fbpx

ଏବେ ନତାଶାଙ୍କ ALIMONY ଲଢେଇ! କେମିତି ସାମ୍ନା କରିବେ ହାର୍ଦ୍ଦିକ, ବୋଲ୍ଡ ହେବେ ନା ଡିଫେନ୍ସ କରିବେ, ଜାଣନ୍ତୁ..

ଓଡିଶା ଭାସ୍କର: କ୍ରିକେଟତ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଅଲଗା ହୋଇ ସାରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ, ତଲାକ ପରେ ହାର୍ଦ୍ଦିକଙ୍କୁ ଏଲିମନି ଦେବାକୁ ପଡିପାରେ । ପତିପତ୍ନୀଙ୍କ ତଲାକ ପରେ ପତିକୁ ଏଲିମନି ଦେବା ଜରୁରୀ କି! ହାର୍ଦ୍ଦିକଙ୍କ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି । ଏହା ୨୦୧୭ ମସିହାର ଅଟେ । ହାର୍ଦ୍ଦିକ ଏହି ଭିଡିଓରେ କହୁଛନ୍ତି ଯେ, ତାଙ୍କ ବାପାଙ୍କ ଖାତାରେ ତାଙ୍କ ମା’ଙ୍କ ନାମ ଉଲ୍ଲେଖ ଅଛି । କେବଳ ଏତିକି ନୁହେଁ ତାଙ୍କ ଭାଇ ଓ ତାଙ୍କର ସବୁ ସମ୍ପତ୍ତି ବି ତାଙ୍କ ମା’ଙ୍କର ।
ଏଲିମନି (Alimony) କ’ଣ : କହିରଖୁ, ତଲାକ କାରଣରୁ କୌଣସି ମହିଳାଙ୍କୁ ବହୁତ ସାମାଜିକ ଅସୁବିଧା ଦେଇ ଯିବାକୁ ହୋଇଥାଏ । ଏଭଳି ପରିସ୍ଥିତିରେ ମହିଳାମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଏଲିମନି (Alimony) ମାଗନ୍ତି । ଏହାକୁ ସାଧାରଣ ଭାଷାରେ କହିଲେ, ମହିଳାଙ୍କ ଗୁଜୁରାଣ ଭତ୍ତା କୁହାଯାଇପାରିବ । ତଲାକର ପୂର୍ବରୁ କିମ୍ବା ପରେ ଜଣେ ମହିଳା ନିଜ ପତିଙ୍କୁ ଏହି ଭତ୍ତା ମାଗିପାରେ । ପତି ମଧ୍ୟ ଆଇନ ଅନୁଯାୟୀ ଗୁରୁରାଣ ଭତ୍ତା ଦେବା ପାଇଁ ବାଧ୍ୟ ଅଟନ୍ତି । ତେବେ ଏହା କେତେ ପରିମାଣରେ ଏହା ଉଭୟ ପତିପତ୍ନୀଙ୍କ ଉପରେ ନିର୍ଭର କରିଥାଏ । ମୁଖ୍ୟତଃ ଏହା ଦୁଇ ପ୍ରକାର ଅଟେ । ପ୍ରଥମଟି ହେଉଛି ଯେତେବେଳେ ପତିପତ୍ନୀଙ୍କ ତଲାକ ମାମଲା କୋର୍ଟରେ ଚାଲିଥାଏ, ସେହି ସମୟରେ ପତି ନିଜ ସ୍ତ୍ରୀକୁ ଗୁଗୁରାଣ ଭତ୍ତା ଦେଇଥାଏ । ଦ୍ୱିତୀୟଟି ହେଉଛି, ସ୍ୱାମୀସ୍ତ୍ରୀ ମଧ୍ୟରେ ତଲାକ ହେବା ପରେ ମାସିକ କିମ୍ବା ଦ୍ୱିମାସିକ ଭିତ୍ତିରେ ଏକ ନିଶ୍ଚିତ ପରିମାଣର ପାଉଣା ନିଜ ସ୍ତ୍ରୀକୁ ଦେବାକୁ ହୋଇଥାଏ ।

ସାଧାରଣଭାବରେ, ଏଲିମନି (Alimony)ରେ ପତି ନିଜ ପତ୍ନୀଙ୍କୁ ଏହି ପାଉଣା ଦେଇଥାଏ । କିନ୍ତୁ, କେତେକ କ୍ଷେତ୍ରରେ ଏହା ବିପରୀତ ମଧ୍ୟ ହୁଏ । ସ୍ତ୍ରୀକୁ ବି ନିଜ ସ୍ୱାମୀକୁ ଏଲିମନି (Alimony) ଦେବାକୁ ପଡିପାରେ । ଯେତେବେଳେ ପତି କିଛି ରୋଜଗାର କରୁ ନ ଥିବ ବା ପତ୍ନୀଠୁ ପତିର ରୋଜଗାର କମ୍ ହୋଇଥିବ । ଏଲିମନି ନିର୍ଣ୍ଣୟ କରିବା କୋର୍ଟଙ୍କ ହାତରେ ନ୍ୟସ୍ତ ଥାଏ । କୋର୍ଟ ୫ ଟି କଥାକୁ ନେଇ ଏହା ବିଚାର କରନ୍ତି । ପ୍ରଥମତଃ ପତିର ରୋଗଗାର, ଦ୍ୱିତୀୟରେ ତାଙ୍କର ସମ୍ପତ୍ତି, ତୃତୀୟରେ ସନ୍ତାନଙ୍କ ପାଠପଢା, ଚତୁର୍ଥରେ ଘରଖର୍ଚ୍ଚ ଓ ପଞ୍ଚମରେ ନିଜ ସନ୍ତାନ ।

ତେବ ହାର୍ଦ୍ଦିକ ଓ ନତାଶାଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହେବ କି! ନା ହାର୍ଦ୍ଦିକ ଏଲିମନି (Alimony) ହିଁ ଦେବେନି । ହାର୍ଦ୍ଦିକ ଓ ନାତାଶା ବୁଝାମଣା କରି ଏହାର ସମାଧାନ କଲେ କିଛି ଅସୁବିଧା ହେବ ନାହିଁ । ମାତ୍ର ଯଦି ଏହି ମାମଲା କୋର୍ଟ ଯାଏଁ ଯାଏ ଓ ନାତାଶା ଏଲିମନି (Alimony) ମାଗନ୍ତି, ତେବେ ହାର୍ଦ୍ଦିଙ୍କୁ ତାଙ୍କ ଚାଲରେ ବୋଲ୍ଡ ହେବାକୁ ପଡିପାରେ । କୋର୍ଟର ଫଇସଲାକୁ ସେହି ସମୟରେ ହାର୍ଦ୍ଦିକଙ୍କୁ ମାନିବାକୁ ବାଧ୍ୟ ହେବାକୁ ପଡିବ । ତେବେ, ଅଲରାଉଣ୍ଡର ହାର୍ଦ୍ଦିକ ଏହି ପରିସ୍ଥିତିରେ ଡିଫେନ୍ସ ଖେଳୁଛନ୍ତି ନା ନତାଶାଙ୍କ ଏଲିମନି (Alimony) ବଲରେ ବୋଲ୍ଡ ହେଉଛନ୍ତି ତାହ ସମୟ ହିଁ କହିବ ।

Get real time updates directly on you device, subscribe now.