fbpx

କେତେ ସମ୍ପତ୍ତିର ମାଲିକ ପ୍ରଧାନମନ୍ତ୍ରୀ ମୋଦୀ ? କେତେ ରହିଛି ଆୟ ଓ କେଉଁଠି କରିଛନ୍ତି ନିବେଶ, ଆଫିଡେଭିଟରେ କଲେ ଖୁଲାସା

Advertisement

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନ ପାଇଁ ବାରାଣସୀରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ମୋଦୀ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସମୟରେ ସେ ଏକ ଆଫିଡେଭିଟ୍ ମାଧ୍ୟମରେ ତାଙ୍କ ମୋଟ୍ ସମ୍ପତ୍ତିର ବିବରଣୀ ପ୍ରଦାନ କରିଥିଲେ । ଏହି ଆଫିଡେଭିଟରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ କେତେ ସମ୍ପତ୍ତିର ମାଲିକ, ସେ କେଉଁଠି ଅର୍ଥ ନିବେଶ କରିଛନ୍ତି ଇତ୍ୟାଦି ।

ଦେଶ ତଥା ବିଦେଶରେ ପ୍ରଧାନମନ୍ତ୍ରୀଙ୍କ ଅନେକ ପ୍ରଶଂସକ ଅଛନ୍ତି । ମୋଦୀଙ୍କ ବ୍ୟକ୍ତିତ୍ୱ ଅନେକ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି କ୍ଷମତାସୀନ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ମୋଟ୍ ୩.୦୨ କୋଟି ସ୍ଥାବର ସମ୍ପତ୍ତିର ମାଲିକ । ତାଙ୍କ ପାଖରେ ନିଜର ଜମି, ଘର କିମ୍ବା କାର ନାହିଁ । ତାଙ୍କ ପାଖରେ କେବଳ ୫୨, ୯୨୦ ହଜାର ଟଙ୍କା ନଗଦ ରହିଛି । ଏହା ବ୍ୟତୀତ ମୋଦୀ ଆଫିଡେଭିଟରେ ଗତ ୫ ବର୍ଷର ଆୟ ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ୨୦୧୮-୧୯ରେ ତାଙ୍କ ଆୟ ୧୧.୧୪ ଲକ୍ଷ ଟଙ୍କା, ୨୦୧୯-୨୦ରେ ୧୭.୨ ଲକ୍ଷ ଟଙ୍କା, ୨୦୨୦-୨୧ରେ ୧୭.୦୭ ଲକ୍ଷ ଟଙ୍କା, ୨୦୨୧-୨୨ରେ ୧୫.୪ ଲକ୍ଷ ଟଙ୍କା ଏବଂ ୨୦୨୨-୨୩ରେ ୨୩.୫ ଲକ୍ଷ ହୋଇଯାଇଛି । ମୋଦୀଙ୍କ ପାଖରେ ୪୫ ଗ୍ରାମର ୪ଟି ସୁନା ମୁଦି ରହିଛି ଯାହାର ମୂଲ୍ୟ ୨.୬୭ ଲକ୍ଷ ଟଙ୍କା ହେବ ।

ପ୍ରଧାନମନ୍ତ୍ରୀ କେଉଁଠି କରନ୍ତି ନିବେଶ ?

ପ୍ରଧାନମନ୍ତ୍ରୀ ମୋଦୀ ଫିକ୍ସ ଡିପୋଜିଟ୍‌(FD) ଏବଂ ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍ ଉପରେ ବିଶ୍ୱାସ କରନ୍ତି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ତାଙ୍କର ମୋଟ୍ ୨.୮୫ କୋଟି ଟଙ୍କାର FDR ରହଛି । ସେହିପରି ନ୍ୟାସନାଲ ସେଭିଂ ସାର୍ଟିଫିକେଟ(NSC)ରେ ସେ ୯.୧୨ ଲକ୍ଷ ଟଙ୍କାର ନିବେଶ କରିଛନ୍ତି । FD ଏବଂNSCରେ ମୋଦୀଙ୍କ ମୋଟ୍ ନିବେଶ ପ୍ରାୟ ୩ କୋଟି ଟଙ୍କା ଅଟେ । କହିରଖୁଛୁ NSC ହେଉଛି ସରକାରଙ୍କ ଦ୍ୱାରା ସଂଚାଳିତ ଆୟ ନିବେଶ ଯୋଜନା ଯାହାର ସୁବିଧା ପୋଷ୍ଟ ଅଫିସ୍ ମାଧ୍ୟମରେ ଉପଲବ୍ଧ ହୋଇଥାଏ ।

Get real time updates directly on you device, subscribe now.