fbpx
BJD SKY
BJD SKY

ଭାରତୀୟ ମହିଳା ହରାଇଲେ ଜୀବନସାରା ରୋଜଗାର କରିଥିବା ଟଙ୍କା, ଡିପଫେକ ମାଧ୍ୟମରେ ଠକିନେଲେ ସଞ୍ଚୟ

BJD

ନୂଆଦିଲ୍ଲୀ: ଆମେରିକାରେ ଥିବା ଜଣେ ଭାରତୀୟ ମହିଳା ତାଙ୍କ ଜୀବନସାରା ରୋଜଗାର କରିଥିବା ଟଙ୍କାକୁ ହରାଇଛନ୍ତି । ଏହା ଆମେରିକାର ଫିଲାଡେଲଫିଆରେ ରହୁଥିବା ୩୭ ବର୍ଷୀୟ ଶ୍ରେୟା ଦତ୍ତାଙ୍କର ଅଟେ । ସେ ଜଣେ ଟେକ ପ୍ରଫେସନାଲ ଅଟନ୍ତି । ତେବେ ବର୍ତ୍ତମାନ ସେ ୪୫୦,୦୦୦ ଡଲାରକୁ ଠକାମୀ ଦ୍ୱାରା ହରାଇଛନ୍ତି ।

ଏହି କାହାଣୀର ଆରମ୍ଭ ଜାନୁଆରୀ ମାସରେ ହୋଇଥିଲା । ଡେଟିଂ ଆପ ମାଧ୍ୟମରେ ଏନ୍ସେଲ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ସାଙ୍ଗ ହେଲା । ଏନ୍ସେଲ ନିଜକୁ ଫ୍ରାନ୍ସର ବୋଲି କହୁଥିଲେ ଏବଂ ସେ ଫିଲାଡେଲଫିଆରେ ମଦ ବିଜନେସ କରୁଥିଲେ । ଏନ୍ସେଲ ଶ୍ରେୟାଙ୍କ ସହ ସାଙ୍ଗ ହେଲେ, ମେସେଜ କଲେ । ଏହାପରେ ସାଙ୍ଗ ହେବା ପରେ ଶ୍ରେୟାଙ୍କ ଟଙ୍କା ଲୁଟି ପଳାୟନ କଲେ ।

ଶ୍ରେୟା ପୋଲିସକୁ କହିଛନ୍ତି ଯେ, ଡେଟିଂ ଆପ ପରେ ଦୁଇଜଣ ହ୍ୱାଟ୍ସଆପରେ ଚାଟ କରିଲୁ । ଡିପଫେକ ସାହାଯ୍ୟରେ ଏନ୍ସେଲ ଶ୍ରେୟାଙ୍କ ସହ କଥା ହେବା ଆରମ୍ଭ କରିଥିଲେ । ଏମାନେ ଦୁଇ ଜଣ ବହୁତ ଥର ଦେଖାକରିବାକୁ ଚାହାନ୍ତି ହେଲେ କୌଣସି ମତେ ଦେଖା ହୋଇପାରେନି । ଗତ ବର୍ଷ ଶ୍ରେୟାଙ୍କୁ ଏନ୍ସେଲଙ୍କ ଠାରୁ ଫୁଲ ମିଳିଥିଲା ।

ଏନ୍ସେଲ ଶ୍ରେୟାଙ୍କୁ କହିଥିଲେ ଯେ, ଖୁବ ଶୀଘ୍ର ମୁଁ ଅବସର ନେବାକୁ ଯାଉଛି ଏବଂ ତୁମର ପ୍ଲାନ କଣ ଅଛି । ଏନ୍ସେଲ କ୍ରିପ୍ଟୋ କରେନ୍ସି ସହ ସମ୍ବନ୍ଧିତ ଏକ ଆପ୍ଲିକେସନ ବିଷୟରେ କହିଥିଲେ । ଏକ ଲିଙ୍କ ଦେଇ କହିଥିଲେ ଯେ, ଏଥିରେ ଟଙ୍କା ନିବେଶ କରିବା ଦ୍ୱାରା ତୁମକୁ ଲାଭ ମିଳିବ । ଆରମ୍ଭରେ ଶ୍ରେୟା କିଛି ଟଙ୍କା ନିବେଶ କରିଥିଲେ, ପରେ ସେ ବାହାର ମଧ୍ୟ କରିଛନ୍ତି । ଶ୍ରେୟାଙ୍କୁ ଲାଗୁଥିଲା ଏହା ଏକ ଉତ୍ତମ ଆପ । ଏହାପରେ ଶ୍ରେୟା ଏଥିରେ ନିଜ ଜୀବନରେ ରୋଜଗାର କରିଥିବା ସମସ୍ତ ଟଙ୍କାକୁ ଏଥିରେ ନିବେଶ କରିଦେଲେ । ଏଥିସହ ପ୍ରଫିଟ ମିଳିବା ପାଇଁ ସେ ବ୍ୟାଙ୍କରୁ ଟଙ୍କା ଆଣି ଏଥିରେ ନିବେଶ କରିଥିଲେ । ହେଲେ ପରେ ସେହି ଟଙ୍କାକୁ ଏନ୍ସେଲ ନେଇ ପଳାଇଲା । ବର୍ତ୍ତମାନ ପୋଲିସ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.