fbpx

ବ୍ରହ୍ମପୁରରେ ଆରମ୍ଭ ହେଲା ଡୋର୍ ଟୁ ଡୋର୍ ସ୍କ୍ରିନିଂ, ୧୧୨ ଟିମ୍ ଗଠନ

ବ୍ରହ୍ମପୁର,୨୧ା୪  : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ତେଣୁ ବାହାର ରାଜ୍ୟ ମାନଙ୍କରେ ସଂକମ୍ରଣ ବଢ଼ୁଥିବାରୁ କିଛି ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ମାନେ ରାଜ୍ୟକୁ ଫେରୁଛନ୍ତି । ତେଣୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମଗ୍ର ଜିଲ୍ଲାରେ କଟକଣାକୁ ବଢ଼ାଦେଇଛନ୍ତି । ପୂର୍ବ ଥର ଜିଲ୍ଳାରେ ସବୁଠାରୁ ଅଧିକ ପ୍ରବାସୀ ଫେରିଥିଲେ । ଯାହା ଫଳରେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ଚରମରେ  ଥିଲା । ଏଣୁ ଜିଲ୍ଲା ପ୍ରଶାସନ ପୂର୍ବସ୍ଥିତିକୁ ପରଖି ଏଥର ଆଗୁଆ ସଚେତନ ହୋଇଯାଇଛନ୍ତି ।

ଜିଲ୍ଲା ପ୍ରଶାସନ ପୁଣି ଥରେ ଆଜି ଠାରୁ ଡୋର୍ ଟୁ ଡୋର୍ ଟେଷ୍ଟିଂ ଏବଂ ସ୍କ୍ରିନିଂ ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରାଯାଇଛି । ସୂଚନା ଅନୁଯାୟୀ, ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା କରିବା ପାଇଁ ୧୧୨ଟି ଟିମ୍ ଗଠନ ହୋଇଛି । ଏଥିରେ ଅଙ୍ଗନୱାଡି କର୍ମୀ ଏବଂ ଆଶା ଦିଦି ମାନଙ୍କୁ ନେଇ ଏହି ୧୧୨ଟି ଟିମ୍ ଗଠନ ହୋଇଛି । ଏମାନେ ବ୍ରହ୍ମପୁର ସହରବାସୀଙ୍କ ଘରକୁ ଘର ବୁଲି ଥାର୍ମଲ୍ ସ୍କ୍ରିନିଂ, ଅକ୍ସିଜେନ୍ ଯାଞ୍ଚ ଆଦି କରିବେ ଏବଂ କରୋନା ଲକ୍ଷଣ ନେଇ ଲୋକଙ୍କୁ ସଚେତନ କରିବେ ।

ଏତଦ୍ ବ୍ୟତୀତ ସହରକୁ କେତେ ଜଣ ପ୍ରବାସୀ ଫେରୁଛନ୍ତି ତାର ତଥ୍ୟ ସଂଗ୍ରହ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ରହିଛି ତାର ସମ୍ପୂର୍ଣ୍ଣ ବିବରଣୀ କୁ ଏକତ୍ର କରିବେ । ଏହାର ପୂର୍ବବର୍ଷ, ଯେତେବେଳେ ଗଞ୍ଜାମରେ ସଂକ୍ରମଣ ସବୁ ଜିଲ୍ଲା ତୂଳନ।ରେ ସର୍ବାଧିକ ଥିଲା ସେତେବେଳେ ବ୍ରହ୍ମପୁର ସହରରେ ୭ ଥର ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ହୋଇଥିଲା । ଆଉ ସେମାନଙ୍କ ପରିଶ୍ରମ ଫଳରେ ସଂକ୍ରମଣ ହ୍ରାସ ପାଇଥିଲା ।

Get real time updates directly on you device, subscribe now.