fbpx

ଋତୁସ୍ରାବ ପୂର୍ବରୁ କାହିଁକି ହୁଏ କୋଷ୍ଠକାଠିନ୍ୟ ସମସ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଏକ ସମୟ ପରେ ମହିଳାଙ୍କୁ ଋତୁସ୍ରାବ ହୋଇଥାଏ । ଋତୁସ୍ରାବର ସେହି 5 ଦିନ ମହିଳାଙ୍କ ପାଇଁ ଅନେକ ସମସ୍ୟାର କାରଣ ସାଜିଥାଏ । ଗର୍ଭାଶୟରେ ଅଣ୍ଡାର କିଛି ଅଂଶ ଯଦି ପେଟରେ ରହିଯାଇଥାଏ, ତାହା ଋତୁସ୍ରାବ ସମୟରେ ବାହାରକୁ ଆସିଥାଏ । ଋତୁସ୍ରାବ ସମୟରେ ଶରୀରରେ ଅନେକ ପ୍ରକାର ହରମୋନରେ ପରିବର୍ତ୍ତନ ଆସିଥାଏ । ଏହି କାରଣରୁ ହେବାକୁ ଥିବା ପରିବର୍ତ୍ତନ ଋତୁସ୍ରାବ ପୂର୍ବରୁ ଦେଖାଯାଇଥାଏ । ଏହାକୁ ପ୍ରି ମେନଷ୍ଟ୍ରୁଆଲ ସମସ୍ୟା କୁହାଯାଇଥାଏ । ଅନେକ ରିପୋର୍ଟ ଅନୁସାରେ, ଋତୁସ୍ରାବ ସମୟରେ ପ୍ରଜନନ କ୍ଷମତା 40ରୁ 90 ପ୍ରତିଶତ ଦେଖାଯାଇଥାଏ । ବିଶେଷକରି ମହିଳାଙ୍କ କ୍ଷେତ୍ରରେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଇଥାଏ ।

ଋତୁସ୍ରାବ ସମୟରେ ହରମୋନରେ ପରିବର୍ତ୍ତନ କାରଣରୁ କୋଷ୍ଠକାଠିନ୍ୟ ସମସ୍ୟ ଦେଖାଯାଇଥାଏ । ବିଶେଷକରି ପ୍ରୋଜେଷ୍ଟରେନରେ ବୃଦ୍ଧି କାରଣରୁ ହୋଇଥାଏ । ତେବେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଏହି ହରମୋନ ଅନ୍ତ ସହିତ ମାଂସପେଶୀକୁ ମଧ୍ୟ ଶିଥିଳ ହୋଇଥାଏ । ଏହା ଦ୍ବାରା ମଳ କଠିନ ହେବାରୁ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଇଥାଏ । ଯଦି କୌଣସି ମହିଳା ଅଧିକ ପରିମାଣରେ ଫାଷ୍ଟଫୁଡ କିମ୍ବା ଚିନି ଜାତୀୟ ଖାଦ୍ୟ ଖାଆନ୍ତି ତାହେଲେ ମଧ୍ୟ ପିଏମସ, ନୀଦ ସମସ୍ୟା ଭଳି ଲକ୍ଷଣ ଦେଖାଯାଇଥାଏ । ତେବେ ଋତୁସ୍ରାବ ପୂର୍ବରୁ ହେଉଥିବା ସମସ୍ୟାକୁ କମ୍ ମଧ୍ୟ କରାଯାଇପାରେ ।  ଫଳମୂଳ, ପନିପରିବା ଭଳି ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ମଳର ମାତ୍ରା ବୃଦ୍ଧି ପାଇଥାଏ । ଏହା ଦ୍ବାରା ଅତି ସହଜରେ ମଳ ବାହାରିଥାଏ । ଜୀବନଶୈଳୀରେ ପରିବର୍ତ୍ତନ ଋତୁସ୍ରାବ ସମୟରେ ହେଉଥିବା ସମସ୍ୟାକୁ କିଛି ମାତ୍ରାରେ କମ୍ କରିପାରେ । ଶାରୀରିକ ଗତିବିଧି ପାଚନତନ୍ତ୍ରକୁ ଉତ୍ତେଜିତ କରିଥାଏ । ଧାନ, ଯୋଗ କରିବା ଦ୍ବାରା ଏହି ସମସ୍ୟାକୁ କିଛି ମାତ୍ରାରେ କମ୍ କରାଯାଇପାରେ ।

Get real time updates directly on you device, subscribe now.