fbpx

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ପରଲୋକ

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ cyrus mistry ଙ୍କ ପରଲୋକ । ମହାରାଷ୍ଟ୍ର ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା ।

ତେବେ ରବିବାର ଗୁଜରାଟରୁ ମୁମ୍ବାଇ ଫେରୁଥିବାବେଳେ ମୁମ୍ବାଇ ଅହମଦାବାଦ ଜାତୀୟ ରାଜପଥ ନିକଟ ସୂର୍ଯ୍ୟ ନଦୀ ଚାରୋତି ବ୍ରିଜ୍ ଠାରେ ତାଙ୍କ କାର୍ ଦୁର୍ଘଟଣା ହୋଇଥିଲା । କୁହାଯାଉଛି ତାଙ୍କ କାର୍ ଡିଭାଇଡରେ ପିଟି ହୋଇଥିଲା ଫଳରେ ଏହି ଦୁଃଖଦ ଘଟଣା ଘଟିଛି । କାରରେ ଆଉ ତିନିଜଣ ଥିଲେ ବୋଲି କୁହାଯାଉଛି, ଯେଉଁମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ସାଇରସ ମିସ୍ତ୍ରୀ ଟାଟା ସନ୍ସର ଷଷ୍ଠ ଚେୟାରମ୍ୟାନ ଭାବରେ କାମ କରିଥିଲେ । ଅଧ୍ୟକ୍ଷ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦାୟିତ୍ୱ ସମ୍ପାଦନ କରିଛନ୍ତି । ଅକ୍ଟୋବର ୨୦୧୬ରେ କାର୍ଯ୍ୟରୁ ଅବସର ନେଇଥିଲେ । ୨୦୧୨ରେ ରତନ ଟାଟାଙ୍କ ପରେ ସେ ଦାୟିତ୍ୱଗ୍ରହଣ କରିଥିଲେ । ଯାହାପରେ ଏନ ଚନ୍ଦ୍ରଶେଖରନଙ୍କୁ ଦାୟିତ୍ୱ ମିଳିଥିଲା ।

Get real time updates directly on you device, subscribe now.