fbpx

ବିନା କୌଣସି ଡକ୍ୟୁମେଣ୍ଟରେ ବି ବନାଇପାରିବେ ଆଧାର କାର୍ଡ଼, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ । ଆଜିର ସମୟରେ ବ୍ୟାଙ୍କ ସହ ଜଡ଼ିତ କାଗଜପତ୍ର, ଟଙ୍କା କାରବାର, ଘର କିଣିବା ଓ ଗାଡ଼ି କିଣିବା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାରକାର୍ଡ ଜରୁରୀ ।

କିନ୍ତୁ ଅନେକ ଲୋକ ନିଜ ପାଖରେ କୌଣସି ପରିଚୟ ପତ୍ର ନ ଥିବାରୁ ଆଧାର କାର୍ଡ଼ ତିଆରି କରାଇପାରୁ ନ ଥିଲେ । ହେଲେ ଏବେ ଏକ ନୂଆ ସୁବିଧା ଜରିଆରେ ସେମାନେ ବିନା ଡକ୍ୟୁମେଣ୍ଟରେ ଆଧାର କାର୍ଡ଼ ବନାଇପାରିବେ । ଏ ପର୍ଯ୍ୟନ୍ତ ନିୟମ ଅନୁସାରେ ଯଦି କେହି ପ୍ରଥମ ଥର ପାଇଁ ନିଜର ଆଧାର କାର୍ଡ଼ ତିଆରି କରାଉଛନ୍ତି, ତେବେ ଏଥି ପାଇଁ ତାଙ୍କ ପାଖରେ ଫଟୋ ପରିଚୟ ପତ୍ର ଓ ନିଜ ଠିକଣାର ପ୍ରମାଣ ଥିବା ID କାର୍ଡ଼ ଥିବା ଆବଶ୍ୟକ ଥିଲା । ହେଲେ ଏବେ ଯଦି ଆପଣଙ୍କ ପାଖରେ କୌଣସି ପରିଚୟ ପତ୍ର ନାହିଁ, ତଥାପି ଆପଣ ନିଜର ଆଧାର କାର୍ଡ଼ ତିଆରି କରାଇପାରିବେ । ଆସନ୍ତୁ ଜାଣିବା ଏହାର କିଛି ଟିପ୍ସ…

– ବିନା ଡକ୍ୟୁମେଣ୍ଟରେ ଆଧାର କାର୍ଡ ତିଆରି କରିବା ପାଇଁ ପ୍ରଥମେ ଆପଣଙ୍କୁ ନିକଟସ୍ଥ ସେବା କେନ୍ଦ୍ରକୁ ଯିବାକୁ ପଡି଼ବ ।

– ସେଠାରେ କୌଣସି ଜଣେ ପରିଚୟକାରୀଙ୍କ ସାହାଯ୍ୟରେ ଆପଣ ସହଜରେ ନିଜର ଆଧାର କାର୍ଡ ବନାଇପାରିବେ ।

– ଏହି ପରିଚୟକାରୀଙ୍କୁ UIDAIର ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ନିଯୁକ୍ତ କରାଯାଇଛି । ପରିଚୟକାରୀଙ୍କ ପାଖରେ ତାଙ୍କର ନିଜର ଆଧାର କାର୍ଡ଼ ରହିଥିବା ଆବଶ୍ୟକ ।

– ଆଧାର କେନ୍ଦ୍ରରେ ସାଧାରଣ ପ୍ରକ୍ରିୟା ମାଧ୍ୟମରେ ଆଧାର କାର୍ଡ଼ ସୃଷ୍ଟି କରିହେବ ।

– ୯୦ ଦିନ ମଧ୍ୟରେ ଆଧାର କାର୍ଡ଼ ଆପଣ ଦେଇଥିବା ଠିକଣାକୁ ଡାକ ମାଧ୍ୟମରେ ପଠାଯିବ ।

– ଆବେଦନକାରୀଙ୍କ ପରିଚୟ ଓ ଠିକଣା ନିଶ୍ଚିତ କରିବା ପାଇଁ ପରିଚୟକାରୀ କାର୍ଯ୍ୟ କରନ୍ତି । ସେ ନାମଲେଖା ଫର୍ମରେ ଦସ୍ତଖତ କରିବା କାମ ବି କରନ୍ତି ।

– UIDAIର ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚୟକାରୀଙ୍କୁ ଆବେଦନକାରୀଙ୍କ ନାମରେ ଏକ ସାର୍ଟିଫିକେଟ୍ ଦେବାକୁ ପଡ଼େ, ଯାହା ତିନି ମାସ ପାଇଁ ବୈଧ ରହେ ।

– ଆଧାର କାର୍ଡ଼ ଆବେଦନ ପ୍ରକ୍ରିୟା ସମୟରେ ପରିଚୟକାରୀଙ୍କ ଉପସ୍ଥିତ ରହିବା ବାଧ୍ୟତାମୂଳକ ।

Get real time updates directly on you device, subscribe now.