fbpx

WC Champion ଟିମକୁ କେତେ ମିଳିବ Prize Money? ICC ଘୋଷଣା କଲା ଟି-୨୦ ବିଶ୍ୱକପର ପୁରସ୍କାର ରାଶି

Advertisement

ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଚମ୍ପିଆନ୍ ଦଳକୁ ମାତ୍ ଦେବା ପରେ ଭାରତ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥବ ବିଶ୍ୱକପ ଜିତିବା ଆଶାରେ ରହିଛି । ଉଭୟ ଦଳ ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଦଳ ରହିଛନ୍ତି । ତେବେ ଆଜିର ମ୍ୟାଚରେ ବିଶ୍ୱବିଜେତା ହେବା ପାଇଁ ଉଭୟ ଦଳ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଏହାମଧ୍ୟରେ ଆଇସିସି ଫାଇନାଲ ମ୍ୟାଚର ପ୍ରାଇଜ ମନି ଘୋଷଣା କରିଛି । ଚମ୍ପିଆନ୍ ଦଳ ଏବଂ ରନର୍ସ-ଅପ୍ ଦଳକୁ କେତେ ଟଙ୍କା ଲେଖାଏଁ ପୁରସ୍କାର ମିଳିବ ସେ ନେଇ ଘୋଷଣା କରିଛି ଆଇସିସି ।

ଅନେକ କାରଣ ପାଇଁ ଚଳିତବର୍ଷର ଟି-୨୦ ବିଶ୍ୱକପ ଐତିହାସିକ ପାଲଟି ଯାଇଛି । ବିଶ୍ୱକପ ଇତିହାସରେ ଚଳିତବର୍ଷ ଟୁର୍ଣ୍ଣାମେଣ୍ଟ ପାଇଁ ସର୍ବାଧିକ ପ୍ରାଇଜ ମନି ଘୋଷଣା କରିଛି ଆଇସିସି । ବିଶ୍ୱକପର ନବମ ସଂସ୍କରଣରେ ମୋଟ ୧୧.୨୫ ମିଲିୟନ୍ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରାଯାଇଛି । ତେବେ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୯୩.୮୦ କୋଟି ଟଙ୍କା ହେବ ।

  • ଟି-୨୦ ବିଶ୍ୱକପର ଚମ୍ପିଆନ୍ ଦଳକୁ ୨.୪୫ ମିଲିୟନ୍ ଡଲାର ବା ପ୍ରାୟ ୨୦.୪୨ କୋଟି ଟଙ୍କା ପ୍ରଦାନ କରାଯିବ । ଏହାବ୍ୟତୀତ ଟି-୨୦ ବିଶ୍ୱକପ ଟ୍ରଫି ମଧ୍ୟ ନିଜର କରିବ ନୂଆ ବିଶ୍ୱବିଜେତା ।
  • ସେହିପରି ରନର୍ସ ଅପ୍ ଦଳକୁ ଚମ୍ପିଆନ୍ ତୁଳନାରେ ଅଧା ପୁରସ୍କାର ପ୍ରଦାନ କରାଯିବ । ଅର୍ଥାତ୍ ଏହି ମ୍ୟାଚରେ ପରାଜିତ ଦଳକୁ ୧.୨୮ ମିଲିୟନ୍ ଡଲାର ବା ପ୍ରାୟ ୧୦.୬୭ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।

ଅନ୍ୟାନ୍ୟ ଦଳ: ଚଳିତବର୍ଷ ପ୍ରଥମ ଥର ପାଇଁ ବିଶ୍ୱକପରେ ୨୦ଟି ଦଳ ସାମିଲ ହୋଇଥିଲେ । ସେମି ଫାଇନାଲରେ ବାଦ୍ ପଡ଼ିଥିବା ଦଳଗୁଡ଼ିକୁ ୭,୮୭,୫୦୦ ଡଲାର ଦେବ ଆଇସିସି । ଏହାବ୍ୟତୀତ ସୁପର-୮ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ସାମିଲ ରହିଥିବା ଦଳକୁ ୩,୮୨,୫୦୦ ଡଲାର(୩.୮ କୋଟି) ଟଙ୍କା ପ୍ରଦାନ କରାଯିବ । ତେବେ ନବମରୁ ଦ୍ୱାଦଶ ସ୍ଥାନ ମଧ୍ୟରେ ରହିଥିବା ସମସ୍ତ ଦଳ ପାଇଁ ୨,୪୭,୫୦୦ ଡଲାର(୨.୬ କୋଟି) ଐବଂ ୧୩ତମ ସ୍ଥାନରୁ ୨୦ତମ ସ୍ଥାନରେ ରହିଥିବା ଦଳଗୁଡ଼ିକ ପାଇଁ ୨,୨୫,୫୦୦ ଡଲାର(୧.୮୭ କୋଟି) ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।

ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟର ପ୍ରତି ମ୍ୟାଚରେ ବିଜୟୀ ହୋଇଥିବା ଦଳକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଏ । ଆଇସିସି ତରଫରୁ ପ୍ରତି ମ୍ୟାଚରେ ବିଜୟ ହାସଲ କରିଥିବା ଦଳକୁ ୩୧,୧୫୪ ଡଲାର ବା ୨୬ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଏ । ତେବେ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚରେ ବିଜୟୀ ଦଳକୁ କୌଣସି ପ୍ରାଇଜ ମିଳି ନଥାଏ ।

Get real time updates directly on you device, subscribe now.