fbpx
BJD SKY
BJD SKY

ମୁଁ ଦେଶ ପାଇଁ ମରୁଛି, ହେଲେ କରୋନା ଆକ୍ରାନ୍ତ ପତ୍ନୀର ଚିକିତ୍ସା କରି ପାରୁନି, ଜଣେ ବିଏସଫ ଯବାନଙ୍କ ଆକୁଳ ନିବେଦନ

BJD

ରିଭା ୨୧ ।୦୪: ଦେଶା ଏବଂ ଜନତାଙ୍କ ସୁରକ୍ଷା ପାଇଁ ଆମର ଯବାନମାନେ ଅହୋରାତ୍ର ସୀମାରେ ଜାଗ୍ରତ ରହି ପ୍ରହରା ଦେଉଛନ୍ତି । ଶତ୍ରୁ ପକ୍ଷର ପ୍ରତିଟି ଦୁଃସାହାସର ମୁହଁତୋଡ ଜବାବ ମଧ୍ୟ ଦେଉଛନ୍ତି । ଶତ୍ରୁ ଆଗରେ ମଥା ଟେକି ବୀର ଦର୍ପରେ ଲଢୁଥିବା ଆମର ଯବାନ ମହାମାରୀ କରୋନା ସମୟରେ ଅସହାୟ ହୋଇ ପଡିଛନ୍ତି । ଏମିତି ଘଟଣା ଘଟିଛି ଜଣେ ସୀମା ସୁରକ୍ଷା ବଳ(ବିଏସଏଫ) ଯବାନଙ୍କ କ୍ଷେତ୍ରରେ । ମଧ୍ୟ ପ୍ରଦେଶରେ କରୋନା ରୋଗୀଙ୍କ ପାଇଁ ଶଯ୍ୟାର ଘୋର ଅଭାବରେ ପରିସ୍ଥିତି ଜଟିଳ ହୋଇ ପଡିଛି । ହସ୍ପିଟାଲ ବାହାରେ ବେଡ୍ ପାଇଁ ରୋଗୀ ପଡି ରହିିଥିଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି ।

ମଧ୍ୟ ପ୍ରଦେଶର ରିଭା ଜିଲ୍ଲାରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବିଏସଏଫ ଯବାନ କାରରେ ନିଜର ପତ୍ନୀକୁ ନେଇ ଘୁରି ବୁଲୁଥିବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ପତ୍ନୀ କରୋନାରେ ସଂକ୍ରମିତ । ମାତ୍ର ଚିକିତ୍ସା ପାଇଁ ବେଡ୍ ମିଳୁନି । ମିଡିଆକର୍ମୀଙ୍କୁ ଦେଖି ଯବାନ କାନ୍ଦି କାନ୍ଦି ନିଜର ପୀଡା ବଖାଣୁଛନ୍ତି ।
ଯବାନ କହିଛନ୍ତି ଯେ, ଗତ ଆଠ ଘଣ୍ଟାରେ ନିଜର ପତ୍ନୀଙ୍କୁ ଧରି ଏ ହସ୍ପିଟାଲରୁ ସେ ହସ୍ପିଟାଲ ଧାଉଁଛି । ହେଲେ କୌଣସିଠି ବି ବେଡଟିଏ ମିଳୁ ନାହିଁ । କେହି ଏହା ମଧ୍ୟ ଜଣାଇବାକୁ ପ୍ରସ୍ତୁତ ନାହାନ୍ତି ଯେ, ପତ୍ନୀଙ୍କୁ କେଉଁ ହସ୍ପିଟାଲରେ ଭର୍ତ୍ତି କରିବି । ଯବାନ ଯା ଆସ କରୁଥିବା ପ୍ରତିଟି ଲୋକଙ୍କୁ ସାହାଯ୍ୟ ପାଇଁ ଗୁହାରି କରି ଚାଲିଛନ୍ତି । ପରେ ମିଡିଆକର୍ମୀଙ୍କ ହସ୍ତକ୍ଷେପ ପରେ ଯବାନଙ୍କ ପତ୍ନୀଙ୍କୁ ରିଭାର ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିଏସଏଫ ଯବାନ ସଂପ୍ରତି ତ୍ରିପୁରାରେ କାର୍ଯ୍ୟରତ ଅଛନ୍ତି । ଚାରି ଦିନ ପୂର୍ବେ ସେ ଘରକୁ ଛୁଟିରେ ଆସିଛନ୍ତି । ଯବାନ ଟିକା ନେଇ ସାରିଛନ୍ତି । ଘରକୁ ଆସିବା ପରେ ପତ୍ନୀ ଅସୁସ୍ଥ ଥିଲେ । ଟେଷ୍ଟ କରିବା ପରେ ପତ୍ନୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ମଙ୍ଗଳବାର ସକାଳେ ଯବାନ ପତ୍ନୀଙ୍କୁ ଭର୍ତ୍ତି କରିବା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ଚକ୍କର କାଟିଥିଲେ । ହେଲେ କୌଣସିଠି ସାହାଯ୍ୟ ମିଳିନଥିଲା । ପତ୍ନୀଙ୍କୁ ଗାଡିରେ ଶୁଆଇ ସେ ପ୍ରତିଟି ହସ୍ପିଟାଲ ଧାଇଁଥିଲେ ।

ମୁଁ ଦେଶ ପାଇଁ ମରୁଛି
କରୋନା ଆକ୍ରାନ୍ତ ପତ୍ନୀଙ୍କ ଚିକିତ୍ସାକୁ ନେଇ ଯବାନ ବହୁତ ନିସହାୟ ନଜର ଆସିଥିଲେ । ସେ କ୍ୟାମେରା ଦେଖିବା ମାତ୍ରେ କାନ୍ଦିବାକୁ ଲାଗିଥିଲେ । ସେ କହିଛନ୍ତି ଯେ, ମୁଁ ଜଣେ ଯବାନ ଦେଶ ପାଇଁ ମରୁଛି । କିନ୍ତୁ ନିଜ ପତ୍ନୀର ଚିକିତ୍ସା କରି ପାରୁନି । କେହି ମଧ୍ୟ ସାହାଯ୍ୟ କରିବାକୁ ନାଜାର । କୁଆଡେ ନେଇ ପତ୍ନୀଙ୍କୁ ଯିବି ବୋଲି କୋହଭରା କଣ୍ଠରେ କହିଛନ୍ତି ବିଏସଏଫ ଯବାନ ।

Get real time updates directly on you device, subscribe now.