fbpx

ଆପଣଙ୍କ ଫୋନ୍ Pegasusର ଶିକାର ହୋଇନାହିଁ ତ? ଏହି ପଦ୍ଧତିରେ ଚେକ୍ କରିବାକୁ କହିଲା ଅନ୍ତର୍ଜାତୀୟ ସଂସ୍ଥା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ପେଗାସସ୍ ସ୍ପାଇୱେରକୁ ନେଇ ଖୁବ୍ ଜୋରରେ ଚର୍ଚ୍ଚା ଚାଲିଛି । ଏହି ସଫ୍ଟୱେର ଜଣେ ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟକଳାପକୁ ସହଜରେ ନିରୀକ୍ଷଣ କରିପାରେ । ଆପଣ କାହା ସହ ମିଶୁଛନ୍ତି, କୁଆଡ଼େ ଯାଉଛନ୍ତି, ଘର ମଧ୍ୟରେ କ’ଣ କରୁଛନ୍ତି, ଆପଣଙ୍କର ସମସ୍ତ ବ୍ୟକ୍ତିଗତ ଡାଟା ଏହି ସଫ୍ଟୱେର ମାଧ୍ୟମରେ ହ୍ୟାକରଙ୍କ ପାଖରେ ପହଞ୍ଚି ଯାଇଥାଏ ।

ତେବେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆପଣ ଜଣେ ପ୍ରତିଭାଶାଳୀ ଲୋକ ହୁଅନ୍ତୁ ବା ସାଧାରଣ ଲୋକ ହୁଅନ୍ତୁ, ଆପଣ ଯେ ଏହି ଟ୍ରାପର ଶିକାର ହୋଇନଥିବେ ତାହାର ଗ୍ୟାରେଣ୍ଟି କିଏ ଦେବ । ତେଣୁ ଆପଣ ଚାହିଁଲେ ଘରେ ବସି ଆପଣଙ୍କର ବ୍ୟକ୍ତିଗତ ସୁରକ୍ଷା ବିଷୟରେ ଅବଗତ ହୋଇପାରିବେ । ତେବେ ଆପଣଙ୍କ ଫୋନ୍ ପେଗାସସରେ ପ୍ରଭାବିତ ହୋଇଛି କି ନାହିଁ, ସେନେଇ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ମୋବାଇଲ ଭେରିଫିକେସନ ଟୁଲକିଟ (ଏମଭିଟି) ନାମକ ଏକ ଟୁଲ ଡିଜାଇନ କରାଯାଇଛି । କୁହାଯାଉଛି ଯେ, ଏହି ଏମଭିଟି ଦ୍ୱାରା ଆପଣଙ୍କ ଫୋନ୍ ପେଗାସସରେ ପ୍ରଭାବିତ ହୋଇଛି କି ନାହିଁ ଜଣାପଡ଼ିବ । ଏହି ଏମଭିଟି ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନ ଡିଭାଇସରେ କାର୍ଯ୍ୟ କରିଥାଏ । ବିଶେଷଜ୍ଞଙ୍କ ମତରେ, ଏହି ଟୁଲ୍ ସ୍ପାଇୱେରର ପ୍ରତ୍ୟେକ କମ୍ପ୍ରମାଇଜ୍ ଇଣ୍ଡିକେଟରକୁ ଡିଟେକ୍ଟ କରିପାରିବେ । ତେବେ ଏହି ଟୁଲ୍ ଗିଟହବରେ ମାଗଣାରେ ଉପଲବ୍ଧ କରାଯାଇଛି ।

ଏହି ଟୁଲକିଟ୍ କମାଣ୍ଡ ଲାଇନ୍ ଇଣ୍ଟରଫେସ୍ (ସିଏଲଆଇ) ଉପରେ କାର୍ଯ୍ୟ କରିଥାଏ । ଅର୍ଥାତ୍ ଜଣେ ସାଧାରଣ ବ୍ୟବହାରକାରୀ ଏହି ଟୁଲକୁ ବ୍ୟବହାର କରିବାରେ ଅନେକ ସମସ୍ୟାକୁ ସାମନା କରିଥାଏ । ତେଣୁ ଜଣେ କମାଣ୍ଡ ଟାଇପ୍ କରି ଏହି ଟୁଲକିଟକୁ ସହଜରେ ବ୍ୟବହାର କରିପାରିବ । ଯାହାଫଳରେ ଆପଣଙ୍କ ଫୋନ୍ ପେଗାସସର ଶିକାର ହୋଇଛି କି ନାହିଁ ଜଣାପଡ଼ିଯିବ । ଆଇଫୋନରେ ଏହି ଏମଭିଟି ଉଭୟ ବ୍ୟାକଅପ୍ ଓ କମ୍ପ୍ରମାଇଜ୍ ପରି ଇଣ୍ଡିକେଟରକୁ ରିଡ୍ କରିପାରିଥାଏ ।

Get real time updates directly on you device, subscribe now.