fbpx

ବ୍ୟାକ୍ଟେରିଆଙ୍କ ବାସସ୍ଥାନ ହୋଇଥାଏ ରିମୋଟ୍ କଣ୍ଟ୍ରୋଲର, ରୋଗରୁ ରକ୍ଷା ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ଉପାୟରେ ଏହାକୁ ସଫା କରନ୍ତୁ

ନୂଆଦିଲ୍ଲୀ: ସମସ୍ତଙ୍କ ଘରେ ତ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ ସାମଗ୍ରୀ ରହିଛି । ସ୍ମାର୍ଟ ଟିଭି ହେଉ କି ଏସି ଏ ସମସ୍ତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ସହିତ ରିମୋଟ୍ ଦିଆଯାଇଥାଏ । ଏହି ରିମୋଟ୍ ଦ୍ୱାରା ଇଲେକ୍ଟ୍ରୋନିକ୍ ସାମଗ୍ରୀକୁ ରୁମ୍ର ଯେଉଁଠି ବି ବସି ନିୟନ୍ତ୍ରଣ କରାଯାଇପାରେ । ଏବେ ତ କିଛି ସିଲିଂ ଫ୍ୟାନ ସହିତ ବି ରିମୋଟ୍ କଣ୍ଟ୍ରୋଲର ମିଳୁଛି । ଇଲେକ୍ଟ୍ରୋନିକ୍ ସାମଗ୍ରୀ ହେଉ କିମ୍ବା କେଉଁ ହୋମ୍ ଆପ୍ଲାଏନ୍ସ ଘରର ସମସ୍ତ ଜିନିଷକୁ ଆମେ ଯଦି ନିୟମିତ ସମୟ ବ୍ୟବଧାନରେ ସଫା ନ କରିବା ତେବେ ସେଥିରେ ଧୀରେ ଧୀରେ ମଇଳା ବସିଯିବ । ତେବେ ଇଲେକ୍ଟ୍ରୋନିକ୍ ସାମଗ୍ରୀ ମଧ୍ୟରେ ଆମେ ରିମୋଟ୍ କଣ୍ଟ୍ରୋଲରକୁ ଯଦି ଦେଖିବା ଏହା ବହୁତ ଶୀଘ୍ର ଅପରିଷ୍କାର ଓ ଚିପଚିପା ହୋଇଯାଏ । ଅନ୍ୟପକ୍ଷରେ ଏହା ଉପରେ ବହୁ ଲୋକଙ୍କର ହାତ ଲାଗିଥାଏ । ଏଣୁ ଏହାକୁ ସଫା ରଖିବା ନିହାତି ଜରୁରୀ ।

ରିମୋଟ୍ କଣ୍ଟ୍ରୋଲରକୁ ଯଦି ଆମେ ସଫା ନ କରିବା ତେବେ ଏଥିରେ କେବଳ ମଇଳା ନୁହେଁ ଖୁବ୍ ଶୀଘ୍ର ବ୍ୟାକ୍ଟେରିଆ ମଧ୍ୟ ଜମିଯିବେ । ଫଳରେ ଏଥିରୁ ଆମକୁ ବହୁ ରୋଗ ମଧ୍ୟ ସୃଷ୍ଟି ହୋଇପାରେ । ଏହି କ୍ରମରେ ଆଜି ଆସନ୍ତୁ ଜାଣିବା ଏହି ରିମୋଟ୍ କଣ୍ଟ୍ରୋଲରକୁ କିପରି ଖୁବ୍ ସହଜରେ ଓ କମ୍ ସମୟ ମଧ୍ୟରେ ସଫା କରିବେ ।
୧-ରିମୋଟ୍ କଣ୍ଟ୍ରୋଲର ସଫା କରିବା ପୂର୍ବରୁ ଏଥିରୁ ବ୍ୟାଟେରୀ କାଢି ଦିଅନ୍ତୁ । କାରଣ ସଫା କରିବା ସମୟରେ କିଛି ବି ଲିକ୍ୱିଡ୍ ବ୍ୟାଟେରୀ ମଧ୍ୟକୁ ଗଲେ ଏହା ବିପଦଜନକ ସାବ୍ୟସ୍ତ ହୋଇପାରେ ।
୨-ପାଣିରେ ସାବୁନ ମିଶାଇ ଫେଣ କରନ୍ତୁ । ଯଦି ଆପଣ କୀଟାଣୁନାଶକ ୱାଇପ୍ସ ବ୍ୟବହାର କରୁଛନ୍ତି ତେବେ ଏହି ଷ୍ଟେପକୁ ଛାଡି ଦିଅନ୍ତୁ ।
୩-ସାବୁନର ମିଶ୍ରଣରେ ଏକ ଲିଣ୍ଟ ଫ୍ରି କପଡା(ସୂତା ନରମ କପଡା) ବୁଡାଇ ଦିଅନ୍ତୁ । ଏହାପରେ କପଡାକୁ ଭଲ ଭାବରେ ଚିପୁଡି ଦିଅନ୍ତୁ ।
୩- ରିମୋଟ୍ କଣ୍ଟ୍ରୋଲରର ସାମ୍ନା ପଟ ଓ ପଛ ପଟକୁ ସାବଧାନତାର ସହ ପୋଛନ୍ତୁ । ଆପଣ ସେହି କପଡାରେ ବ୍ୟାଟେରୀ ଲଗାଯାଉଥିବା ଏରିଆକୁ ବି ସଫା କରିପାରିବେ ।
୪-ଅନ୍ୟପକ୍ଷରେ ଯଦି ଆପଣ କୀଟାଣୁନାଶକ ୱାଇପ୍ସ ବ୍ୟବହାର କରୁଛନ୍ତି ତେବେ ଆପଣ ଲିକ୍ୱିଡ୍ ଶୁଖିବା ପରେ ରିମୋଟ୍ ରେ ବ୍ୟାଟେରୀ ଭର୍ତ୍ତି କରନ୍ତୁ । କଟନ ଇୟରବଡ ସାହାଯ୍ୟରେ ମଧ୍ୟ ରିମୋଟ୍ କଣ୍ଟ୍ରୋଲରରୁ ଭଲ ଭାବରେ ଲିକ୍ୱିଡ ପୋଛି ଦେଇପାରିବେ । ଏହା ସହିତ ରିମୋଟ୍ କଣ୍ଟ୍ରୋଲର ବଟନଗୁଡିକର ମଧ୍ୟଭାଗକୁ ଭଲ ଭାବରେ ପୋଛି ସଫା କରନ୍ତୁ । ଟୁଥପିକ୍ ସାହାଯ୍ୟରେ ଆପଣ ବିଭିନ୍ନ ବଟନ ମଝି ସ୍ଥାନକୁ ଭଲ ଭାବରେ ସଫା କରନ୍ତୁ ।

Get real time updates directly on you device, subscribe now.