fbpx

ଦୀପାବଳି ସକାଳୁ ଉଠି କରନ୍ତୁ ଏହି ସବୁ କାମ: ବରଷିବ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ କୃପା

ଭାରତୀୟଙ୍କ ପାଇଁ ବର୍ଷର ସବୁଠୁ ବଡ ପର୍ବ ହେଉଛି ଦୀପାବଳି । ଧନତେରାସ ଦିନରୁ ଏହାର ଆରମ୍ଭ ହେଉଥିଲା ବେଳେ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ ହୋଇଥାଏ ଏହି ପର୍ବ । ଏହି ଦିନ ଧନଦାତ୍ରୀ ବିଧି ଅନୁସାରେ ମହାଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଦେବୀ ପ୍ରସନ୍ନ ହେବା ସହ ଜୀବନରେ ସୁଖର ସମ୍ଭାର ଆସିଥାଏ । ମହାଲକ୍ଷ୍ମୀଙ୍କ କୃପା ପ୍ରତି ସମୟରେ ପରିବାର ଉପରେ ବରଷିଥାଏ ।

ଜ୍ୟୋତିଶ ଶାସ୍ତ୍ରରେ ଦୀପାବଳିକୁ ନେଇ ଉଲ୍ଲେଖ ରହିଛି । ଅମାବାସ୍ୟାରେ କେଉଁ କାମ କଲେ ମହାଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି କୁହାଯାଇଛି । ଯେଉଁ ଘରେ ସ୍ୱଚ୍ଛତା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଏ, ସେଠରେ ବାସ କରିଥାନ୍ତି ମା’ ଲକ୍ଷ୍ମୀ । ଧନର ଦେବୀଙ୍କୁ ସ୍ୱଚ୍ଛ, ରଙ୍ଗୋଲୀ, ଫୁଲ ଆଦି ଖୁବ ପସନ୍ଦ ଆସିଥାଏ । ତେଣୁ କୁହାଯାଏ ଯେ, ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେଲେ ଘର ଏବଂ ବାହାର ପରିବେଶକୁ ସପାସୁତୁରା ରଖିବା ସହ ରଙ୍ଗୋଲୀ ଏବଂ ଦୀପରେ ସଜାଇ ରଖନ୍ତୁ । ଦୀପାବଳି ଦିନ ଆରମ୍ଭର ବ୍ରହ୍ମ ମୁହୂର୍ତ୍ତରେ ଉଠିଲେ ମା’ ଲକ୍ଷ୍ମୀ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ଘର ଅଗଣା ସପା ରଖିବା ସହ ଏଠାରେ ଚପଲ ନ ରଖିବା ଉଚିତ ।

ଦୀପାବଳି ରାତିରେ ପୂଜା ପରେ ଚାନ୍ଦିର ବାସନରେ କର୍ପୂର ଜାଳି ମା ଲକ୍ଷ୍ମୀଙ୍କ ଆରତୀ କରିବା ଶୁଭ ବୋଲି ବିଶ୍ୱାସ ରହିଛି । ଏହା କରିବା ଦ୍ୱାରା ଭକ୍ତଙ୍କ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ । ଏହା ସହିତ ପୂଜା ସମୟରେ କଞ୍ଚା ଚଣା ଡାଲି ଅର୍ପଣ କରି ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।

ଦୀପାବଳି ଦିନ ଘରର ବିଭିନ୍ନ କୋଣରେ ସୋରିଶ ତେଲରେ ଦୀପ ଜାଳନ୍ତୁ । ଏହା କରିବା ଦ୍ୱାରା ଦାରିଦ୍ରତା ଦୂର ହୋଇଥାଏ ଏବଂ ଭୂତପ୍ରେତ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Get real time updates directly on you device, subscribe now.