fbpx

ପ୍ରଥମଥର ପାଇଁ ଚୀନରେ କିପରି ବ୍ୟାପିଥିଲା କରୋନା? ଜାଣନ୍ତୁ ଯାଞ୍ଚ ପରେ WHOର ଖୁଲାସା

କରୋନା ଭାଇରସକୁ ନେଇ ଚୀନ ଉପରେ ପ୍ରଥମରୁ ହିଁ ଅଭିଯୋଗ ଲାଗିଛି । ଏବେ ଏକ ରିପୋର୍ଟରୁ ଖୁଲାସା ହୋଇଛି କି, ୭ ବର୍ଷ ପୂର୍ବେ ଚୀନରେ ଷ୍ଟ୍ରେନ ନାମକ ଭାଇରସ୍ ଚିହ୍ନଟ ହୋଇଥିଲା, ଯେଉଁଥିରେ ଥିବା ଭାଇରସ୍ କରୋନାର ଅତି ନିକଟତର ବୋଲି ଜଣାପଡିଛି । ରିପୋର୍ଟ ମୁତାବକ, ୨୦୧୩ରେ ମିଳିଥିବା ଏହି ଭାଇରସ୍ ବିଷୟରେ ତଥ୍ୟ ଲୁଚାଇଥିଲା ଚୀନ୍ ।


ଦି ସନରେ ପ୍ରକାଶିତ ଖବର ମୁତାବକ, ବାଦୁଡି ଓ ମୂଷାରେ ଉପସ୍ଥିତ ଭାଇରସରୁ ହିଁ୨୦୧୩ରେ କରୋନା ଭାଇରସ୍ ସହ ଜଡିତ ଭାଇରସ୍ ଷ୍ଟ୍ରେନକୁ ପାଇଥିଲା ଚୀନ୍ । ଷ୍ଟ୍ରେନକୁ ଉହାନର ଏକ ବିବାଦୀୟ ଲ୍ୟାବରେ ଚୀନ୍ ୭ ବର୍ଷ ପାଇଁ ଏହି କରୋନାକୁ ରଖିଥିଲା ।

ଡବ୍ଲୁଏଚଓର ଅନୁସନ୍ଧାନ ମୁତାବକ, ଚୀନରୁ ୭ ବର୍ଷ ପୂବେ ମିଳିଥିବା ଷ୍ଟ୍ରେନ୍ ଭାଇରସ ସହ କରୋନା ଭାଇରସର ସମ୍ବନ୍ଧ ରହିଛି । ଅନ୍ୟପଟେ ୨୦୧୨ରେ ଖଣିରେ କାମ କରୁଥିବା ୬ ଜଣ ବ୍ୟକ୍ତି ଥଣ୍ଡା, ଜ୍ୱର, ଫ୍ଲାଗମ ଓ ନିମୋନିଆରେ ପୀଡିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ହୋଇଥିଲେ । ରିପୋର୍ଟ ମୁତାବକ, ଅସୁସ୍ଥ ଥିବା ୪ ଜଣଙ୍କ ଶରୀରରେ କରୋନା ଭାଇରସ୍ ଆଣ୍ଟିବଡି ମିଳିଥିଲା । କିନ୍ତୁ ଏହା ପୂର୍ବରୁ ୨ ଜଣଙ୍କର ମୃତ୍ୟୁ ହୋଇସାରିଥିଲା ।

Get real time updates directly on you device, subscribe now.