ଗୋଟିଏ ପରିବାରର କେତେ ଜଣଙ୍କୁ ମିଳିବ ଆୟୁଷ୍ମାନ କାର୍ଡ
ଆପଣଙ୍କ ପରିବାରରେ କେତେ ଜଣ ସଦସ୍ୟ? ଆଉ କେତେ ଜଣଙ୍କ ନାଁରେ ରହିଛି ଆୟୁଷ୍ମାନ କାର୍ଡ? ଯଦି ପରିବାରରେ ଅଧିକ ସଦସ୍ୟ ଥିବେ ତାହାଲେ କେତୋଟି କରିହେବ ଆୟୁଷ୍ମାନ କାର୍ଡ। ଗୋଟିଏ ପରିବାରରେ କେତେଜଣ ସଦସ୍ୟଙ୍କ ନାଁ ରେ ହୋଇପାରିବ କାର୍ଡ?
ନୂଆଦିଲ୍ଲୀ: ଆପଣଙ୍କ ପରିବାରରେ କେତେ ଜଣ ସଦସ୍ୟ? ଆଉ କେତେ ଜଣଙ୍କ ନାଁରେ ରହିଛି ଆୟୁଷ୍ମାନ କାର୍ଡ? ଯଦି ପରିବାରରେ ଅଧିକ ସଦସ୍ୟ ଥିବେ ତାହାଲେ କେତୋଟି କରିହେବ ଆୟୁଷ୍ମାନ କାର୍ଡ। ଗୋଟିଏ ପରିବାରରେ କେତେଜଣ ସଦସ୍ୟଙ୍କ ନାଁ ରେ ହୋଇପାରିବ କାର୍ଡ?
ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କିମାରୁଛି ନା। ଆଉ ଏସବୁ ସମ୍ପର୍କରେ ଜାଣିବା ପାଇଁ ଆପଣଙ୍କର ଇଚ୍ଛା ହେଉଛି ନା। ତାହାଲେ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାନ୍ତୁ। ଆଉ ଗୋଟିଏ ପରିବାରର କେତେ ଜଣ ଆୟୁଷ୍ମାନ କାର୍ଡ କରିପାରିବେ ସେ ସମ୍ପର୍କରେ ମଧ୍ୟ ଜାଣନ୍ତୁ।
ସ୍ୱାସ୍ଥ୍ୟବୀମା: ସ୍ୱାସ୍ଥ୍ୟ ସମସ୍ତଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ପ୍ରାୟତଃ ଲୋକମାନେ ରୋଗର ଚିକିତ୍ସାରେ ବହୁ ଅର୍ଥ ଖର୍ଚ୍ଚ କରନ୍ତି। ହେଲେ ଲୋକମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟବୀମା ପ୍ରଚଳନ କରିଛନ୍ତି।
ଯେଉଁଥିରେ ସରକାରୀ ହେଉ ବା ବେସରକାରୀ ହସ୍ପିଟାଲରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ରହିଛି। ଯଦିଓ ଦେଶର ବିଭିନ୍ନ ରାଜ୍ୟରେ ଏହି ଆୟୁଷ୍ମାନ କାର୍ଡ ପ୍ରଚଳିତ ଥିଲା। ହେଲେ ଓଡିଶାରେ ଏହି କାର୍ଡ ପ୍ରଚଳିତ ହୋଇନଥିଲା।
ହେଲେ ୨୦୨୪ ମସିହାରେ ବିଜେପି ସରକାରକୁ ଆସିବା ପରେ ଓଡିଶାରେ ଏହି କାର୍ଡ ଲାଗୁ ହେଲା। ଏଥିପାଇଁ ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗି ଗୋଟିଏ କାର୍ଡ ଦିଆଯିବ ବୋଲି ପ୍ରସ୍ତୁତି ଚାଲିଛି।
କେତେ ଜଣଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ: ହେଲେ ଆପଣମାନେ ନିଶ୍ଚୟ ଜାଣିବାକୁ ଚାହୁଁଥିବେ କି ଏହି ଆୟୁଷ୍ମାନ କାର୍ଡର ଲାଭ କେଉଁମାନେ ଉଠାଇପାରିବେ। । ଗୋଟିଏ ପରିବାରର କେତେ ଲୋକ ଆୟୁଷ୍ମାନ କାର୍ଡ ପାଇପାରିବେ? ସରକାର କୌଣସି ନିୟମ କିମ୍ବା ସୀମା ଧାର୍ଯ୍ୟ କରିଛନ୍ତି କି?
ତେବେ ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି ବାସ୍ତବରେ ସରକାର ଏ ସମ୍ପର୍କରେ କୌଣସି ପ୍ରକାରର ଯୋଗ୍ୟତା ରଖି ନାହାଁନ୍ତି। କିମ୍ବା ପରିବାରର କେତେଜଣ ସଦସ୍ୟ ଆୟୁଷ୍ମାନ କାର୍ଡ ତିଆରି କରିପାରିବେ ତାହା ଉପରେ ସରକାର କୌଣସି ସୀମା ଧାର୍ଯ୍ୟ କରି ନାହାଁନ୍ତି। ଏହାର ଅର୍ଥ ପରିବାରର ଯୋଗ୍ୟ ବ୍ୟକ୍ତିମାନେ ଆୟୁଷ୍ମାନ କାର୍ଡ ତିଆରି କରିପାରିବେ।