fbpx

Video: ଲାଇଟ୍ ପାଖରେ ପହଞ୍ଚିବା ପାଇଁ କରିଥିଲେ ଯୋଗାଡ଼; ଷ୍ଟୁଲରୁ ଖସି ସାଙ୍ଗ ମୁହଁ ରେ ପଡ଼ିଲେ

ନୂଆଦିଲ୍ଲୀ: ଅନେକ ସମୟରେ ଘରେ ଛୋଟ କାମ କରିବାବେଳେ ଆମ ସହିତ ବେଳେବେଳେ କିଛି ଦୁର୍ଘଟଣା ଘଟେ । ଏଭଳି ଦୁର୍ଘଟଣାର ଭିଡିଓ ବେଳେବେଳେ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥାଏ । ବିଶେଷକରି ଯେତେବେଳେ ଭିଡିଓରେ କିଛି ମଜାଦାର କଣ୍ଟେଟ ରହିଥାଏ ଲୋକମାନେ ଏହାକୁ ଦେଖିବା ପାଇଁ ଆଗ୍ରହ କରନ୍ତି । ଏହି ଭିଡିଓ ଗୁଡ଼ିକ ମଧ୍ୟରୁ କେତେକ ଭିଡିଓକୁ ପସନ୍ଦ କରନ୍ତି ଏବଂ କେତେକ ଏହାକୁ ପସନ୍ଦ କରନ୍ତି ନାହିଁ । ତେବେ ଏଭଳି ଏକ ଦୁର୍ଘଟଣା ୨ ଜଣ ଯୁବକଙ୍କ ସହିତ ଘଟିଥିଲ । ଲାଇଟ୍ ପାଖରେ ପହଞ୍ଚିବା ପାଇଁ ସେମାନେ କରିଥିବା ଯୋଗାଡ଼ ବିଫଳ ହୋଇଥିଲା । ତେବେ ଭାଇରାଲ ହୋଇଥିବା ଭିଡିଓଟି ଆମର ଦୈନନ୍ଦିନ ଜୀବନ ସହିତ ଜଡିତ । ଯାହା ନିଶ୍ଚିତ ଭାବରେ ଆମ ସହିତ କେବେ ନା କେବେ ହୋଇଥିବ ।

ଭିଡିଓରେ ଦେଖାଯାଇଥିବା ଯୁବକ ଦୁଇ ଜଣ ଭାବିଥିଲେ ସେମାନେ କମ୍ ସମୟ ମଧ୍ୟରେ ସେମାନଙ୍କର କାର୍ଯ୍ୟ କରିନେବେ । କିନ୍ତୁ ଭିଡିଓରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି । ତେବେ ଆମ ଘରେ ଲାଗିଥିବା ବଲବ ଫ୍ୟୁଜ୍ ହେଲେ କିମ୍ବା ଫ୍ୟାନ୍ ସଫା କରିବାର ଥିଲେ ଆମେ ଏଭଳି ଉଚ୍ଚ ସ୍ଥାନରେ ପହଞ୍ଚିବା ପାଇଁ ଚେୟାର କିମ୍ବା ଟେବୁଲ ବ୍ୟବହାର କରିଥାଉ । ଏହା କରିବା ପୂର୍ବରୁ ଆମେ ଚେୟାର କିମ୍ବା ଟେବୁଲକୁ ଠିକ୍ ଭାବରେ ଚେକ୍ କରିଥାଉ ।

ତେବେ ଭାଇରାଲ୍ ଭିଡିଓରେ, ଦୁଇ ଜଣ ଯୁବକ ଘରେ ଲାଗିଥିବା ଲାଇଟକୁ ବଦଳାଇବା ପାଇଁ ୩ ଟି ପ୍ଲାଷ୍ଟିକ୍ ଚେୟାରରେ ୨ ଟି ଷ୍ଟୁଲ୍ ରଖି ଉଚ୍ଚ ସ୍ଥାନରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ତଳେ ଥିବା ଯୁବକଙ୍କ ସାମାନ୍ୟ ଭୁଲ ପାଇଁ ଷ୍ଟୁଲ ଉପରେ ଛିଡ଼ା ହୋଇଥିବା ଅନ୍ୟଜଣେ ଯୁବକ ଖସି ପଡ଼ିଥିଲେ । ସେ ଷ୍ଟୁଲରୁ ଖସି ତଳେ ଥିବା ବ୍ୟକ୍ତିଙ୍କ ମୁହଁ ଉପରେ ପଡ଼ି ଯାଇଥିଲେ । ଏହି ସମୟରେ ଦୁଇଜଣଙ୍କୁ ଗଭୀର ଭାବେ ଆଘାତ ଲାଗିଥିଲା । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ଏକ ଆକାଉଣ୍ଟରୁ ଏହି ଭିଡିଓଟି ସେୟାର କରାଯାଇଛି । ଜାନୁଆରୀ ୨ ରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ପ୍ରାୟ ୪୦୦୦ ଲୋକ ଏହାକୁ ଲାଇକ୍ କରିଛନ୍ତି । ଭିଡିଓ ଉପରେ କମେଣ୍ଟଦେଇ ଲୋକମାନେ ମଜାଦାର କଥା କହିଛନ୍ତି ।

Get real time updates directly on you device, subscribe now.