fbpx
BSKY
BJD YOUTH SKY
BJD MS SKY

ଓମିକ୍ରନ ଭୟ: କୁଏତରୁ ଫେରିଥିବା ଦୁଇଜଣଙ୍କୁ କରୋନା

ଯାଜପୁର(ଓଡ଼ିଶା ଭାସ୍କର): କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଖବର । କୁଏତରୁ ଫେରିଥିବା ଯାଜପୁର ଜିଲ୍ଲାର ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବଡ଼ଚଣା ଓ ଅନ୍ୟ ଜଣେ ବରୀ ଅଞ୍ଚଳର ବୋଲି ଜଣାପଡ଼ିଛି ।

ଦୁଇ ଆକ୍ରାନ୍ତଙ୍କୁ ଟାଟା କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାପରେ ଦୁହିଁଙ୍କ ନମୂନାକୁ ଭୁବନେଶ୍ୱର ଆଇଏଲଏସକୁ ପଠାଯାଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ଗତ ନଭେମ୍ବର ୨୬ତାରିଖରେ ସେମାନେ କୁଏତରୁ ଭାରତକୁ ଆସିଥିଲେ । ସେମାନଙ୍କର ଆରଟିପିସିଆର ଟେଷ୍ଟ କରିବା ପରେ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଥିଲା । ଏହା ଓମିକ୍ରନ ଭ୍ୟାରିଏଣ୍ଟ କି ନୁହେଁ, ତାହା ଜାଣିବା ପାଇଁ ସେମାନଙ୍କ ନମୂନା ଜେନମ ସିକ୍ୱେନ୍ସିଂ ପଠାଯାଇଛି ।

Get real time updates directly on you device, subscribe now.