fbpx

ଓମିକ୍ରନ ବିରୋଧରେ କେତେ ପ୍ରଭାବଶାଳୀ ଭାକ୍ସିନ ? ଜବାବ ଦେଲେ ‘WHO’ ଡାକ୍ତର

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ସୂରୂପ ଓମିକ୍ରନକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ଏହି ଭାରିଏଣ୍ଟ ବିରୋଧରେ କେଉଁ ଭାକ୍ସିନ କେତେ ପ୍ରଭାବଶାଳୀ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ ତଥ୍ୟ ସାମ୍ନାକୁ ଆସିନାହିଁ । ଏହା ମଧ୍ୟରେ ଶୁକ୍ରବାର ଡବ୍ଲ୍ୟୁଏଚଓ ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ ଖେତ୍ରପାଲ ସିଂହ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଏହି ଭାରିଏଣ୍ଟ ବିରୋଧରେ ଟିକାର ପ୍ରଭାବଶୀଳତା କମ ହୋଇପାରେ।

ଡ. ଖେତ୍ରପାଲ କହିଛନ୍ତି, ପ୍ରାରମ୍ଭିକ ତଥ୍ୟରୁ ଜଣା ପଡୁଛି ଯେ, ଓମିକ୍ରନ ଭାରିଏଣ୍ଟ ବିରୋଧରେ ଟିକାର ପ୍ରଭାବ କମ ରହିପାରେ । ଟିକାର ପ୍ରଭାବ କେତେ ରହିବ ତାର ସଠିକ୍ ଆକଳନ ପାଇଁ ଆଉ କିଛି ସପ୍ତାହ ଲାଗିପାରେ। ଓମିକ୍ରନକୁ ହାଲୁକା ଭାବି ଏଡାଇ ଦିଆଯାଇ ପାରିବ ନାହିଁ who। ଓମିକ୍ରନ କେତେ ଗମ୍ଭୀର ହେଉ କି ନହେଉ କିନ୍ତୁ ସ୍ଵାସ୍ଥ୍ୟ କ୍ଷେତ୍ର ଉପରେ ଏହାର ବ୍ୟାପକ ପ୍ରଭାବ ପକାଇପାରେ।

ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଓମିକ୍ରନ ଗତ ଅନ୍ୟ କୌଣସି ଭାରିଏଣ୍ଟ ତୂଳନାରେ ଅଧିକ ବେଗରେ ବ୍ୟାପୁଛି। ଦକ୍ଷିଣ ଆଫ୍ରିକାର ତଥ୍ୟ ଦର୍ଶାଉଛି ଯେ, ଓମିକ୍ରନ ସହିତ ପୁଣି ଥରେ ବିପଦ ବଢିପାରେ। ମାତ୍ର ନିଷ୍କର୍ସରେ ପହଞ୍ଚିବା ପାଇଁ ହେଲେ ଅଧିକ ତଥ୍ୟର ଆବଶ୍ୟକତା ରହିଛି। ଅଦ୍ୟାବଧି ଓମିକ୍ରନ କେତେ ଗୁରୁତର ତାର ପର୍ଯ୍ୟାପ୍ତ ତଥ୍ୟ ହସ୍ତଗତ ହୋଇନାହିଁ।

Get real time updates directly on you device, subscribe now.