fbpx

ନେତାଙ୍କ ହେଲିକପ୍ଟର ଖର୍ଚ୍ଚ କେତେ? ନିର୍ବାଚନୀ ରାଲିରେ ଖୁବ୍ ଉଡ଼ୁଛନ୍ତି ରାଜନେତା: ଜାଣନ୍ତୁ ଘଣ୍ଟାକୁ କେତେ

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ପାଇଁ ଖୁବ ଚଳଚଞ୍ଚଳ ରହିଛି ସାରା ଭାରତ । ଦେଶର ବିଭିନ୍ନ ରାଜ୍ୟରେ ମତଦାନ ଚାଲୁ ରହିଥିବା ବେଳେ ନେତା ଓ ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ଗାଁ ଠୁ ସହର । ସବୁଠି ନେତା-ମନ୍ତ୍ରୀଙ୍କ ଭିଡ଼ । ତେବେ ଏହି ସମୟରେ ବଡ଼ ବଡ଼ ନେତା-ମନ୍ତ୍ରୀ ଗୋଟିଏ ଦିନରେ ୪-୫ ରାଲି କରୁଛନ୍ତି । ଏହି ପ୍ରଚାର ପାଇଁ ହେଲିକପ୍ଟର ଯୋଗେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ବୁଲି ସଭା-ରାଲିରେ ଯୋଗ ଦେଉଛନ୍ତି ରାଜନେତା । ତେବେ ସେମାନେ ବ୍ୟବହାର କରୁଥିବା ଏହି ହେଲିକପ୍ଟରର ଖର୍ଚ୍ଚ କେତେ? ତେବେ ଆସନ୍ତୁ ଜାଣିବା ଯିବା ଆସିବା ପାଇଁ ଘଣ୍ଟାକୁ କେତେ ଟଙ୍କା ଖର୍ଚ୍ଚ କରନ୍ତି ରାଜନେତା…

ଯଦି କୌଣସି ନେତା ୨ ଇଞ୍ଜିନ ୮-ସିଟ୍ ହେଲିକପ୍ଟର ବ୍ୟବହାର କରନ୍ତି, ତେବେ ଏହା ଘଣ୍ଟାକୁ ପ୍ରାୟ ୩ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି । ଏହି ହେଲିକପ୍ଟରରେ ୧୮୦ ଘଣ୍ଟା ପାଇଁ ଯାତାୟତ କରିବାକୁ ପ୍ରାୟ ୪-୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଲୋକସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ହେଲିକପ୍ଟରର ଅପରେଟର ଖୁବ ରୋଜଗାର କରିଛନ୍ତି । ରିପୋର୍ଟ ଅନୁସାରେ, ହେଲିକପ୍ଟର ଅପରେଟର ଏହି ନିର୍ବାଚନ ସିଜନରେ ପ୍ରାୟ ୩୫୦-୪୦୦ କୋଟି ଟଙ୍କା ରୋଜଗାର କରିବା ସହ ରେକର୍ଡ ସୃଷ୍ଟି କରିଛନ୍ତି । ସାଧାରଣତଃ ରାଜନୈତିକ ଦଳର ଅଧିକ ଡିମାଣ୍ଡ ହେଉଥିବାରୁ ହେଲିକପ୍ଟର ରେଟ୍ ପ୍ରାୟ ୫୦% ବୃଦ୍ଧି ପାଇଥାଏ । ଏହି ହେଲିକପ୍ଟରକୁ ପ୍ରତି ଘଣ୍ଟା ହିସାବରେ ଭଡ଼ାରେ ନେଇଥାନ୍ତି ରାଜନେତା ।

BEL 407 ଭଳି ୬-୭ ସିଟ୍ ହେଲିକପ୍ଟର ସିଙ୍ଗଲ-ଇଞ୍ଜିନ୍ ହେଲିକପ୍ଟରର ଦାମ୍ ନିର୍ବାଚନ ସମୟରେ ୧.୩-୧.୫ ଲକ୍ଷ ପ୍ରତି ଘଣ୍ଟାକୁ ବୃଦ୍ଧି ପାଇଥାଏ । ଅଗସ୍ତା AW 109 ଏବଂ H145 ଏୟାରବସ୍ ହେଲିକପ୍ଟରରେ ୭-୮ ଜଣ ଲୋକ ବସିବାର କ୍ଷମତା ରହିଛି । ୨ ଇଞ୍ଜିନର ଏହି ଡେଲିକପ୍ଟରର ଖର୍ଚ୍ଚ ୨.୩-୩ ଲକ୍ଷ ଟଙ୍କା ପ୍ରତି ଘଣ୍ଟା ପଡ଼ିଥାଏ । ତେବେ ୨ ଇଞ୍ଜିନ୍ ହେଲିକପ୍ଟର କମ୍ ହୋଇଥିବା ବେଳେ ସୁରକ୍ଷା ଏବଂ ଆରାମକୁ ଦୃଷ୍ଟିରେ ରଖି ଏହା ଭିଭିଆଇପିଙ୍କ ପ୍ରଥମ ପସନ୍ଦ ହୋଇଛି ।

୧୫ ସିଟର ଅଗସ୍ତା ୱେଷ୍ଟଲ୍ୟାଣ୍ଡ ପରି ଫ୍ଲାଇଙ୍ଗ୍ ମେସିନ୍ ଅଛି । ଏହି ବର୍ଗରେ କେବଳ ୩ ଟି ହେଲିକପ୍ଟର ଉପଲବ୍ଧ ଏବଂ ଭଡା ୪ ଲକ୍ଷରୁ ଆରମ୍ଭ ହେବ । ରିପୋର୍ଟ ଅନୁଯାୟୀ, ପ୍ରାୟ ୧୬୫-୧୭୦ ଅପରେଟର ଏବଂ ପ୍ରାୟ ୩୦-୩୫ ଟ୍ୱିନ୍ ଇଞ୍ଜିନ ଅଛି । ଏହି ଅପରେଟର ମାନଙ୍କର କୌଣସି ନିର୍ଦ୍ଦିଷ୍ଟ କାର୍ୟ୍ୟସୂଚୀ ନାହିଁ, ସେମାନେ ଆବଶ୍ୟକତା ଅନୁଯାୟୀ ହେଲିକପ୍ଟର ଉଡ଼ାଇପାରନ୍ତି । ନିର୍ବାଚନ ସମୟରେ ଚାହିଦା ବହୁତ ଅଧିକ ରହୁଥିବାରୁ ବର୍ତ୍ତମାନ ହେଲିକପ୍ଟର ଅପରେଟରମାନେ ଅନ୍ୟ ଦିନ ଅପେକ୍ଷା ୪୦-୫୦% ଅଧିକ ଚାର୍ଜ କରୁଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ସେ ୨୦-୩୦% ଅଧିକ ଚାର୍ଜ କରିଥିଲେ। ନିର୍ବାଚନ ସମୟରେ, ଏହି ଅପରେଟରମାନେ ୪୫-୬୦ ଦିନ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଥାନ୍ତି । ବିଜେପି ଏବଂ କଂଗ୍ରେସ ଭଳି ଦଳ ସହିତ ଏହି ପ୍ରକାରର ଚୁକ୍ତି ହୋଇଛି, ଯାହାର ନେତାମାନଙ୍କୁ ବିଭିନ୍ନ ରାଜ୍ୟରେ ଜୋରଦାର ପ୍ରଚାର କରିବାକୁ ପଡ଼ିଥାଏ ।

Get real time updates directly on you device, subscribe now.