ଗୋଟିଏ ଚୁଟକିରେ Whatsappରେ ବୁକ ହେବ ସିଲିଣ୍ଡର, ଜାଣନ୍ତୁ ସମ୍ପୁର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ପ୍ରାୟତଃ ସମସ୍ତେ ପ୍ରାୟତଃ ଚାଟିଂ ଏବଂ ଖବର ପହଞ୍ଚାଇବା ପାଇଁ ହ୍ବାଟ୍ସଆପ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ଏହା ବ୍ୟତୀତ ଅନ୍ୟ କିଛି ସେବା ମଧ୍ୟ ଯୋଗାଇବ କମ୍ପାନୀ ।

ଯେହେତୁ ଭାରତରେ କୋଟି କୋଟି ଲୋକ ହ୍ୱାଟସଆପ୍ ବ୍ୟବହାର କରନ୍ତି, ତେଣୁ ସମସ୍ତ କମ୍ପାନୀଗୁଡ଼ିକ ହ୍ୱାଟସଆପ୍ ମାଧ୍ୟମରେ ମଧ୍ୟ ସେମାନଙ୍କର ସେବା ପ୍ରଦାନ କରନ୍ତି । ବର୍ତ୍ତମାନ ହ୍ୱାଟସଆପ ମାଧ୍ୟମରେ ଗ୍ୟାସ ମଧ୍ୟ ବୁକ୍ କରାଯାଇ ପାରିବ ।

ମୋବାଇଲ୍ ଫୋନ୍‌ରେ କଲ୍ କରି କିମ୍ବା ଅଫିସ୍ ଯାଇ ଗ୍ୟାସ୍ ଭରିବା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଯାଏ। ଏହାକୁ ଏଡାଇବା ପାଇଁ ହ୍ୱାଟସଆପ ମାଧ୍ୟମରେ ମଧ୍ୟ ଗ୍ୟାସ ବୁକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ଗ୍ୟାସ ସଂଯୋଗରେ ପଞ୍ଜିକୃତ ନମ୍ବରରୁ ଆପଣଙ୍କ ସେବା ପ୍ରଦାନକାରୀଙ୍କୁ ମେସେଜ କରିବାକୁ ପଡିବ ।

ଯେଉଁ କମ୍ପାନୀରୁ ଗ୍ୟାସ କିଣୁଥିବେ ସେହି କମ୍ପାନୀକୁ ହ୍ୱାଟସଆପରେ ମେସେଜ ପଠାଇବାକୁ ହେବ ।  HP GAS- 9222201122, Indane- 7588888824 ଏବଂ Bharat Gas- 1800224344।

ପ୍ରଥମେ ନମ୍ବରଟି ସେଭ୍ କରି HI ଲେଖିବାକୁ ପଡିବ, ଏହା ପରେ ଆପଣଙ୍କୁ ଆପଣଙ୍କର ଭାଷା ଚୟନ କରିବାକୁ ପଡିବ । ଏହା ପରେ ଏଠାରୁ ସବୁକିଛି କରିପାରିବେ ଯେପରିକି ଗ୍ୟାସ ବୁକିଂ, ନୂତନ ସଂଯୋଗ, ଯେକୌଣସି ଅଭିଯୋଗ ଇତ୍ୟାଦି । ସ୍କ୍ରିନରେ ଅନେକ ବିକଳ୍ପ ଦେଖିବେ ଯେଉଁଥିରୁ ଆବଶ୍ୟକତା ଅନୁସାରେ ଯେକୌଣସି ବିକଳ୍ପ ବାଛିବାକୁ ପଡ଼ିବ ।

ଗ୍ୟାସ୍ ରିଫିଲ୍ ବୁକ୍ କରିବାର କିଛି ଘଣ୍ଟା ମଧ୍ୟରେ ଆପଣଙ୍କ ପାଖକୁ ଏକ ନୂତନ ସିଲିଣ୍ଡର ଆସିଯିବ । କେତେକ ସ୍ଥାନରେ ଅଧିକ ସମୟ ମଧ୍ୟ ଲାଗିପାରେ ।