fbpx

Reliance-Disney Deal: ସ୍ୱାକ୍ଷର ହେଲା ଚୁକ୍ତିନାମା, ଏତିକି ଟଙ୍କା ବିନିଯୋଗ କରିବ ରିଲାଏନ୍ସ କମ୍ପାନୀ

Advertisement

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀ ଏକ ନୂତନ ଡିଲକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତୈଳରୁ ଆରମ୍ଭ କରି ଗ୍ରୀନ୍ ଏନର୍ଜୀ ପର୍ଯ୍ୟନ୍ତ ତାଙ୍କ ବ୍ୟବସାୟକୁ କ୍ରମାଗତ ଭାବେ ବିସ୍ତାର କରୁଛନ୍ତି । ବର୍ତ୍ତମାନ ମୁକେଶ ଅମ୍ବାନୀ ଆଉ ଏକ ସେକ୍ଟରରେ ଧମାଲ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଆମେରିକୀୟ ଏଣ୍ଟରଟେନମେଣ୍ଟ କମ୍ପାନୀ ୱାଲ୍ଟ ଡିଜନୀ(Walt Disney Co.) ମଧ୍ୟରେ ମିଶ୍ରଣ(merger)କୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଭାରତରେ ଦେଖାଦେଇଥିବା କଡ଼ା ପ୍ରତିଦ୍ୱନ୍ଦିତା ଯୋଗଁ ଡିଜନୀ ଏଭଳି ନିଷ୍ପତ୍ତି ନେଇଛି । ଏନେଇ ଦୁଇ କମ୍ପାନୀଙ୍କ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ପ୍ରକାଶ ପାଇ ନାହିଁ ।

ଏକ ରିପୋର୍ଟରୁ ପ୍ରକାଶ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଏବଂ ଆମେରିକୀୟ ଏଣ୍ଟରଟେନମେଣ୍ଟ କମ୍ପାନୀ ୱାଲ୍ଟ ଡିଜନୀ (Walt Disney Co.) ମଧ୍ୟରେ ମିଶ୍ରଣକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ମିଶ୍ରଣ ପରେ ରିଲାଏନ୍ସ ମିଡିଆ ୟୁନିଟ ଏବଂ ଅନ୍ୟ ସହଯୋଗୀ କମ୍ପାନୀ ପାଖରେ ଅତିକମରେ ୬୧ ପ୍ରତିଶତ ଅଂଶଧନ ଏବଂ ଅବଶିଷ୍ଟ ଡିଜନୀ ପାଖରେ ରହିବ ବୋଲି ଆଶା କରାଯାଉଛି । ୬୧ ପ୍ରତିଶତ ଅଂଶଧନ ପାଇଁ ରିଲାଏନ୍ସ କମ୍ପାନୀ ୧.୫ ବିଲିୟନ ଡଲାର ବିନିଯୋଗ କରିବ ବୋଲି ଅନୁମାନ କରାଯାଉଛି । ଏହା ବ୍ୟତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଟାଟା ପ୍ଲେ କିଣିବା ନେଇ ବିଚାର କରୁଛି । ଏନେଇ ୱାଲ୍ଟ ଡିଜନୀ ସହ ୨୯.୮ ପ୍ରତିଶତ ଶେୟାର ପାଇଁ ଆଲୋଚନା କରୁଛି । କହିରଖୁଛୁ ଟାଟା ସନ୍ସ ପାଖରେ ଟାଟା ପ୍ଲେର ୫୦.୨ ପ୍ରତିଶତର ମାଲିକାନା ରହିଛି ।

 

Get real time updates directly on you device, subscribe now.