fbpx

ଘରେ ବସି ମାତ୍ର ୧୦ ମିନିଟ୍‌ରେ କିପରି କରିବେ ନିଜ ପାନ୍ କାର୍ଡ, ପୁରା ମାଗଣା ଅଟେ ଏହି ଅନଲାଇନ୍ ତରିକା

Advertisement

ନୂଆଦିଲ୍ଲୀ: ବିଭିନ୍ନ ଜରୁରୀ ଡକ୍ୟୁମେଣ୍ଟ ମଧ୍ୟରୁ ପାନକାର୍ଡ ହେଉଛି ଅନ୍ୟତମ । ଯଦି ଆପଣ ନିଜ ପାନକାର୍ଡ କରିନାହାନ୍ତି ଓ ଏହା ଆପଣଙ୍କ ଲାଗି ଏବେ ଜରୁରୀ ଅଛି ତେବେ ଘରେ ବସି ମାତ୍ର ୧୦ ମିନିଟ୍‌ରେ ଆପଣ ଏହା ପ୍ରସ୍ତୁତ କରିପାରିବେ । ଆପଣଙ୍କୁ ଆବେଦନ କରିବାର ବହୁଦିନ ପର୍ଯ୍ୟନ୍ତ ଆଉ ପାନ୍ ନଂ ଲାଗି ଅପେକ୍ଷା କରିବାକୁ ପଡିବ ନାହିଁ । ମାତ୍ର ୧୦ ମିନିଟ୍‌ରେ ଘରେ ବସି ଆପଣ ଇ-ପାନ୍ ଜେନେରେଟ୍ କରିପାରିବେ । ଏଥିପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ଥିବା ଜରୁରୀ ।
ଇ-ପାନ୍ ପାଇଁ ୟୁଜର୍ସଙ୍କୁ ଆଧାର ନଂର ସାହାଯ୍ୟ ନେବାକୁ ହେବ ଓ ଏହା ମଧ୍ୟ ରେଗୁଲାର ପାନ୍ ପରି ଉପଯୋଗ କରାଯାଇପାରିବ । ଏଥିପାଇଁ ଆପଣଙ୍କୁ ନିମ୍ନଲିଖିତ ଉପାୟ ଫଲୋ କରିବାକୁ ହେବ ।
-ପ୍ରଥମେ ନିଜ ସ୍ମାର୍ଟଫୋନ୍ କିମ୍ବା ଲାପଟପ୍‌ରେ ବ୍ରାଉଜର ଓପନ୍ କରନ୍ତୁ
୨-ଏହାପରେ ତଳେ ବାମ ପଟେ ନଜର ଆସୁଥିବା ଇ-ପାନ୍ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ନୂଆ ଏକ ପେଜ୍ ଓପନ୍ ହେବ ଯେଉଁଥିରେ ଆପଣଙ୍କୁ ଗେଟ୍ ନ୍ୟୁ ଇ-ପାନ୍ ଚୟନ କରିବାକୁ ହେବ ।
୩-ଏବେ ଆପଣଙ୍କୁ ନିଜ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନଂ ଏଣ୍ଟର କରିବାକୁ ହେବ । confirm tham  ସାମ୍ନାରେ ଦିଆଯାଇଥିବା ଚେକ୍ ବକ୍ସକୁ ଚେକ୍ କରିବାକୁ ହେବ ଓ ଆପଣଙ୍କ ରେଜିଷ୍ଟ୍ରଡ ମୋବାଇଲ ନଂରେ ଆସିଥିବା ଓଟିପି ଏଣ୍ଟର କରିବାକୁ ହେବ ।
୪-ଏହାପରେ ଇମେଲ୍ ଆଇଡି ଦିଅନ୍ତୁ ଓ ପାନକାର୍ଡ ଲାଗି ମଗାଯାଇଥିବା ଅନ୍ୟସବୁ ସୂଚନା ଭରି ଦିଅନ୍ତୁ ।
୫-ଏହି ଫର୍ମ ଭରିବାର କିଛି ସମୟ ପରେ ଆପଣଙ୍କୁ ପାନ୍ ନଂ ମିଳିଯିବ । ଏହିପରି ଭାବରେ ଇ-ପାନ୍ ଜେନେରେଟ୍ କରିବା ପରେ ଆପଣ ୱେବସାଇଟ୍‌ରେ check status/ download pan ଉପରେ କ୍ଲିକ୍ କରି ପିଡିଏଫ୍ ଫାଇଲ୍ ପରି କାର୍ଡ ଡାଉନଲୋଡ୍ ବି କରିପାରିବେ ।

Get real time updates directly on you device, subscribe now.