କମ୍ ଦାମରେ ମିଳିବ ରହିବାଯୋଗ୍ୟ ଘର, ମୁଖ୍ୟମନ୍ତ୍ରୀ କରୁଛନ୍ତି ଅନୁଧ୍ୟାନ

ଭୁବନେଶ୍ୱର: ସୁଲଭ ମୂଲ୍ୟରେ ମିଳିବ ଘର । ସୁଲଭ ଦାମରେ ଘର ଦେବ ହାଉସିଂବୋର୍ଡ । ଏ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଲୋକେ ଚାହାନ୍ତି ସ୍ମାର୍ଟ ସିଟିରେ ରହିବେ, ସବୁ ସୁବିଧା ପାଇବେ । ଲୋକଙ୍କ ଏ ଇଚ୍ଛା ଖୁବ୍ ଶୀଘ୍ର ପୂରା ହେବ ।

ଏ ନେଇ ମୁଖ୍ୟମନ୍ତ୍ରୀ ନିଜେ ଅନୁଧ୍ୟାନ କରୁଛନ୍ତି । ଟ୍ରାଫିକ୍ ଏରିଆରେ ଓଭରବ୍ରିଜ୍ କରିବାକୁ ଯୋଜନା କରାଯାଇଛି ।

ବେଟର ଭୁବନେଶ୍ୱର ଏବଂ ଗ୍ରେଟର ଭୁବନେଶ୍ୱର କରିବାକୁ ଲକ୍ଷ୍ୟ ରଖାଯାଇଛି । ଟିପି ସ୍କିମରେ ସହର ବଢ଼ାଇବାକୁ ଯୋଜନା ଚାଲିଛି । ଖୁବଶୀଘ୍ର ଭୁବନେଶ୍ୱର ରିଙ୍ଗ ରୋଡ୍ ତିଆରି କରାଯିବ ।