fbpx

ରାଜ୍ୟରେ ଆଜି ଓ କାଲି ଘନ କୁହୁଡ଼ି ସମ୍ଭାବନା: ୮ ଜିଲ୍ଲାକୁ ସତର୍କ କଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାତି ଓ କାଲି ସକାଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖିଯିବାର ସମ୍ଭାବନା ରହିଛି । ୮ଟି ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବା ସୂଚନା ମିଳିଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼ ଜିଲ୍ଲାରେ ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ପାଣିପାଗ ନେଇ ସ୍ବତନ୍ତ୍ର ରିଲିଫ କମିସନ ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ଏସ୍‌ଆରସି ପକ୍ଷରୁ କୁହାଯାଇଛି ଯେ, ଆଜି ରାତିରେ ଓ ଆସନ୍ତାକାଲି (ଜାନୁଆରି ୪) ସକାଳୁ ରେ ଘନକୁହୁଡ଼ି ଦେଖାଯିବ। ତେଣୁ ଦୁର୍ଘଟଣା ଏଡାଇବା ପାଇଁ ଯାତାୟତ ବେଳେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଅଛି।

ତେବେ ରବିବାର ସକାଳୁ ରାଜ୍ୟର ପାଗ ଥିଲା ରଜ ପାଗ। ଶୀତର ପ୍ରକୋପ ନଥିଲା। ଖରା ବି ଟାଣ ନଥିଲା। ହାଲୁକା କୁହୁଡ଼ି ପରିବେଶକୁ ଭ୍ରମଣ ଉପଯୋଗୀ କରିଥିଲା। ଆସନ୍ତା ୩ ଦିନ ରାଜ୍ୟରେ ଏହିଭଳି ପାଗ ରହିପାରେ। ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ଶୀତ ପ୍ରଭାବ ରହିବ ନାହିଁ। ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧିପାଇବ। ଫଳରେ ରାଜ୍ୟ‌ରୁ ଶୀତ ଗାୟବ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.