fbpx

ଧୋନୀଙ୍କ ମା’ ବାପା କରୋନା ପଜିଟିଭ୍, ରାଞ୍ଚି ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି, ୨୧ା୪ : ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମା ଏବଂ ବାପା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବୁଧବାର ସେମାନେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ରାଞ୍ଚିର ପଲ୍ସ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଅକ୍ସିଜେନ୍ ସ୍ତର ମଧ୍ୟ ଠିକ୍ ରହିଛି । ହେଲେ ଏଯାବତ୍ ସଂକ୍ରମଣ ଫୁସଫୁସ୍ ପର୍ଯ୍ୟନ୍ତ ପହଞ୍ଚିନାହିଁ । ତେଣୁ ସେମାନେ ଖୁବ୍ ଶୀଘ୍ର ଭୁତାଣୁ କବଳରୁ ମୁକ୍ତ ହେବେ ବୋଲି କୁହାଯାଇଛି ।

ବର୍ତ୍ତମାନ ଆଇପିଏଲ୍ ମ୍ୟାଚ୍ ଚାଲିଥିବାରୁ ଧୋନୀ ଚ୍ନେନାଇ ସୁପରକିଙ୍ଗ ଟିମ୍ ର ଅଧିନାୟକ ହିସାବରେ ଖେଳୁଛନ୍ତି । ତେଣୁ ସେ ମୁମ୍ବାଇରେ ଅଛନ୍ତି ।  ତାଙ୍କ ନେତୃତତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗ୍ସର ମୁକାବିଲା ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ରହିଛି । ସୁଚନାଯୋଗ୍ୟ, ଧୋନୀଙ୍କ ମା ବାପା ଝାଡଖଣ୍ଡରେ ରୁହନ୍ତି । ସେଠରେ ମଧ୍ୟ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଳକ୍ଷ ୯୫ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.