ନା ଥିଲା ସାବୁନ, ନା ସର୍ଫ, ହେଲେ କେମିତି ଚମକୁଥିଲା ରାଣୀ-ମହାରାଣୀଙ୍କ ପୋଷାକ, ଏମିତି ହେଉଥିଲା ସଫା
ପୂରାତନ କାଳରେ ରାଣୀ-ମହାରାଣୀଙ୍କର କିପରି ହେଉଥିଲା ଲୁଗା ସଫା
ଓଡ଼ିଶା ଭାସ୍କର: ପୋଷାକ ସଫା କରିବା ଲାଗି ଆମେ ସାବୁନ ଏବଂ ସର୍ଫ ବ୍ୟବହାର କରୁ। 1888 ମସିହାରେ ଭାରତରେ ପ୍ରଥମ ଥର ପାଇଁ ସାବୁନ ତିଆରି ଆରମ୍ଭ ହୋଇଥିଲା। ବିଂଶ ଶତାବ୍ଦୀରେ ଡିଟରଜେଣ୍ଟ ଭାରତକୁ ଆସିଥିଲା।
ତେବେ ପ୍ରାଚୀନ କାଳରେ ଲୋକମାନେ କିପରି ନିଜର ପୋଷାକ ସଫା କରିଥିଲେ ଏନେଇ ମନକୁ ପ୍ରଶ୍ନ ଆସୁଛି। ସାବୁନ୍ ବିନା ସେମାନଙ୍କ ପୋଷାକ କିପରି ଚମକିଲା ପରି ପରିଷ୍କାର ରହୁଥିଲା ଆସନ୍ତୁ ଜାଣିବା।
ସଫା ପାଇଁ ଏହି ଜିନିଷର କରୁଥିଲେ ବ୍ୟବହାର: ପ୍ରାଚୀନ କାଳର ଲୋକମାନେ କେବଳ ପ୍ରକୃତି ଉପରେ ନିର୍ଭରଶୀଳ ଥିଲେ। ସଫା କରିବା ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ପାଇଁ ସେମାନେ କେବଳ ପ୍ରାକୃତିକ ଦ୍ରବ୍ୟ ବ୍ୟବହାର କରୁଥିଲେ।
1500-500 ଖ୍ରୀଷ୍ଟପୂର୍ବରେ, ଲୋକମାନେ ଗାଧୋଇବା ଏବଂ ପୋଷାକ ସଫା କରିବା ପାଇଁ ହଳଦୀ, ଶିକାକାଇ, ନିମ ଏବଂ ରିଠାକୁ ବହୁଳ ମାତ୍ରାରେ ବ୍ୟବହାର କରୁଥିଲେ। ନିମ ଏବଂ ହଳଦୀ ଜୀବାଣୁ ସହ ଲଢ଼ିବାରେ ସାହାଯ୍ୟ କରିଥାଏ।
ପୁରାତନ କାଳରେ ସାବୁନର ବ୍ୟବହାର: ପୂର୍ବରୁ କେବଳ ଧୋବାମାନେ ରାଜ ପରିବାରରେ ପୋଷାକ ଧୋଉଥିଲେ। ଭାରତରେ ରିଠା ଗଛ ଦେଖିବାକୁ ମିଳେ। ସେହି ସମୟରେ ଏହା କେଶ ଏବଂ ପୋଷାକ ଧୋଇବା ପାଇଁ ବହୁଳ ଭାବରେ ବ୍ୟବହୃତ ହେଉଥିଲା।
ଆଜି ବି ଏହା ଅନେକ ପଦାର୍ଥରେ ବହୁଳ ଭାବରେ ବ୍ୟବହୃତ ହେଉଛି। ରିଠାର ଚୋପା ଭିତରୁ ବାହାରୁଥିବା ଫେଣରେ ପୋଷାକ ସଫା କରାଯାଇଥାଏ।
ଏହି କାରଣରୁ, ଜୀବାଣୁ ପୋଷାକରେ ପ୍ରବେଶ କରନ୍ତି ନାହିଁ। ଏହା ବ୍ୟତୀତ କେଶ ମଧ୍ୟ ସଫା ରହିଥାଏ। ପୂର୍ବରୁ ଲୋକମାନେ ଗରମ ପାଣି ଫର୍ଣ୍ଣେସରେ ପୋଷାକ ଫୁଟାଉଥିଲେ, ତା’ପରେ ଏହାକୁ ଥଣ୍ଡା କରି ମଇଳା ବାହାର କରିବା ପାଇଁ ପଥରରେ ପିଟୁଥିଲେ। ଦାମୀ କିମ୍ବା ରାଜ ପରିବାରର ପୋଷାକକୁ ରିଠାରେ ସଫା କରାଯାଉଥିଲା।
ତା’ପରେ ଏହାକୁ ହାତ କିମ୍ବା ବ୍ରଶରେ ପଥର କିମ୍ବା କାଠ ଉପରେ ଘଷାଯାଉଥିଲା। ଏହାପୂର୍ବରୁ ଭାରତର ଗ୍ରାମଗୁଡିକରେ ରେହ ନାମକ ଏକ ଧଳା ପାଉଡର ନଦୀ ଓ ପୋଖରୀ କୂଳରେ ମିଳୁଥିଲା, ଯାହାକୁ ପାଣିରେ ମିଶାଯାଇ ପୋଷାକକୁ ବତୁରାଯାଉଥିଲା। ଏହା ପରେ ପୋଷାକକୁ ଘଷି ସଫା କରାଯାଉଥିଲା। ଏଥିସହ ସୋଡାରେ ମଧ୍ୟ ପୋଷାକ ସଫା କରାଯାଉଥିଲା।