ବୌଦ୍ଧ ସାଧୁଙ୍କୁ କାମନା ଜାଲରେ ଫଶାଇଲା ଏହି ମହିଳା, ୮୦,୦୦୦ର ଭିଡିଓ, ଏପରି ହେଲା ପର୍ଦ୍ଦାଫାସ୍‌

ସାଧୁଙ୍କୁ ବ୍ଲାକମେଲ୍‌, ଏମିତି ଫଶାଇଥିଲେ ଥାଇଲ୍ୟାଣ୍ଡର ମହିଳା

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ‘ମିସ୍ ଗୋଲ୍ଫ’ ନାମକ ଜଣେ ମହିଳା ବୌଦ୍ଧ ସାଧୁମାନଙ୍କୁ ବ୍ଲାକମେଲ କରିଛନ୍ତି। ସେ ସାଧୁମାନଙ୍କର ଆପତ୍ତିଜନକ ଭିଡିଓ ତିଆରି କରି ସେମାନଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି।

ପୋଲିସ ମହିଳାଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କ ଘରେ ଥିବା ଫୋନ ଏବଂ ଅନ୍ୟାନ୍ୟ ଡିଜିଟାଲ ଡିଭାଇସରୁ ହଜାର ହଜାର ଭିଡିଓ ଜବତ କରାଯାଇଛି।

ଏହି ମହିଳାଙ୍କ ବୟସ ୩୫ ବୟସ। ସେ ଥାଇଲ୍ୟାଣ୍ଡର ସବୁଠୁ ବଡ଼ ଦୁର୍ନୀତି କରି ଧରାପଡ଼ିଛନ୍ତି। ବୌଦ୍ଧ ସାଧୁମାନଙ୍କୁ ପ୍ରଥମେ ନିଜ ମାୟା ଜାଲରେ ଫଶାଇଥିଲେ।

ପରେ ସେମାନଙ୍କର ଆପତ୍ତିଜନକ ଭିଡିଓ କରିଥିଲେ ଏବଂ ପରେ ଆରମ୍ଭ ହେଲା ବ୍ଲାକମେଲିଂର ସିଲସିଲା। ଏଥିିରେ ସେ ୯ଜଣ ବୌଦ୍ଧ ସାଧୁଙ୍କଠାରୁ ୧୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ଲୁଟିଥିଲେ।

ଏହି ମହିଳାଙ୍କ ବର୍ତ୍ତମାନ ପୋଲିସ ଗିରଫ କରିଛି। ପୋଲିସ ଯାଞ୍ଚ କରୁଥିବା ସମୟରେ ଏହି ମହିଳାଙ୍କ ଘରୁ ୮୦,୦୦୦ରୁ ଅଧିକ ଭିଡିଓ ଏବଂ ଫଟୋ ଉଦ୍ଧାର ହୋଇଛି। ବୌଦ୍ଧ ସାଧୁଙ୍କୁ ମହିଳାଜଣକ ବ୍ଲାକମେଲ କରି ଟଙ୍କା ଲୁଟୁଥିଲା।

କିପରି ହେଲା ପର୍ଦ୍ଦାଫାସ୍‌: ମିସ୍ ଗୋଲ୍ଫ ଅନେକ ସମୟରୁ ଏହି କାର୍ଯ୍ୟକଳାପ କରିଆସୁଥିଲେ। ବୌଦ୍ଧ ସାଧୁଙ୍କୁ ବ୍ରହ୍ମଚର୍ଯ୍ୟର ପାଳନ କରିବା ଆବଶ୍ୟକତା ଥିଲା। ଏହି ଦୁର୍ବଳତାର ଫାଇଦା ଉଠାଇ ମିସ ଗୋଲ୍ଫ ସାଧୁଙ୍କୁ ନିଜ ଜାଲରେ ଫଶାଉଥିଲେ।

ଏହା ଚୁପଚାପ ଚାଲିଥିଲା। ପୋଲିସ ଜାଣିବାକୁ ପାଇଥିଲା ଯେ, ବ୍ୟାଙ୍କକର ଜଣେ ସାଧୁ ହଠାତ୍ ସନ୍ନ୍ୟାସ ଜୀବନ ଛାଡ଼ିବାକୁ ଚାହୁଁଛନ୍ତି। ଏହି କଥାର ଗଭୀରତା ପୋଲିସ ଯାଞ୍ଚ କରିବାକୁ ଲାଗିଥିଲା। ଏହାପରେ ଜଣାପଡ଼ିଥିଲା ଯେ, ଏହା ବ୍ଲାକମେଲିଂ ମାମଲା।

ପୋଲିସ ମୁତାବକ ମିସ ଗୋଲ୍ଫ ଏହି ସାଧୁଙ୍କୁ ବ୍ଲାକମେଲ କରୁଥିଲେ। ବିଗତ ବର୍ଷରେ ମିସ ଗୋଲ୍ଫ ଏହି ସାଧୁଙ୍କ ସହ ସମ୍ବନ୍ଧ ରଖିଥିଲା ଏବଂ ପରେ ସେମାନଙ୍କୁ କହିଥିଲା ଯେ, ସେ ତାଙ୍କ ପିଲାର ମାଆ ହେବାକୁ ଯାଉଛନ୍ତି। ପିଲାଙ୍କର ଦେଖାରଖା ପାଇଁ ସେ ୧୮ କୋଟି ଟଙ୍କା ମାଗିଥିଲେ।