fbpx

ଶ୍ଵଶୁର କରିଦେଲା ବୋହୁ ନାଁରେ ସମ୍ପତ୍ତି, ରାଗରେ କୁରାଢ଼ିରେ ମୁଣ୍ଡ ଗଣ୍ଡି ଅଲଗା କଲା ଶାଶୁ

ୟୁପି: ସମ୍ପତ୍ତି ପାଇଁ ସ୍ୱାମୀକୁ ହାଣିଲା ସ୍ତ୍ରୀ ଆଉ ପରେ ବିଷ ପିଇ କଲା ଆତ୍ମହତ୍ୟା ଉଦ୍ୟମ । ଉତ୍ତରପ୍ରଦେଶର ଆମ୍ବେଦକର ନଗର ଜିଲ୍ଲାରେ ଏହିଭଳି କିଛି ଲୋମହର୍ଷକ ଘଟଣା ଦେଖିବାକୁ ମିଳିଛି । ଜଣେ ୭୪ ବର୍ଷ ବୟସ୍କା ମହିଳା ନିଜର ୭୬ ବର୍ଷିୟ ସ୍ୱାମୀଙ୍କୁ ସମ୍ପତ୍ତି ପାଇଁ ହାଣି ହତ୍ୟା କରିବା ପରେ ନିଜେ ବିଷ ପିଇ ଦେଇଥିଲେ। ତେବେ ଘଟଣା ବିଷୟରେ ପୋଲିସ ସୂଚନା ପାଇବା ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।।

ସୂଚନା ଅନୁଯାୟୀ, କିଛିଦିନ ପୂର୍ବେ ମହିଳାଙ୍କ ସ୍ୱାମୀ ରାମ ପାଦରଥ ତାଙ୍କ ସମ୍ପତ୍ତି ତାଙ୍କ ସ୍ତ୍ରୀଙ୍କ ନାଁରେ କରିବା ବଦଳରେ ତାଙ୍କ ସମସ୍ତ ସମ୍ପତ୍ତିକୁ ବୋହୂ ନାଁରେ କରି ଦେଇଥିଲେ। ଯାହାକୁ କେନ୍ଦ୍ରକରି ଦମ୍ପତିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହି ଘରୋଇ କଳହ ଦିନକୁ ଦିନ ଉଗ୍ରରୂପ ଧାରଣ କରିବା ପରେ ଶେଷରେ ସମ୍ପର୍କରେ ଲାଗିଥିଲା ରକ୍ତଛିଟା। ଏମିତି କି ଶ୍ଵଶୁର ବୋହୁ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ମହିଳା ଜଣକ ଚିନ୍ତା କରି ଶେଷରେ ଏହି ନାରକୀୟ କାଣ୍ଡ ଘଟାଇ ବସିଥିଲେ ।

ଆମ୍ବେଦକର ନଗର ପୋଲିସ ଅଧୀକ୍ଷକ (ଏସପି) ଅଜିତ ସିହ୍ନା ଘଟଣାର ଛାନଭିନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ କି, ଘଟଣା ଦିନ ଅଭିଯୁକ୍ତ ଶାନ୍ତି ଦେବୀ ଏବଂ ତାଙ୍କ ସ୍ୱାମୀ ରାମ ପାଦରଥଙ୍କ ସହିତ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଭୀଷଣ ଝଗଡ଼ା ହୋଇଥିଲା। ଅଭିଯୁକ୍ତ ମହିଳା ଜଣକ ତାଙ୍କ ବୋହୁଙ୍କ ନାଁରେ କରାଯାଇଥିବା ସମ୍ପତ୍ତିକୁ ତାଙ୍କ ନାଁରେ କରିଦେବା ପାଇଁ ତାଙ୍କ ସ୍ୱାମୀଙ୍କୁ ଧମକ ଦେଇଥିଲେ । କିନ୍ତୁ ତାଙ୍କ ସ୍ୱାମୀ ସମ୍ପତ୍ତି ଦେବା ପାଇଁ ମନା କରି ଦେବାରୁ ଶାନ୍ତି ଦେବୀ କୁରାଢ଼ୀ ଦ୍ୱାରା ରାମ ପାଦରଥଙ୍କୁ ଆକ୍ରମଣ କରିଥିଲେ ଯେଉଁଥିରେ ଯେଉଁଥିରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏସପି କହିଛନ୍ତି ଯେ, ରାମ ପାଦରଥ ୨୦୦୬ ମସିହାରେ ସରକାରୀ ଶିକ୍ଷକ ଭାବରେ ଅବସର ନେଇଥିଲେ। ଏହା ପରେ ସେ ତାଙ୍କର ସମସ୍ତ ଟଙ୍କା ଏବଂ ସମ୍ପତ୍ତିକୁ ନିଜ ବୋହୂ ନାଁରେ କରି ଦେଇଥିଲେ ଏବଂ ଶାନ୍ତିଙ୍କୁ କିଛି ଦିଆଯାଇନଥିଲା। ଘଟଣାରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି।

Get real time updates directly on you device, subscribe now.