fbpx

କେତେ ଦିନ କ୍ରିକେଟରୁ ଦୂରେଇ ରହିବେ ଶ୍ରେୟସ? ଲଣ୍ଡନରେ ସରିଲା ପିଠି ସର୍ଜରୀ

ନୂଆଦିଲ୍ଲୀ: ଇଣ୍ଡିଆନ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କୁ ନେଇ ଏକ ବଡ ଅପଡେଟ ସାମନାକୁ ଆସିଛି । ଲଣ୍ଡନରେ ତାଙ୍କର ବ୍ୟାକ ସର୍ଜରୀ ସଫଳତାର ସହ ଶେଷ ହୋଇଛି । କିନ୍ତୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଦଳରେ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟରେ ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି ଶ୍ରେୟସ । ଏହାପରେ ସେ ଆଇପିଏଲରୁ ମଧ୍ୟ ବାଦ୍ ପଡିଥିଲେ । ତେବେ ବର୍ତ୍ତମାନ ତାଙ୍କର ସର୍ଜରୀ ସଫଳତାର ସହ ଶେଷ ହେବା ପରେ ଦଳକୁ ଖୁବଶୀଘ୍ର କମବ୍ୟାକ କରିପାରନ୍ତି ।

ରିପୋର୍ଟ ଅନୁସାରେ, ମଙ୍ଗଳବାର ଲଣ୍ଡନରେ ଶ୍ରେୟସଙ୍କ ବ୍ୟାକ ସର୍ଜରୀ କରାଯାଇଛି । ତେବେ ସେ ବର୍ତ୍ତମାନ ଦଳରେ କମବ୍ୟାକ କରିପାରିବେ ନାହିଁ । ଟିମ ଇଣ୍ଡିଆରେ କମବ୍ୟାକ କରିବା ପାଇଁ ଶ୍ରେୟସଙ୍କୁ ଆହୁରି ୩ ମାସ ସମୟ ଲାଗିବ ବୋଲି କୁହାଯାଇଛି । ତେଣୁ ଆସନ୍ତା ଜୁନରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ସେ ଦଳରୁ ବାଦ୍ ପଡିପାରନ୍ତି । କିନ୍ତୁ ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି । ତେଣୁ ବିଶ୍ୱକପ ଦଳରେ ଭାରତୀୟ ଟିମରେ ସେ ସାମିଲ ହୋଇପାରନ୍ତି ।

Shreyas Iyer taken for scans during fourth Test match

ସୂଚନା ଥାଉ କି, ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ପିଠି ଯନ୍ତ୍ରଣା ଅନୁଭବ କରିଥିଲେ ଶ୍ରେୟସ । ଏହାପରେ ଡାକ୍ତରଙ୍କ ଉପଦେଶ ଅନୁସାରେ ସର୍ଜରୀ ପାଇଁ ସେ ଲଣ୍ଡନ ଯାଇଥିଲେ । ଭାରତୀୟ ଦଳର ମଧ୍ୟକ୍ରମରେ ସେ ବର୍ତ୍ତମାନ ଜଣେ ପ୍ରମୁଖ ଖେଳାଳି ଭୂମିକାରେ ରହିଛନ୍ତି । ଦମଦାର ବ୍ୟାଟିଂ ଯୋଗୁଁ ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ ।

Get real time updates directly on you device, subscribe now.