fbpx

ପ୍ରକାଶ ପାଇବ CBSE ଟର୍ମ-୧ ପରୀକ୍ଷା ଫଳ: ବିନା ଇଣ୍ଟରନେଟରେ ଏମିତି ଚେକ କରନ୍ତୁ ନିଜର ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇବ ସିବିଏସଇ ଟର୍ମ-୧ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି । ବିଗତ ଥର ସିବିଏସଇ ୱେବସାଇଟ କ୍ରାସ କରି ଯାଇଥିବା ବେଳେ ଅଫଲାଇନ ଜରିଆରେ ରେଜଲ୍ଟ ଚେକ୍ କରିବା ପାଇଁ ଛାତ୍ରଛାତ୍ରୀ ମାନେ ହଇରାଣ ହୋଇଥିଲେ । ତେଣୁ ଚଳିତ ବର୍ଷ ଆରମ୍ଭରୁ ସିବିଏସଇ କର୍ତ୍ତୃପକ୍ଷ ଅଫଲାଇନ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି । ଅଫଲାଇନ ବ୍ୟବସ୍ଥାରେ ଏସଏମଏସ ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀ ଚାହିଁଲେ ଏସଏମଏସ ଜରିଆରେ ନିଜର ରେଜଲ୍ଟ ଦେଖିପାରିବେ । ଛାତ୍ରଛାତ୍ରୀମାନେ ନିଜର ଜନ୍ମ ତାରିଖ, ରୋଲ ନମ୍ବର ଓ ସେଣ୍ଟର ନମ୍ବର ଲେଖି ୭୭୩୮୨୯୯୮୯୯କୁ ଲେଖି ପଠାଇ ଦିଅନ୍ତୁ । ଏହାପରେ ଫଳାଫଳ ଏସଏମଏସ ଯାଇଥିବା ନମ୍ବରକୁ ଆସିଯିବ । ଏହାସହ MyCBSE ଆପରେ ମଧ୍ୟ ଛାତ୍ରଛାତ୍ରୀମାନେ ନିଜର ଫଳାଫଳ ଦେଖିପାରିବେ । ଏହି ଆପରେ ନିଜ ରୋଲନମ୍ବର ଦେଇ ରେଜଲ୍ଟ ଜାଣି ପାରିବେ । ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । http://cbseresults.nic.in ଓ http://cbse.gov.in ରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଦେଖିପାରିବେ । ଚଳିତ ବର୍ଷ ୯୯.୩୭ ପ୍ରତିଶତ ପିଲା ପାସ୍ କରିଛନ୍ତି । କରୋନା ମହାମାରୀ ପାଇଁ ପରୀକ୍ଷା ବାତିଲ ହୋଇଥିଲା ।

Get real time updates directly on you device, subscribe now.