fbpx
BSKY
BJD MC SKY
BJD YOUTH SKY

ଆଧାର କାର୍ଡରେ କେମିତି ବଦଳାଇବେ ମୋବାଇଲ ନମ୍ବର? ଜାଣନ୍ତୁ ସହଜ ଉପାୟ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏବେ ପ୍ରଥମ ପରିଚୟ ପାଲଟିଛି ଆଧାର କାର୍ଡ । ସ୍କୁଲରେ ପିଲାଙ୍କ ଆଡମିସନରୁ ଆରମ୍ଭ କରି ଚ।।କିରି କରିବା କିମ୍ବା ଅନ୍ୟ ସମସ୍ତ କାର୍ଯ୍ୟରେ ଏହାର ଆବଶ୍ୟକତା ରହିଛି । କାରଣ ଆଧାର କାର୍ଡରେ ହିତାଧିକାରୀଙ୍କ ନାଁ, ଜନ୍ମ ତାରିଖ ଏବଂ ମୋବାଇଲ ନମ୍ବର ଭଳି ସମସ୍ତ ତଥ୍ୟ ରହିଥାଏ । ତେବେ ଆଧାର କାର୍ଡରେ ତିବା ଏହି ମୋବାଇଲ ନମ୍ବରକୁ କୌଣସି କାରଣରୁ ଆପଣ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି?ଆସନ୍ତୁ ଜାଣିବା ଏହାର ସହଜ ଉପାୟ କ’ଣ ହୋଇପାରେ ।

ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ଆପଣ ନିଜ ମୋବାଇଲ ନମ୍ବର ପରିବର୍ତ୍ତନ କରି ପାରିବେ ।

• ସର୍ବପ୍ରଥମେ ମୋବାଇଲ ନମ୍ବର ବଦଳାଇବା ପାଇଁ ଅପଡେଟ ଫର୍ମ ପୂରଣ କରନ୍ତୁ ।

• ଏହାକୁ ଆଧାର ଏକଜିକ୍ୟୁଟିଭଙ୍କ ନିକଟରେ ଜମା କରନ୍ତୁ ।

• ତେବେ ଏଥିପାଇଁ ୫୦ ଟଙ୍କା ଚାଲାଣ ଭରିବାକୁ ହେବ ।

• ଆଧାର ଏକଜିକ୍ୟୁଟିଭ ଅପଡେଟ ରିକ୍ୱେଷ୍ଟ ନମ୍ବର ସହିତ ଏକ ରସିଦ ଦେବେ, ଏହି ୟୁଆରଏନ ନମ୍ବର ଦ୍ୱାରା ଆପଣ ଅପଡେଟର ସ୍ତିତି ଜାଣି ପାରିବେ ।

• ଏହାର ୯୦ ଦିନ ମଧ୍ୟରେ ଆପଣଙ୍କ ମୋବାଇଲ ନମ୍ବର ୟୁଆଇଡିଏଆଇ ଡାଟାବେସ ସହିତ ଅପଡେଟ ହୋଇଯିବ ।

Get real time updates directly on you device, subscribe now.