fbpx

ବାଚସ୍ପତିଙ୍କ ଉପରକୁ ପ୍ଲାକକାର୍ଡ ଫିଙ୍ଗିଲେ ବିରୋଧୀ, କାଲି ଯାଏଁ ଗୃହ ମୁଲତବୀ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଘନେଇଛି ରାଜନୀତି । ଏହାକୁ ନେଇ ଅପରାହ୍ନରେ ଘଣ୍ଟମାଡ଼ କରି ବିଧାନସଭାରେ ବିରୋଧୀମାନେ ହୋହଲ୍ଲା କରିଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ପ୍ଲାକକାର୍ଡ ଫିଙ୍ଗିଛନ୍ତି ବିରୋଧୀ । ଘଣ୍ଟମାଡ଼ ସହ ପ୍ଲାକକାର୍ଡ ପ୍ରଦର୍ଶନ କରିଛନ୍ତି ବିଜେପି ସଦସ୍ୟ । ଅନ୍ୟପଟେ ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି । ଗୃହରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଗରେ ଘଣ୍ଟ ବାଡେଇଛନ୍ତି ତାରା । ହୋହଲ୍ଲା ଭିତରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନା କରାଯାଇଛି ।

ବିଜେପି ଓ କଂଗ୍ରେସ କର୍ମୀଙ୍କ ହୋହଲ୍ଲା ପରେ ଗୃହକୁ ଆସନ୍ତକାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ହୋହଲ୍ଲା ଭିତରେ ଗିଲୋଟିନରେ ପାରିତ ହୋଇଛି ବିଭିନ୍ନ ଖର୍ଚ୍ଚ ଦାବି ।

Get real time updates directly on you device, subscribe now.