କ’ଣ ଫୋନରେ ବି ରହିଥାଏ ଏକ୍ସପାରୀ ଡେଟ୍? ଜାଣନ୍ତୁ କେବେ ଏହାକୁ ବଦଳାଇବା ଆବଶ୍ୟକ

ରୋଷେଇ ହେଉଥିବା ତେଲ ବା ଔଷଧ… ଅଧିକାଂଶ ଜିନିଷରେ ଆପଣ ଏକ୍ସପାରୀ ଡେଟ୍ ଲେଖାଥିବା ପାଇବେ, କିନ୍ତୁ ଆପଣ ଜାଣନ୍ତି କି ଆପଣ ବର୍ଷ ବର୍ଷ ଧରି ବ୍ୟବହାର କରୁଥିବା ଫୋନର ଏକ୍ସପାରୀ ଡେଟ୍ କେତେ? ଏହି ପ୍ରଶ୍ନଟି ବହୁତ ଆକର୍ଷଣୀୟ, କାରଣ ସମସ୍ତେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଆଗ୍ରହୀ ।

ଫୋନର ରିଟେଲ ବକ୍ସରେ କେବଳ ମ୍ୟାନୁଫ୍ୟାକ୍ଚରିଂ ମାସ ଉଲ୍ଲେଖ କରାଯାଏ, ଏକ୍ସପାରୀ ଡେଟ ବିଷୟରେ କୌଣସି ସୂଚନା ନଥାଏ । କମ୍ପାନୀ ଏହା ବିଷୟରେ କୌଣସି ଅଫିସିଆଲ ସୂଚନା ପ୍ରଦାନ କରୁନଥିବାରୁ ଫୋନର ଅବଧି ଶେଷ ହେବାର ତାରିଖ ଜାଣିବା କଷ୍ଟକର ।

ଅନେକ ଜିନିଷ ଉପରେ ନିର୍ଭର କରେ ଫୋନ ଏକ୍ସପାରୀ :
ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ତିଆରି କରୁଥିବା କମ୍ପାନୀଗୁଡ଼ିକ କେବେ ବି ଏପରି କିଛି ଉଲ୍ଲେଖ କରିନାହାଁନ୍ତି, କିନ୍ତୁ କେତେ ବର୍ଷ ପରେ ଫୋନ୍ ବଦଳାଇବା ଉଚିତ ତାହା ଅନେକ କାରଣ ଉପରେ ନିର୍ଭର କରେ । ଯଦି ଆପଣଙ୍କ ଫୋନ୍ ୩-୪ ବର୍ଷ ପୁରୁଣା ଏବଂ ଏବେ ଆପଣ କମ୍ପାନୀରୁ ସୁରକ୍ଷା ଅପଡେଟ୍ ପାଇବା ବନ୍ଦ କରିଦେଇଛନ୍ତି, ତେବେ ଏପରି ଫୋନ୍ ସହଜରେ ହ୍ୟାକ୍ ହୋଇପାରେ । ଏହାକୁ ସ୍କାମର୍କ କିମ୍ବା ହ୍ୟାକର୍ସ ଟାର୍ଗେଟ୍ କରିପାରନ୍ତି, ଯାହା ଫଳରେ ଆର୍ôଥକ କ୍ଷତି ହୋଇପାରେ ।

କିଛି କମ୍ପାନୀ ୩ ବର୍ଷ ପାଇଁ ଏବଂ କିଛି ୫ ବର୍ଷ ପାଇଁ ଅପଡେଟ୍ ପ୍ରଦାନ କରନ୍ତି, ଯାହା ପରେ ଫୋନ୍ ପୁରୁଣା ହୋଇଯାଏ । ଯଦି ଆପଣଙ୍କର ଫୋନ୍ ମଧ୍ୟ ପୁରୁଣା ହୋଇଯାଇଛି ଏବଂ ଆପଣଙ୍କୁ କମ୍ପାନୀରୁ ଅପଡେଟ୍ ମିଳିବା ବନ୍ଦ ହୋଇଯାଇଛି, ତେବେ ଏହାର ଅର୍ଥ ହେଉଛି ଫୋନକୁ ବଦଳାଇବାର ସଠିକ୍ ସମୟ ଆସିଯାଇଛି ।

ବର୍ତ୍ତମାନ ଟ୍ୱିଟରରେ ଲୋକମାନେ କହୁଛନ୍ତି ଯେ ୧୧ ଏବଂ ପୁରୁଣା ସଂସ୍କରଣରେ ଚାଲୁଥିବା ଫୋନ୍ରେ ଏସବିଆଇ ୟୋନୋ ଆପ୍ କାମ କରୁନାହିଁ । ବ୍ୟାଙ୍କର ଅଫିସିଆଲ୍ ହ୍ୟାଣ୍ଡେଲ୍ରୁ ସୂଚନା ଦିଆଯାଇଛି ଯେ, ପୁରୁଣା ଅପରେଟିଂ ସିଷ୍ଟମରେ ଚାଲୁଥିବା ଫୋନଗୁଡ଼ିକୁ ଅପଡେଟ୍ ମିଳୁନାହିଁ, ଯାହା ଫଳରେ ସେଗୁଡ଼ିକ ସହଜରେ ଟାର୍ଗେଟ୍ ହୋଇପାରନ୍ତି ।