fbpx

(Video) ବିଷାକ୍ତ ଖାଦ୍ୟ ସାଜିଲା କାଳ: ଏକସଙ୍ଗେ ଚାଲିଗଲେ ମାଆ, ପୁଅ ଓ ଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ବିଧିର ବିଧାନ କେ କରିବ ଆନ । ଏପରି ଭାବେ ଦୁଃଖର ଲହରୀ ମାଡ଼ି ଆସି ଭସାଇ ନେଇଛି ଏକ ପରିବାରକୁ । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲି ଯାଇଛି । ଖାଦ୍ୟ ବିଷାକ୍ତକରଣ କାରଣରୁ ପୁଅ, ଝିଅ ଓ ମାଆ ଜଣଙ୍କ ପରେ ଜଣେ ଆରପାରିକି ଚାଲିଯାଇଛନ୍ତି । କଟକ ଜିଲ୍ଲା ବଡ଼ମ୍ବାରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ।

ବଡ଼ମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତର ବୀରବରପୁରରେ ଏପରି ଏକ ଘଟଣା ଘଟିଯାଇଛି । ସ୍ତ୍ରୀ ରୁନୁବାଳା ପାତ୍ର, ପୁଅ ରୁଦ୍ର ପ୍ରକାଶ ପାତ୍ର, ଝିଅ ରୁଚିକା ପାତ୍ରଙ୍କୁ ନେଇ ଖସ ଖୁସିରେ ଚାଲିଥିଲା ଗୋବିନ୍ଦ ପାତ୍ରଙ୍କ ସୁନାର ସଂସାର । ହଠାତ୍ ସତେ ଯେମିତି ଗୋବିନ୍ଦର ସଂସାର ଉପରେ କାହାର ନଜର ଲାଗିଗଲା । ଏକାଥରରେ ଆରପାରିକୁ ଚାଲିଗଲେ ମାଆ, ପୁଅ ଓ ଝିଅ ।

ରାତିରେ ପରିବାରର ସମସ୍ତ ସଦସ୍ୟ ଖାଇପିଇ ଶୋଇଯାଇଥିଲେ । ତେବେ ପରଦିନ ସକାଳଳୁ ପ୍ରଥମେ ଝିଅ ଓ ପରେ ଅନ୍ୟମାନଙ୍କର ବାନ୍ତି ହୋଇଥିଲା । ତେଣୁ ସେମାନଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ମାଣିଆବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପରେ କଟକ ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପ୍ରଥମେ ଝିଅ ଓ ପରେ ପୁଅର ମୃତ୍ୟୁ ଘଟିଥିଲା । ତେବେ ପରେ ମାଆ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ଏବେ ଗୋବିନ୍ଦ ଜଗତପୁର ସ୍ଥିତ ସଦଗୁରୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.