ଦିଆଯାଇଛି । ଏକରୁ ଅଧିକ ଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ନୂଆ ଗାଇଡଲାଇନ୍ ଜାରି କରିଛି ।

ଆରବିଆଇ ପକ୍ଷରୁ ଆକାଉଣ୍ଟ ଖୋଲିବାର କୌଣସି ସୀମା ସ୍ଥିର କରାଯାଇ ନାହିଁ, କିନ୍ତୁ ଅନେକ ବ୍ୟାଙ୍କରେ ଆକାଉଣ୍ଟ ରଖିବା ଦ୍ୱାରା ଗ୍ରାହକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଆପଣଙ୍କୁ ସମସ୍ତ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସକୁ ମ୍ୟାନେଜ୍ କରିବାକୁ ପଡିବ । ଏହା ସହିତ ଅନ୍ୟାନ୍ୟ ସୁବିଧାକୁ ମଧ୍ୟ ମ୍ୟାନେଜ୍ କରିବାକୁ ପଡ଼ିବ । ଚେକବୁକ୍ ଠାରୁ ନେଇ କାର୍ଡ ପର୍ଯ୍ୟନ୍ତ ସବୁକିଛି ଆପଣଙ୍କୁ ସମ୍ଭାଳିବାକୁ ପଡିବ ।

ଏହା ବ୍ୟତୀତ ଆପଣଙ୍କୁ ମେଣ୍ଟେନାନ୍ସ ସହିତ ଅନେକ ପ୍ରକାରର ଦେୟ ଦେବାକୁ ପଡିବ । କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଚାର୍ଜ, ସେବା ଦେୟ ସହିତ ବିଭିନ୍ନ ପ୍ରକାରର ଦେୟ ଦେବାକୁ ପଡିବ । ଯଦି ଆପଣ କେବଳ ଗୋଟିଏ ବ୍ୟାଙ୍କର ସୁବିଧା ସୁଯୋଗ ନିଅନ୍ତି, ତେବେ ଆପଣଙ୍କୁ କେବଳ ଗୋଟିଏ ବ୍ୟାଙ୍କରେ ଦେୟ ଦେବାକୁ ପଡିବ ।

Get real time updates directly on you device, subscribe now.